ବିରାଟଙ୍କୁ ବିବାହ ମହଙ୍ଗା: ଏବେ ଠାରୁ ଖୋଜି ଖୋଜି ଯାଉଛନ୍ତି ସେଲ୍‌ ଲାଗିଥିବା ଦୋକାନକୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଜାନୁୟାରୀ ୫ ତାରିଖ ଠାରୁ ଭାରତ ସେଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ। ହେଲେ ପ୍ରଥମ ଟେଷ୍ଟ ପୂର୍ବରୁ ନବବିବାହିତ ଦମ୍ପତି ବିରାଟ ଓ ଅନୁଷ୍କା ଦକ୍ଷିଣ ଆଫ୍ରିକାରେ ନୂଆ ବର୍ଷକୁ ବେଶ୍‌ ଧୂମଧାମରେ ପାଳନ କରିଛନ୍ତି। ବିବାହ ପରେ ବିରାଟଙ୍କ ସହ ଅନୁଷ୍କା ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ନୂଆବର୍ଷ ଅବସରରେ ବିରାଟ ଓ ଅନୁଷ୍କା ଦକ୍ଷିଣ ଆଫ୍ରିକାରେ ବିଭିନ୍ନ ସ୍ଥାନରେ […]

virat-and-anushka-2_15147

Ordigital Desk
  • Published: Tuesday, 02 January 2018
  • , Updated: 02 January 2018, 03:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଜାନୁୟାରୀ ୫ ତାରିଖ ଠାରୁ ଭାରତ ସେଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ। ହେଲେ ପ୍ରଥମ ଟେଷ୍ଟ ପୂର୍ବରୁ ନବବିବାହିତ ଦମ୍ପତି ବିରାଟ ଓ ଅନୁଷ୍କା ଦକ୍ଷିଣ ଆଫ୍ରିକାରେ ନୂଆ ବର୍ଷକୁ ବେଶ୍‌ ଧୂମଧାମରେ ପାଳନ କରିଛନ୍ତି। ବିବାହ ପରେ ବିରାଟଙ୍କ ସହ ଅନୁଷ୍କା ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି।

ନୂଆବର୍ଷ ଅବସରରେ ବିରାଟ ଓ ଅନୁଷ୍କା ଦକ୍ଷିଣ ଆଫ୍ରିକାରେ ବିଭିନ୍ନ ସ୍ଥାନରେ ଏକାଠି ସମୟ କାଟୁଥିବାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ନିକଟରେ ଏକ ଫଟୋ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଯେଉଁଥିରେ ବିରାଟ ଓ ଅନୁଷ୍କା ସେଲ୍‌ ଲାଗିଥିବା ଏକ ଦୋକାନରେ ସପିଂ କରୁଥିବା ନଜରକୁ ଆସିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡ଼ିଆରେ ଏହି ଫଟୋକୁ ନେଇ ହଜାର ହଜାର ପ୍ରତିକ୍ରିୟା ପ୍ରାକଶ ପାଇଛି। ବିଭିନ୍ନ ୟୁଜର୍ସ ଏହି ଫଟୋରେ କମେଣ୍ଟ କରି ମଜା ଉଠାଇଛନ୍ତି।

ଜଣେ ୟୁଜର୍ସ କହିଛନ୍ତି ଯେ ବିରାଟ, ଅନୁଷ୍କାଙ୍କ ସ୍ୱାମୀ ହେଲେ ବି କ’ଣ ହେବ, ମହିଳାଙ୍କୁ ଡିସ୍‌କାଉଣ୍ଟ ଲାଗିଥିବା ଜିନିଷ ଅଧିକ ପସନ୍ଦ। ଏହାସହ ଆଉଜଣେ ଲେଖିଛନ୍ତି ବିରାଟଙ୍କୁ ବିବାହ ମହଙ୍ଗା ପଡ଼ିଛି, ସେଥିପାଇଁ ପତ୍ନୀଙ୍କୁ ଏବେ ଠାରୁ ଅଫର୍‌ ଲାଗିଥିବା ଦୋକନ ଖୋଜିବାକୁ ପଡ଼ିଲାଣି।

Related story