ବିରାଟଙ୍କ ପାକିସ୍ତାନୀ ଫ୍ୟାନ୍‌ଙ୍କୁ ଜାମିନ୍‌

କରାଚୀ: ଟିମ୍ ଇଣ୍ଡିଆ ଉପଅଧିନାୟକ ବିରାଟ କୋହଲିଙ୍କ ପାକିସ୍ତାନୀ ଫ୍ୟାନ୍‌ ଉମର ଡ୍ରାଜ୍‌ଙ୍କୁ ଶନିବାର ଜାମିନ ମିଳିଛି। ୫୦ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ତାଙ୍କୁ ଆଜି ପାକିସ୍ତାନର ପଞ୍ଜାବ ପ୍ରଦେଶର ଓକରା ଅତିରିକ୍ତ ଜିଲ୍ଲା ସେସନ୍‌ କୋର୍ଟ ଜାମିନ ଦେଇଛନ୍ତି। ସେ ଭାରତୀୟ ଜାତୀୟ ପତାକା ଉଡାଇବା ଓ ପାକିସ୍ତାନୀ ସର୍ବଭୌମ ପ୍ରତି କ୍ଷତି ପହଞ୍ଚାଇବା ଅଭିଯୋଗରେ ଜାନୁଆରୀ ୨୫ ତାରିଖରେ ଗିରଫ ହୋଇ ଜେଲରେ ଥିଲେ। ଫେବ୍ରୁଆରୀ ୧୮ରେ ତାଙ୍କ ଓକିଲ ପକ୍ଷରୁ ଆବେଦନ କରାଯାଇଥିଲେ […]

riaz

riaz

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 12:25 PM IST

Sports

Latest News

କରାଚୀ: ଟିମ୍ ଇଣ୍ଡିଆ ଉପଅଧିନାୟକ ବିରାଟ କୋହଲିଙ୍କ ପାକିସ୍ତାନୀ ଫ୍ୟାନ୍‌ ଉମର ଡ୍ରାଜ୍‌ଙ୍କୁ ଶନିବାର ଜାମିନ ମିଳିଛି। ୫୦ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ତାଙ୍କୁ ଆଜି ପାକିସ୍ତାନର ପଞ୍ଜାବ ପ୍ରଦେଶର ଓକରା ଅତିରିକ୍ତ ଜିଲ୍ଲା ସେସନ୍‌ କୋର୍ଟ ଜାମିନ ଦେଇଛନ୍ତି। ସେ ଭାରତୀୟ ଜାତୀୟ ପତାକା ଉଡାଇବା ଓ ପାକିସ୍ତାନୀ ସର୍ବଭୌମ ପ୍ରତି କ୍ଷତି ପହଞ୍ଚାଇବା ଅଭିଯୋଗରେ ଜାନୁଆରୀ ୨୫ ତାରିଖରେ ଗିରଫ ହୋଇ ଜେଲରେ ଥିଲେ। ଫେବ୍ରୁଆରୀ ୧୮ରେ ତାଙ୍କ ଓକିଲ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ ତାହା ଖାରଜ୍ ହୋଇଯାଇଥିଲା।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ବିରାଟ ୯୦ ରନ୍‌ କରିବା ସହ ‘ମ୍ୟାନ୍‌ ଅଫ୍ ଦି ମାଚ୍‌’ ଘୋଷିତ ହୋଇଥିଲେ। ଏହି ମ୍ୟାଚ୍‌ରେ ଉମର ତ୍ରିରଙ୍ଗା ଉଡାଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos