ବୀରୁ ପୋଷ୍ଟ କଲେ ରୁଟି ଫଟୋ: ପ୍ରଶଂସକ ପଚାରିଲେ, ଅନୁଷ୍କା ବନାଇଛନ୍ତି କି ?

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ ଖେଳରୁ ସିନା ଅବସର ନେଇ ଯାଇଛନ୍ତି, ହେଲେ ତାଙ୍କ କ୍ରେଜ୍‌ ଆଜି ବି କମିନି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିବ ରହୁଥାନ୍ତି ବୀରୁ। ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି। ସବୁ ବେଳେ କିଛି ନାଁ କିଛି ମଜାଳିଆ ଫଟୋ ସେୟାର କରୁଥିବା ବୀରୁ ଏବେ ଏକ ରୁଟିର ଫଟୋ ସେୟାର କରିଛନ୍ତି। ଏହି ରୁଟି ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ବୀରୁଙ୍କ […]

biru

biru

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 08:14 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ ଖେଳରୁ ସିନା ଅବସର ନେଇ ଯାଇଛନ୍ତି, ହେଲେ ତାଙ୍କ କ୍ରେଜ୍‌ ଆଜି ବି କମିନି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିବ ରହୁଥାନ୍ତି ବୀରୁ। ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି। ସବୁ ବେଳେ କିଛି ନାଁ କିଛି ମଜାଳିଆ ଫଟୋ ସେୟାର କରୁଥିବା ବୀରୁ ଏବେ ଏକ ରୁଟିର ଫଟୋ ସେୟାର କରିଛନ୍ତି। ଏହି ରୁଟି ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ବୀରୁଙ୍କ ପାଇଁ ବନାଇ ଥିବା କୁହାଯାଉଛି। ହେଲେ ରୁଟିର ଆକୃତିକୁ ଦେଖିଲେ ଆପଣ କମେଣ୍ଟ ଦେବେ ପଛରେ, ଆଗ ଦମେ ହସି ହସି ଗଡିବେ। କାରଣ ରୁଟିଟି ହୋଇଛି ସମିତି।

biru1ବୀରୁ ନିଜ ଟ୍ୱିଟ୍‌ ପେଜ୍‌ରେ ଯେଉଁ ରୁଟିର ଫଟୋ ସେୟାର କରିଛନ୍ତି ତାହା ହାତ ପାପୁଲି ପରି ହୋଇଛି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, ନଆ ବୋହୂ ଆସିଛି, ପତି କହିଲେ ନିଜ ହାତରେ ରୁଟି ବନାଇ ଖାଇବାକୁ ଦିଅ।

ଏହାପରେ ପ୍ରଶଂସକମାନେ ରୁଟିକୁ ନେଇ ଅନୁଷ୍କାଙ୍କୁ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ। ଗୋଟିଏ ପରେ ଗୋଟିଏ କମେଣ୍ଟ ଆସିବାକୁ ଲାଗିଥିଲା।

ମଜାଦାର କଥା ହେଲା ଅଧିକାଂଶ ୟୁଜର୍ସ ବୀରୁଙ୍କୁ ଗୋଟିଏ ପ୍ରଶ୍ନ କରିଥିଲେ। କ’ଣ ଅନୁଷ୍କା ଏହି ରୁଟି କୋହଲିଙ୍କ ପାଇଁ ବନାଇଛନ୍ତି।

biru1କିଛି ପ୍ରଶଂସକ ଲେଖିଛନ୍ତି, ବୀରୁ ବାବୁ ଏମିତି ଲାଗୁଛି, ଆପଣଙ୍କ ପତ୍ନୀ କଂଗ୍ରେସ୍‌ ପାର୍ଟିରେ ସାମିଲ ହୋଇଗଲେ।

ଆଉ ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି, ଏମିତି ଲାଗୁଛି ପତ୍ନୀ ଖାଇବାରେ ପତିଙ୍କୁ ହ୍ୟାଣ୍ଡ ଗ୍ଲୋବ୍ସ ଗିଫ୍ଟ କରିଛନ୍ତି।

ଜଣେ ୟୁଜର୍ସ ମଜାଳିଆ ଅନ୍ଦାଜରେ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, “ପାଜି, ପତ୍ନୀଙ୍କ ହାତର ରୁଟି ହେଉ କି ହାତରେ ଥିବା ବେଲଣା କାଠି, ସବୁ ପତିଙ୍କୁ ଖାଇବାକୁ ପଡିଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos