ବୀରେନ୍ଦ୍ର ସେହୱାଗଙ୍କୁ ସମ୍ବର୍ଦ୍ଧିତ କଲା ବିସିସିଆଇ

ନୂଆଦିଲ୍ଲୀ: ନିକଟରେ ଅବସର ନେଇଥିବା ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କୁ ଗୁରୁବାର ବିସିସିଆଇ ସମ୍ବର୍ଦ୍ଧିତ କରିଛି। ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକାର ଶେଷ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିସିସିଆଇର ସମ୍ବାଦକ ଅନୁରାଗ ଠାକୁର। ସେହୱାଗଙ୍କୁ ଅନୁରାଗ ଠାକୁର ସ୍ୱତନ୍ତ୍ର ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେହୱାଗ ତାଙ୍କ କୋଚ୍ ଏଏନ୍ ଶର୍ମା, ସତୀଶ ଶର୍ମା, ବିସିସିଆଇ ଓ ଡିଡିସିଏ […]

viru-m

viru-m

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 11:43 AM IST

Sports

Latest News

SEHWAG_FAMILYନୂଆଦିଲ୍ଲୀ: ନିକଟରେ ଅବସର ନେଇଥିବା ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କୁ ଗୁରୁବାର ବିସିସିଆଇ ସମ୍ବର୍ଦ୍ଧିତ କରିଛି। ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକାର ଶେଷ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିସିସିଆଇର ସମ୍ବାଦକ ଅନୁରାଗ ଠାକୁର। ସେହୱାଗଙ୍କୁ ଅନୁରାଗ ଠାକୁର ସ୍ୱତନ୍ତ୍ର ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ସେହୱାଗ ତାଙ୍କ କୋଚ୍ ଏଏନ୍ ଶର୍ମା, ସତୀଶ ଶର୍ମା, ବିସିସିଆଇ ଓ ଡିଡିସିଏ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ତା’ସହିତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ୍, ଅନୀଲ କୁମ୍ବଲେ ଓ ସଚୀନ ତେନ୍ଦୁଲକରଙ୍କ ପ୍ରଶଂସା କରିଥିଲେ। ସେ ନିଜ ସଫଳତାର ଶ୍ରେୟ ତାଙ୍କ ମା’ କ୍ରୀଷ୍ଣା ସେହୱାଗ୍ ଓ ପତ୍ନୀ ଆରତୀଙ୍କୁ ମଧ୍ୟ ଦେଇଥିଲେ।

ସମ୍ବର୍ଦ୍ଧନା ବେଳେ ସେହୱାଗଙ୍କ ସହିତ ତାଙ୍କ ମା’, ପତ୍ନୀ ଓ ଦୁଇ ପୁଅ ଆର୍ଯ୍ୟବୀର ଓ ବେଦାନ୍ତ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos