ଫତୁଲ୍ଲା: ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଇନିଂସରେ ଶିଖର ଧାୱନଙ୍କ ୧୭୩ ରନ୍ ପାଳିରେ ଖୁସି ହୋଇଯାଇଛନ୍ତି ଅଧିନାୟକ ବିରାଟ କୋହଲି। ଏଥିପାଇଁ ସେ ଧାୱନଙ୍କୁ ବୀରେନ୍ଦ୍ର ସେହୱାଗ ସହିତ ତୁଳନା କରି ଦେଇଛନ୍ତି। ବିରାଟ କହିଛନ୍ତି, ଶିଖର ଧାୱନ ଭାରତୀୟ ଟେଷ୍ଟ୍ ଟିମ୍ ପାଇଁ ବର୍ତ୍ତମାନ ସେହି କାମ କରି ପାରିବେ ଯାହା ପୂର୍ବରୁ ବୀରେନ୍ଦ୍ର ସେହୱାଗ କରୁଥିଲେ। ଏ ନେଇ ଆମର ଭରସା ରହିଛି। ଆଉ କିଛି ଟେଷ୍ଟ୍ ମ୍ୟାଚ୍ ଖେଳି ସାରିଲା ପରେ ସେ ବୀରୁ ପାଜି (ସେହୱାଗ)ଙ୍କ ଭଳି ପ୍ରଦର୍ଶନ କରିବେ। ବୀରୁ ପାଜି ଏମିତ ଜଣେ ଖେଳାଳି ଯିଏକି ଏକାକି ଇନିଂସର ମୋଡ଼ ବଦଳାଇପାରନ୍ତି। ଫତୁଲ୍ଲା ମ୍ୟାଚରେ ଧାୱନ ବିଶ୍ୱାସ ଓ ଭରସା ଆଗାମୀ ଦିନରେ ଜାରି ରହିବ ବୋଲି ଆଶା ବାନ୍ଧିଛନ୍ତି କୋହଲି।
ସୂଚନାଯୋଗ୍ୟ, ୨୦୧୩ରୁ ସେହୱାଗ ଆଉ ଜାତୀୟ ଦଳରୁ ଖେଳୁ ନାହାନ୍ତି। ସେହି ଦିନଠାରୁ ଉଭୟ ଟେଷ୍ଟ୍ ଓ ଦିନିକିଆରୁ ତାଙ୍କୁ ବାଦ୍ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।