ପୂର୍ବତନ କ୍ରିକେଟରଙ୍କ ଚିକିତ୍ସା ପାଇଁ ବ୍ଲାଙ୍କ ଚେକ୍‌ ଦେଲେ କୃନାଲ ପାଣ୍ଡ୍ୟା

ବରୋଦା: ଏକ ସଡ଼କ ଦୁର୍ଘଟଣା ପରେ ଫୁସ୍‌ଫୁସ୍‌ ଓ ଯକୃତରେ ଗଭୀର ଆଘାତ ପାଇଥିବା ପୂର୍ବତନ କ୍ରିକେଟର ଜାକବ୍‌ ମାର୍ଟିନ୍‌ଙ୍କ ଚିକିତ୍ସା ପାଇଁ ଏବେ ସମଗ୍ର ଦେଶରୁ ବିଭିନ୍ନ କ୍ରିକେଟରମାନେ ସହାୟତାର ହାତ ବଢ଼ାଉଛନ୍ତି। ତାଙ୍କ ପତ୍ନୀ ବିସିସିଆଇକୁ ଜଣାଇବା ପରେ ବୋର୍ଡ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିବାବେଳେ ବରୋଦା ବୋର୍ଡ ମଧ୍ୟ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। […]

krunal

krunal

Subrat Kumar Nayak
  • Published: Tuesday, 22 January 2019
  • Updated: 22 January 2019, 10:52 AM IST

Sports

Latest News

ବରୋଦା: ଏକ ସଡ଼କ ଦୁର୍ଘଟଣା ପରେ ଫୁସ୍‌ଫୁସ୍‌ ଓ ଯକୃତରେ ଗଭୀର ଆଘାତ ପାଇଥିବା ପୂର୍ବତନ କ୍ରିକେଟର ଜାକବ୍‌ ମାର୍ଟିନ୍‌ଙ୍କ ଚିକିତ୍ସା ପାଇଁ ଏବେ ସମଗ୍ର ଦେଶରୁ ବିଭିନ୍ନ କ୍ରିକେଟରମାନେ ସହାୟତାର ହାତ ବଢ଼ାଉଛନ୍ତି। ତାଙ୍କ ପତ୍ନୀ ବିସିସିଆଇକୁ ଜଣାଇବା ପରେ ବୋର୍ଡ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିବାବେଳେ ବରୋଦା ବୋର୍ଡ ମଧ୍ୟ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ତେବେ ବରୋଦା କ୍ରିକେଟ୍‌ ଆସୋସିଏସନ୍‌ର ସମ୍ପାଦକ ସଞ୍ଜୟ ପଟେଲ ଏହି ଦିଗରେ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ଏବେ କୃନାଲ ପାଣ୍ଡ୍ୟା (ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ) ମଧ୍ୟ ଜାକବ୍‌ଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। ତେବେ ସେ କିଛି ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା କଥା ନଲେଖି ଏକ ବ୍ଲାଙ୍କ୍‌ ଚେକ୍‌ ଲେଖି ଦେଇଛନ୍ତି।

ସେ ସଞ୍ଜୟଙ୍କୁ ଏହା ଦେଇଥିବାବେଳେ ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ସାର, ଯାହା କିଛି ଆବଶ୍ୟକ ଏଥିରେ ଲେଖିଦେବେ, କିନ୍ତୁ ଏହା ୧ ଲକ୍ଷଠାରୁ କମ୍‌ ହେବା ଉଚିତ ନୁହେଁ।”

ସଞ୍ଜୟଙ୍କ କହିବା ଅନୁଯାୟୀ, “ମାର୍ଟିନ୍‌ଙ୍କ ପରିବାର ସାହାଯ୍ୟ ମାଗିବେ କି ନା ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସ୍ଥିତି ଏମିତି ଯେ ସେ ବନ୍ଧୁ ବର୍ଗଙ୍କଠାରୁ ସାହାଯ୍ୟ ମାଗୁ ନାହାନ୍ତି ଏବଂ କେତେ କ’ଣ ସହାୟତା ଦରକାର କହୁନାହାନ୍ତି।”

ଜାକବ୍‌ଙ୍କ ବରୋଦା ସାଥୀ କ୍ରିକେଟର ଜାହିର ଖାନ୍‌, ଇର୍ଫାନ୍‌ ପଠାନ୍‌, ୟୁସୁଫ୍‌ ପଠାନ୍‌ ଏବଂ ମୁନାଫ ପଟେଲ୍‌ଙ୍କ ସମେତ ଭାରତୀୟ କ୍ରିକେଟ୍‌ ଦଳ ଏବଂ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ମାର୍ଟିନ୍‌ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ୧୯୯୯ ମସିହାରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos