ମୋଣ୍ଟେ-କାର୍ଲୋ ରୋଲେକ୍ସ ମାଷ୍ଟର୍ସର କ୍ୱାର୍ଟରରେ ବୋପାନ୍ନା- ଫ୍ଲୋରିନ୍ ଯୋଡ଼ି

ମୋଣ୍ଟେ କାର୍ଲୋ: ରୋହନ ବୋପାନ୍ନା ଓ ଫ୍ଲୋରିନ୍ ମର୍ଜିଆ ମୋଣ୍ଟେ-କାର୍ଲୋ ରୋଲେକ୍ସ ମାଷ୍ଟର୍ସର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଏହି ଇଣ୍ଡୋ-ରୋମାନିଆନ୍ ଯୋଡ଼ି ରୋବର୍ଟ ଲିଣ୍ଡଷ୍ଟେଡ୍ ଓ ଆଲେକଜାଣ୍ଡର ପେୟାଙ୍କୁ ୭-୫, ୭-୫ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍ ୮୭ ମିନିଟ୍ ଧରି ଚାଲିଥିଲା।

ବୋପାନ୍ନା ଓ ମର୍ଜିଆ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍‌ରେ ଜେ ମୁରୀ ଓ ବ୍ରୁନୋ ସୋଆରେଜ୍‌ଙ୍କୁ ଭେଟିବେ।