ବାଉଚର ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ମୁଖ୍ୟ କୋଚ୍‌

କେପ୍ ଟାଉନ୍‌: ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ଆଇସିସି ବିଶ୍ୱକପ୍ ପରଠାରୁ ଦକ୍ଷିଣ ଆଫ୍ରିକା ଟିମ୍ କଠିନ ସମୟ ଦେଇ ଗତି କରୁଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ)ର କାର୍ଯ୍ୟକାରୀ କ୍ରିକେଟ୍ ନିର୍ଦ୍ଦେଶକ ଗ୍ରେମ୍ ସ୍ମିଥ୍ ବାଉଚରଙ୍କ ନିଯୁକ୍ତିର ଘୋଷଣା କରିଛନ୍ତି । ବାଉଚର୍ ୨୦୨୩ ପର୍ଯ୍ୟନ୍ତ ଜାତୀୟ ଦଳର ମୁଖ୍ୟ କୋଚ୍ ରହିବ। ସ୍ମିଥ୍ କହିଛନ୍ତି, “ବାଉଚର ଯୁବ ଏବଂ ଅନଭିଜ୍ଞ ଦକ୍ଷିଣ ଆଫ୍ରିକାକୁ ଏକ […]

mark

Ranjit Kumar Jena
  • Published: Saturday, 14 December 2019
  • , Updated: 14 December 2019, 09:53 PM IST

କେପ୍ ଟାଉନ୍‌: ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ଆଇସିସି ବିଶ୍ୱକପ୍ ପରଠାରୁ ଦକ୍ଷିଣ ଆଫ୍ରିକା ଟିମ୍ କଠିନ ସମୟ ଦେଇ ଗତି କରୁଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ)ର କାର୍ଯ୍ୟକାରୀ କ୍ରିକେଟ୍ ନିର୍ଦ୍ଦେଶକ ଗ୍ରେମ୍ ସ୍ମିଥ୍ ବାଉଚରଙ୍କ ନିଯୁକ୍ତିର ଘୋଷଣା କରିଛନ୍ତି । ବାଉଚର୍ ୨୦୨୩ ପର୍ଯ୍ୟନ୍ତ ଜାତୀୟ ଦଳର ମୁଖ୍ୟ କୋଚ୍ ରହିବ।

ସ୍ମିଥ୍ କହିଛନ୍ତି, "ବାଉଚର ଯୁବ ଏବଂ ଅନଭିଜ୍ଞ ଦକ୍ଷିଣ ଆଫ୍ରିକାକୁ ଏକ ମଜଭୁତ୍ ଟିମ୍ ଭାବେ ପରିବର୍ତ୍ତିତ କରିପାରିବେ ବୋଲି ମୋର ବିଶ୍ୱାସ। ତାଙ୍କ ପାଖରେ ଅନ୍ତର୍ଜାତୀୟ ଖେଳାଳି ଭାବେ ଲମ୍ବା ଅଭିଜ୍ଞତା ରହିଛି। ଏକ ଟିମକୁ ଟେଷ୍ଟରେ ସଫଳ କରିବା ପାଇଁ ଯାହା କିଛି ଦରକାର, ତାହା ବାଉଚରଙ୍କ ପାଖରେ ଉପଲବ୍ଧ ଅଛି।" ବାଉଚରଙ୍କ ଅଧୀନରେ ଦକ୍ଷିଣ ଆଫ୍ରିକା ଟିମ୍ ଇଂଲଣ୍ଡ ବିପକ୍ଷେରେ ଚାରୋଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜର ଶୁଭାରମ୍ଭ ସେଞ୍ଚୁରିଅନର ସୁପର୍ ସ୍ପୋର୍ଟ ପାର୍କରେ ବକ୍ସିଂ ଡେ' ଟେଷ୍ଟ ସହ ହେବ।

ବାଉଚରଙ୍କ ନାଁରେ ୱିକେଟକିପର ଦ୍ୱାରା ସର୍ବାଧିକ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇବାର ରେକର୍ଡ ରହିଛି। ସେ ୱିକେଟ୍ ପଛରେ ୫୩୨ କ୍ୟାଚ୍ ଏବଂ ୨୩ ଷ୍ଟମ୍ପିଂ ସହ ମୋଟ ୫୫୫ ଶିକାର କରିଛନ୍ତି। ଆଖିରେ ଆଘାତ ଲାଗିବା ଯୋଗୁ ବାଉଚର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଜୁଲାଇ, ୨୦୧୨ରେ ଏକ ଟୁର୍ ମ୍ୟାଚରେ ୱିକେଟକିପିଙ୍ଗ୍ କରୁଥିବା ବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ଏହି ଆଘାତ ଏତେ ଘାତକ ଥିଲା ଯେ, ବାଉଚର କେବେବି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିପାରିନଥିଲେ ଏବଂ ବାଧ୍ୟ ହୋଇ କ୍ରିକେଟ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

Related story