ଅଲିମ୍ପିକ୍ କ୍ୱାଲିଫାୟର୍ ଟିମରେ ଅମିତ୍ ଓ ମନିଷ

ଏକାଟେରିନାବର୍ଗ (ରୁଷ୍): ଅମିତ୍ ପଙ୍ଘାଲ (୫୨ କେଜି) ଓ ମନିଷ କୌଶିକ୍ (୬୩ କେଜି) ଏଠାରେ ଚାଲିଥିବା ୱାର୍ଲ୍ଡ ଚାମ୍ପିୟନଶିପର ପଦକ ରାଉଣ୍ଡରେ ପ୍ରବେଶ କରି ଆସନ୍ତାବର୍ଷ ହେବାକୁଥିବା ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ଭରତୀୟ ଟିମରେ ସ୍ଥାନ ପକ୍କା କରିଛନ୍ତି। ପଙ୍ଘାଲ ଓ କୌଶିକ୍ ସେମିଫାଇନାଲରେ ପହଞ୍ଚିଛନ୍ତି, ଯଦ୍ଦ୍ୱାରା ସେମାନଙ୍କର ପଦକ ପକ୍କା ହୋଇଛି। ପ୍ରଥମଥର ଭାରତର ଦୁଇ ବକ୍ସର ୱାର୍ଲ୍ଡ ଚାମ୍ପିୟନଶିପର ପଦକ ରାଉଣ୍ଡରେ ପହଞ୍ଚିଛନ୍ତି। ଭାରତୀୟ ବକ୍ସିଂ ମହାସଂଘ (ବିଏଫଆଇ) ସ୍ପଷ୍ଟ କରିଥିଲା ଯେ […]

boxing

Ranjit Kumar Jena
  • Published: Thursday, 19 September 2019
  • , Updated: 19 September 2019, 05:21 PM IST

ଏକାଟେରିନାବର୍ଗ (ରୁଷ୍): ଅମିତ୍ ପଙ୍ଘାଲ (୫୨ କେଜି) ଓ ମନିଷ କୌଶିକ୍ (୬୩ କେଜି) ଏଠାରେ ଚାଲିଥିବା ୱାର୍ଲ୍ଡ ଚାମ୍ପିୟନଶିପର ପଦକ ରାଉଣ୍ଡରେ ପ୍ରବେଶ କରି ଆସନ୍ତାବର୍ଷ ହେବାକୁଥିବା ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ଭରତୀୟ ଟିମରେ ସ୍ଥାନ ପକ୍କା କରିଛନ୍ତି। ପଙ୍ଘାଲ ଓ କୌଶିକ୍ ସେମିଫାଇନାଲରେ ପହଞ୍ଚିଛନ୍ତି, ଯଦ୍ଦ୍ୱାରା ସେମାନଙ୍କର ପଦକ ପକ୍କା ହୋଇଛି।

ପ୍ରଥମଥର ଭାରତର ଦୁଇ ବକ୍ସର ୱାର୍ଲ୍ଡ ଚାମ୍ପିୟନଶିପର ପଦକ ରାଉଣ୍ଡରେ ପହଞ୍ଚିଛନ୍ତି। ଭାରତୀୟ ବକ୍ସିଂ ମହାସଂଘ (ବିଏଫଆଇ) ସ୍ପଷ୍ଟ କରିଥିଲା ଯେ ଯେଉଁ ବକ୍ସର ବିଶ୍ୱ ଚାମ୍ପିୟନଶିପରେ ପଦକ ଜିତିବେ, ସେମାନଙ୍କୁ ଚାଇନାରେ ଫେବୃଆରୀରେ ହେବାକୁଥିବା ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ସିଧାସଳଖ ଚୟନ କରାଯିବ।

ଭାରତୀୟ ବକ୍ସିର ହାଇ ପରଫରମାନ୍ସ ଡାଇରେକ୍ଟର ସାଣ୍ଟିଆଗୋ ନିଏଭା କହିଛନ୍ତି, ଅମିତ୍ ଓ ମନିଷ କ୍ୱାଲିଫାୟର୍ ପାଇଁ ଚାଇନା ଯିବେ। ଏବେ ତାଙ୍କ ଓଜନ ବର୍ଗରେ କୌଣସି ଟ୍ରାୟଲ୍ ହେବ ନାହିଁ। ବାକି ଟିମର ଚୟନ ଶିବିରରେ ପ୍ରଦର୍ଶନ, ଅନ୍ତର୍ଜାତୀୟ ପ୍ରତିଯୋଗିତାର ପଏଣ୍ଟ ଆଧାରରେ କରାଯିବ। ଏପରିକି କିଛି ଖେଳାଳିଙ୍କୁ ଟ୍ରାୟଲ୍ ମଧ୍ୟ କରାଯିବ।

Related story