ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍: ପଦକ ପକ୍କା କଲେ ଅମିତ୍ ଓ ମନିଷ

ଏକାଟେରିନାବର୍ଗ (ରୁଷ୍): ଚଳିତ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ଭାରତର ଦୁଇ ଟପ୍ ବକ୍ସର ଅମିତ୍ ପଙ୍ଘାଲ ଓ ମନିଷ କୌଶିକ ନିଜ ନିଜର ବର୍ଗର ସେମିଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି। ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ଦ୍ୱିତୀୟ ସିଡ୍ ଅମିତ୍ ପଙ୍ଘାଲ (୫୨ କେଜି) କ୍ୱାର୍ଟରଫାଇନାଲ୍ ମୁକାବିଲାରେ ଫିଲିପାଇନ୍ସର କାର୍ଲୋ ପାଲାମଙ୍କୁ ୪-୧ରେ ପରାସ୍ତ କରି ଅତିକମରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। ଏଥିସହ ପଙ୍ଘାଲ ପ୍ରଥମଥର ପାଇଁ ୱାର୍ଲ୍ଡ ବକ୍ସିଂ […]

boxing

Ranjit Kumar Jena
  • Published: Wednesday, 18 September 2019
  • , Updated: 18 September 2019, 05:15 PM IST

ଏକାଟେରିନାବର୍ଗ (ରୁଷ୍): ଚଳିତ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ଭାରତର ଦୁଇ ଟପ୍ ବକ୍ସର ଅମିତ୍ ପଙ୍ଘାଲ ଓ ମନିଷ କୌଶିକ ନିଜ ନିଜର ବର୍ଗର ସେମିଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି। ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ଦ୍ୱିତୀୟ ସିଡ୍ ଅମିତ୍ ପଙ୍ଘାଲ (୫୨ କେଜି) କ୍ୱାର୍ଟରଫାଇନାଲ୍ ମୁକାବିଲାରେ ଫିଲିପାଇନ୍ସର କାର୍ଲୋ ପାଲାମଙ୍କୁ ୪-୧ରେ ପରାସ୍ତ କରି ଅତିକମରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। ଏଥିସହ ପଙ୍ଘାଲ ପ୍ରଥମଥର ପାଇଁ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ପଙ୍ଘାଲ ଏହା ପୂର୍ବରୁ ପାଲାମଙ୍କୁ ଗତବର୍ଷ ଏସିଆନ୍ ଗେମ୍ସରେ ପରାସ୍ତ କରିଥିଲେ। ଅନ୍ତିମ-୪ ମୁକାବିଲାରେ ହରିୟାଣାର ଏହି ବକ୍ସରଙ୍କ ସାମ୍ନା କଜାଖସ୍ତାନର ସାକେନ୍ ବିବୋସିନୋଭଙ୍କ ସହ ହେବ। ସାକେନ୍ ନିଜର କ୍ୱାର୍ଟରଫାଇନାଲ୍ ମୁକାବିଲାରେ ଆର୍ମେନିଆର ୟୁରୋପିଆନ୍ ସ୍ୱର୍ଣ୍ଣ ପଦକ ବିଜେତା ଓ ଷଷ୍ଠ ସିଡ୍ ଆର୍ଟର୍ ହୋଭହାନ୍ନିସୟାନଙ୍କୁ ପରାସ୍ତ କରିଥିଲେ।

ପଙ୍ଘାଲ ବିଶ୍ୱ ଚାମ୍ପିୟନଶିପର ଗତ ସଂସ୍କରଣରେ ମଧ୍ୟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ, କିନ୍ତୁ ୪୯ କେଜି ବର୍ଗରେ ସେ ଡିଫେଣ୍ଡିଂ ଚାମ୍ପିୟନ୍ ହାସନବୟ ଦୁତମାତୋଭଙ୍କଠାରୁ ହାରିଯାଇଥିଲେ। ସେହିପରି ଅନ୍ୟତମ ଭାରତୀୟ ବକ୍ସର ମନିଷ କୌଶିକ୍ (୬୩ କେଜି) କ୍ୱାର୍ଟରଫାଇନାଲରେ ବ୍ରାଜିଲର ୱାଣ୍ଡରସନ୍ ଡି'ଓଲିଭିରାଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି।

Related story