ବକ୍ସିଂ ଡେ' ଟେଷ୍ଟ ବି ହାରିଲା ନ୍ୟୁଜିଲ୍ୟାଣ୍ଡ୍‌, ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ନେଥନ୍ ଲାୟନ୍ ଓ ଜେମ୍ସ ପ୍ୟାଟିନସନଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୨୪୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୪୮୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଚତୁର୍ଥ ଦିବସର ଅନ୍ତିମ ସେସନରେ ଟମ୍ ବ୍ଲଣ୍ଡେଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ୨୪୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଲାୟନ୍ ୮୧ ରନ୍ ଦେଇ ୪ଟି ଏବଂ ପ୍ୟାଟିନସନ୍ ୩୫ […]

Aus1

Aus1

Ranjit Kumar Jena
  • Published: Sunday, 29 December 2019
  • Updated: 29 December 2019, 07:09 PM IST

ମେଲବର୍ଣ୍ଣ: ନେଥନ୍ ଲାୟନ୍ ଓ ଜେମ୍ସ ପ୍ୟାଟିନସନଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୨୪୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୪୮୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଚତୁର୍ଥ ଦିବସର ଅନ୍ତିମ ସେସନରେ ଟମ୍ ବ୍ଲଣ୍ଡେଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ୨୪୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଲାୟନ୍ ୮୧ ରନ୍ ଦେଇ ୪ଟି ଏବଂ ପ୍ୟାଟିନସନ୍ ୩୫ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ।

ବ୍ଲଣ୍ଡେଲ୍ ଅନ୍ତିମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ସେ ୨୧୦ ବଲରେ ୧୫ ଚୌକା ସହାୟତାରେ ୧୨୧ ରନର ଇନିଂସ୍ ଖେଳିଥିଲେ। ଏହା ବ୍ଲଣ୍ଡେଲଙ୍କ କ୍ୟାରିୟରର ଦ୍ୱିତୀୟ ଏବଂ ଦୁଇବର୍ଷରେ ପ୍ରଥମ ଶତକ। ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିଲା ବେଳେ ଆହତ ହେବା କାରଣରୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିନଥିଲେ। ପେସ୍ ବୋଲର ମିଚେଲ୍ ଷ୍ଟାର୍କଙ୍କ ବଲରେ ତାଙ୍କ (ବୋଲ୍ଟ) ହାତ ଫ୍ରାକଚର ହୋଇଯାଇଥିଲା। ଏହି କାରଣରୁ ସେ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁଥିବା ତୃତୀୟ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିଥିଲେ।

ନ୍ୟୁଜିଲ୍ୟାଣ୍ଡ୍ ଟିମକୁ କ୍ରମାଗତ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଚାରିଦିନ ଭିତରେ ବୃହତ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ କିୱି ଟିମ୍ ୨୯୬ ରନରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚତୁର୍ଥ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ୍ ୩୮ ରନରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା, କିନ୍ତୁ ଓପ୍ନର ବ୍ଲଣ୍ଡେଲ୍ ଗୋଟିଏ ପଟେ ସ୍ଥିତି ସମ୍ଭାଳିଥିଲେ। ଦ୍ୱିତୀୟ ସେସନରେ ଲାୟନ୍ ଗୋଟିଏ ୱିକେଟ୍ ନେଇଥିଲେ, କିନ୍ତୁ ତୃତୀୟ ସେସନରେ ଏହି ଅଫ ସ୍ପିନର ତିନି ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ।

ନ୍ୟୁଜିଲ୍ୟାଣ୍ଡ ସତର୍କତାର ସହ ଆରମ୍ଭ କରିଥିଲା ଏବଂ ଏକ ସମୟରେ ଟିମର ସ୍କୋର ବିନା ୱିକେଟରେ ୩୨ ରନରେ ଥିଲା, କିନ୍ତୁ ଆହତ ଜୋଶ ହେଜଲଉଡଙ୍କ ସ୍ଥାନରେ ଖେଳୁଥିବା ପ୍ୟାଟିନସନ୍ ଟମ୍ ଲାଥମ (୮), କ୍ୟାପଟେନ୍ କେନ୍ ୱିଲିୟମସନ୍ (୦) ଏବଂ ଅଭିଜ୍ଞ ରସ୍ ଟେଲର (୨)ଙ୍କୁ ତିନି ରନ୍ ଭିତରେ ପ୍ୟାଭିଲିୟନ୍ ପଠାଇଥିଲେ। ଦ୍ୱିତୀୟ ସେସନରେ ନ୍ୟୁଜିଲ୍ୟାଣ୍ଡ୍ କେବଳ ହେନରୀ ନିକୋଲ୍ସଙ୍କ ୱିକେଟ୍ ହରାଇଥିଲା, ଯିଏ ୩୩ ରନ୍ କରି ଲାୟନଙ୍କ ବଲରେ ୱିକେଟକିପର ଟିମ୍ ପେନଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ।

ଏହା ପରେ ନିଜର ତୃତୀୟ ଟେଷ୍ଟ ଖେଳୁଥିବା ବ୍ଲଣ୍ଡେଲ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ବିଜେ ୱାଟଲିଙ୍ଗ୍ (୨୨)ଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୭୨ ରନର ଭାଗୀଦାରୀ କରିଥିଲେ। ୱାଟଲିଙ୍ଗଙ୍କୁ ଆଉଟ୍ କରି ଲାୟନ ଏହି ଭାଗୀଦାରୀକୁ ଭାଙ୍ଗିଥିଲେ। କଲିନ୍ ଡି' ଗ୍ରାଣ୍ଡହୋମ୍ ୯ ରନ୍ କରିବା ପରେ ଲାୟନଙ୍କ ବଲରେ ଡେଭିଡ୍ ୱାର୍ଣ୍ଣରଙ୍କୁ କ୍ୟାଚ୍ ଦେଇ ବସିଥିବା ବେଳେ ମିଚେଲ୍ ସାଣ୍ଟନର (୨୭) ମଧ୍ୟ ଏହି ଅଫ୍ ସ୍ପିନରଙ୍କ ବଲରେ ୱିକେଟକିପର ପେନଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଶେଷକ୍ରମରେ ଟିମ୍ ସାଉଦୀ ୨ ରନ୍ କରି ଆଉଟ୍ ହୋଇଥିଲେ। ବ୍ଲଣ୍ଡେଲଙ୍କୁ ମାର୍ନସ୍ ଲାବୁଶେନ୍ ପ୍ୟାଭିଲିୟନ୍ ପଠାଇଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ସକାଳେ ୪ ୱିକେଟରେ ୧୩୭ ରନରୁ ଖେଳ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆର ସ୍କୋର ୫ ୱିକେଟରେ ୧୬୮ ରନରେ ଥିବା ବେଳେ ଟ୍ରାଭିସ୍ ହେଡ୍ (୨୮)ଙ୍କୁ ନିଲ୍ ୱାଗନର୍ କ୍ଲିନ୍ ବୋଲ୍ଡ କରିଥିଲେ। ଏଥିସହ କଙ୍ଗାରୁ ଟିମ୍ କ୍ୟାପଟେନ୍ ପେନ୍ ଅଷ୍ଟ୍ରେଲିଆର ଇନିଂସର ଘୋଷଣା କରିଥିଲେ। ମାଥ୍ୟୁ ୱେଡ୍ ୩୦ ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡର ୱାଗନର ୫୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୭ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୧୪୮ ରନରେ ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story