ଆଣ୍ଡରସନ୍ ଖେଳିଲେ ୧୫୦ତମ ଟେଷ୍ଟ ମ୍ୟାଚ୍‌

ସେଞ୍ଚୁରିୟନ୍‌: ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ବିଶ୍ୱର ନବମ ଖେଳାଳି ଭାବେ ୧୫୦ତମ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିୟନରେ ସେ ଏହି ସ୍ୱତନ୍ତ୍ର ଉପଲବ୍ଧି ଅର୍ଜନ କରିଛନ୍ତି। ୨୨ ମେ’, ୨୦୦୩ରେ ଟେଷ୍ଟ କ୍ୟାରିୟର ଶୁଭାରମ୍ଭ କରିଥିବା ଆଣ୍ଡରସନ୍ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାରେ ଇଂଲଣ୍ଡର ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଇଂଲଣ୍ଡର ଆଲିଷ୍ଟର୍ କୁକ୍ ୧୬୧ ଟେଷ୍ଟ ମ୍ୟାଚ୍ ଖେଳି ଆଗରେ ଅଛନ୍ତି। ତେବେ […]

anderson

anderson

Ranjit Kumar Jena
  • Published: Thursday, 26 December 2019
  • Updated: 26 December 2019, 09:55 PM IST

ସେଞ୍ଚୁରିୟନ୍‌: ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ବିଶ୍ୱର ନବମ ଖେଳାଳି ଭାବେ ୧୫୦ତମ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିୟନରେ ସେ ଏହି ସ୍ୱତନ୍ତ୍ର ଉପଲବ୍ଧି ଅର୍ଜନ କରିଛନ୍ତି।

୨୨ ମେ', ୨୦୦୩ରେ ଟେଷ୍ଟ କ୍ୟାରିୟର ଶୁଭାରମ୍ଭ କରିଥିବା ଆଣ୍ଡରସନ୍ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାରେ ଇଂଲଣ୍ଡର ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଇଂଲଣ୍ଡର ଆଲିଷ୍ଟର୍ କୁକ୍ ୧୬୧ ଟେଷ୍ଟ ମ୍ୟାଚ୍ ଖେଳି ଆଗରେ ଅଛନ୍ତି। ତେବେ ଆଣ୍ଡରସନ୍ ବିଶ୍ୱର ପ୍ରଥମ ପେସ୍ ବୋଲର ଭାବେ ୧୫୦ ଟେଷ୍ଟ ମ୍ୟାଚ୍ ଖେଳିବାର ନୂଆ ବିଶ୍ୱ ରେକର୍ଡ କରିଛନ୍ତି।

ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ରେକର୍ଡ ସଚିନ ତେନ୍ଦୁଲକର (୨୦୦)ଙ୍କ ନାଁରେ ରହିଛି ତାଙ୍କ ପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୬୮), ଜ୍ୟାକ୍ କାଲିସ୍ (୧୬୬), ଶିବନାରାୟଣ ଚନ୍ଦରପଲ୍ (୧୬୪), ରାହୁଲ୍ ଡ୍ରାଭିଡ୍ (୧୬୪), କୁକ୍ (୧୬୧) ଏବଂ ଆଲାନ୍ ବର୍ଡର୍ (୧୫୬) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos