ବୁମ୍ରା କେଉଁ ବଲିଉଡ୍‌ ଷ୍ଟାରଙ୍କ ଭଳି ଦେଖାଯାଉଛନ୍ତି, କହିଲେ ହରଭଜନ

ନୂଆଦିଲ୍ଲୀ: ଆହତ ସମସ୍ୟାରୁ ମୁକୁଳିବା ପାଇଁ ଅଭ୍ୟାସ ଜାରି ରଖିଥିବା ଯଶପ୍ରୀତ ବୁମ୍ରାଙ୍କୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବ୍ରିଟେନ୍‌ରେ ନିଜ ଆହତ ସମସ୍ୟାର ଚିକିତ୍ସା କରୁଥିବା ବୁମ୍ରା ନିକଟରେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ସେ ଶୁଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ବୁମ୍ରା କେମିତି ଦେଖା ଯାଉଛନ୍ତି, ସେକଥା ତାଙ୍କ ଫ୍ୟାନ୍‌ ଓ ଟିମ୍‌ ସଦସ୍ୟମାନେ କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ହେଲେ […]

u

Hemant Lenka
  • Published: Wednesday, 06 November 2019
  • , Updated: 06 November 2019, 04:23 PM IST

ନୂଆଦିଲ୍ଲୀ: ଆହତ ସମସ୍ୟାରୁ ମୁକୁଳିବା ପାଇଁ ଅଭ୍ୟାସ ଜାରି ରଖିଥିବା ଯଶପ୍ରୀତ ବୁମ୍ରାଙ୍କୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବ୍ରିଟେନ୍‌ରେ ନିଜ ଆହତ ସମସ୍ୟାର ଚିକିତ୍ସା କରୁଥିବା ବୁମ୍ରା ନିକଟରେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ।

ଏହି ଫଟୋରେ ସେ ଶୁଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ବୁମ୍ରା କେମିତି ଦେଖା ଯାଉଛନ୍ତି, ସେକଥା ତାଙ୍କ ଫ୍ୟାନ୍‌ ଓ ଟିମ୍‌ ସଦସ୍ୟମାନେ କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ହେଲେ ହରଭଜନ ସିଂହ ଏହି ଫଟୋ ଦେଖି ବୁମ୍ରାଙ୍କୁ ବଲିଉଡର ପ୍ରଖ୍ୟାତ ଅଭିନେତା ଦେବାନନ୍ଦଙ୍କ ସହ ତୁଳନା କରିଛନ୍ତି। ସେହିପରି ଯୁବରାଜ ସିଂହ “ସୋ କୁଲ୍‌” ବୋଲି କମେଣ୍ଟ କରିଛନ୍ତି।

ଦୁଇ ବର୍ଷ ହେଲା ଭାରତ ପାଇଁ ଦ୍ରୁତ ବୋଲିଂର କମାଣ ସମ୍ଭାଳିଥିବା ୨୫ ବର୍ଷୀୟ ବୁମ୍ରା ୧୨ଟି ଟେଷ୍ଟରେ ୬୨ଟି ୱିକେଟ ନେଇଥିବା ଦିନିକିଆରେ ୧୦୨ଟି ୱିକେଟ୍‌ ଦଖଲ କରିଛନ୍ତି। ସେହିପରି ସେ ୪୨ ଟି-୨୦ ମ୍ୟାଚ୍‌ରେ ୫୧ଟି ୱିକେଟ୍‌ ନେଇଛନ୍ତି।

ଁଆହତ ଯୋଗୁ ବୁମ୍ରା ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜ୍‌ରୁ ବାଦ ପଡ଼ିଛନ୍ତି।

Related story