ପ୍ୟାରିସ୍: ଭାରତୀୟ ପୁରୁଷ ଡବଲ୍ସ ଟିମ୍ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଦମଦାର ପ୍ରଦର୍ଶନ ବଜାୟ ରଖି ଫ୍ରେଞ୍ଚ୍ ଓପନ୍ ସୁପର୍ ୭୫୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅଗଷ୍ଟରେ ଥାଲଇ୍ୟାଣ୍ଡ୍ ଓପନ୍ ଜିତିଥିବା ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ି ଡବଲ୍ସ ସେମିଫାଇନାଲରେ ପଞ୍ଚମ ସିଡ୍ ଜାପାନର ହିରୋୟୂକି ଏଣ୍ଡୋ ଓ ୟୁତା ୱାଟାମାବେଙ୍କୁ ୨୧-୧୧, ୨୫-୨୩ ଗେମରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇଛନ୍ତି। ଏହି ଜାପାନ ଯୋଡ଼ିଙ୍କଠାରୁ ସାତ୍ତ୍ୱିକ ଓ ଚିରାଗ ଶେଷ ଦୁଇଟି ମ୍ୟାଚରେ ହାରିଥିଲେ।
ବିଶ୍ୱ ଚାମ୍ପିୟନ୍ ଏବଂ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଏବଂ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ସାଇନା ନେହ୍ୱାଲଙ୍କ ଯୋଡ଼ି ହାରିବା ପରେ ସାତ୍ତ୍ୱିକ ଓ ଚିରାଗ ଏହି ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଥିଲେ। ଫାଇନାଲରେ ସେମାନଙ୍କ ସାମ୍ନା ଇଣ୍ଡୋନେସିଆର ମାର୍କ ଗିଡନ୍ ଏବଂ କେଭିନ୍ କେଭିନ୍ ସୁକାମୁଲଜୋଙ୍କୁ ଭେଟିବେ।