ରୋହିତ ଶର୍ମାଙ୍କ ଉପସ୍ଥିତି ଆମକୁ ପ୍ରେରଣା ଦେଇଛି: ବଟ୍ଟଲର

କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟବହାର ଅତି ଭଲ। ସେ ସାଥୀ ଖେଳାଳିଙ୍କୁ ସାଥିରେ ନେଇ ଖେଳନ୍ତି। ତାଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଦେଇଛି। ଗୁରୁବାର ଏହା କହିଛନ୍ତି ଇଂଲିସମ୍ୟାନ୍‌ ଜୋସ୍‌ ବଟ୍ଟଲର। ସେ କହିଛନ୍ତି ଗତକାଲି ଆଇପିଏଲ୍‌-୯ରେ କୋଲକାତା ବିପକ୍ଷରେ ଯେପରି ଅକର୍ଷଣୀୟ ପାଳି ଖେଳି ରୋହିତ ସମସ୍ତଙ୍କୁ  ଚକିତ କରି ଦେଇଛନ୍ତି। ରୋହିତ ଗତକାଲି ମ୍ୟାଚ୍‌ରେ ଅପରାଜିତ ୮୪ରନ୍‌ ଓ ବଟ୍ଟଲର ୨୨ ବଲରୁ ୪୧ ରନ୍‌ କରି ଦଳକୁ ବିଜୟୀ […]

rohit-sharma-ipl-640

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 11:30 AM IST

କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟବହାର ଅତି ଭଲ। ସେ ସାଥୀ ଖେଳାଳିଙ୍କୁ ସାଥିରେ ନେଇ ଖେଳନ୍ତି। ତାଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଦେଇଛି। ଗୁରୁବାର ଏହା କହିଛନ୍ତି ଇଂଲିସମ୍ୟାନ୍‌ ଜୋସ୍‌ ବଟ୍ଟଲର।

ସେ କହିଛନ୍ତି ଗତକାଲି ଆଇପିଏଲ୍‌-୯ରେ କୋଲକାତା ବିପକ୍ଷରେ ଯେପରି ଅକର୍ଷଣୀୟ ପାଳି ଖେଳି ରୋହିତ ସମସ୍ତଙ୍କୁ  ଚକିତ କରି ଦେଇଛନ୍ତି। ରୋହିତ ଗତକାଲି ମ୍ୟାଚ୍‌ରେ ଅପରାଜିତ ୮୪ରନ୍‌ ଓ ବଟ୍ଟଲର ୨୨ ବଲରୁ ୪୧ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ।

ବଟ୍ଟଲର ରୋହିତଙ୍କ ଭୂୟସୀ ପ୍ରଶାଂସା କରି କହିଛନ୍ତି,“ଦଳ ତାଙ୍କ ପରି ଜଣେ ଅଧିନାୟକ ପାଇଛି। ସେ ଜଣେ ଉଚ୍ଚ ଚରିତ୍ରର ବ୍ୟକ୍ତିତ୍ୱ। ସେ କ୍ରିକେଟ ପଡିଆରେ ଖେଳୁଥିବା ବେଳେ ତାଙ୍କର ବ୍ୟବହାର ତାଙ୍କ ନିୟନ୍ତ୍ରଣରେ ଥାଏ।”

Related story