ଦିନିକିଆରେ ୯ମ ଶତକ ହାସଲ କଲେ ରୟ, ୩୧ ଓଭର୍ ସୁଦ୍ଧା ଇଂଲଣ୍ଡ ୨୦୨/୧

କାରଡିଫ୍‌: ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହେବାରେ ଲାଗିଛି ଶକ୍ତିଶାଳୀ ଇଂଲଣ୍ଡ। ଆଜି ବିଶ୍ୱକପର ୧୨ତମ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଓପନର ଜେସନ ରୟଙ୍କ ଶତକ ବଳରେ ୩୧ ଓଭର୍‌ ସୁଦ୍ଧା ମାତ୍ର ଗୋଟିଏ ୱିକେଟ୍‌ ହରାଇ ୨୦୨ ରନ୍‌ କରିଛି। ଜେସନ ରୟ ୧୦୮ ବଲ୍‌ରେ ୧୨୬ ରନ୍‌ କରିଥିବା ବେଳେ ଜୋ ରୁଟ୍‌ ୨୮ଟି ବଲ୍‌ରେ ୨୧ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ଅନ୍ୟତମ ଓପନର ଜନ୍ନି ବେୟାରଷ୍ଟୋ ୫୦ଟି […]

roy

Hemant Lenka
  • Published: Saturday, 08 June 2019
  • , Updated: 08 June 2019, 05:14 PM IST

କାରଡିଫ୍‌: ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହେବାରେ ଲାଗିଛି ଶକ୍ତିଶାଳୀ ଇଂଲଣ୍ଡ। ଆଜି ବିଶ୍ୱକପର ୧୨ତମ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଓପନର ଜେସନ ରୟଙ୍କ ଶତକ ବଳରେ ୩୧ ଓଭର୍‌ ସୁଦ୍ଧା ମାତ୍ର ଗୋଟିଏ ୱିକେଟ୍‌ ହରାଇ ୨୦୨ ରନ୍‌ କରିଛି। ଜେସନ ରୟ ୧୦୮ ବଲ୍‌ରେ ୧୨୬ ରନ୍‌ କରିଥିବା ବେଳେ ଜୋ ରୁଟ୍‌ ୨୮ଟି ବଲ୍‌ରେ ୨୧ ରନ୍‌ କରିଛନ୍ତି।

ଅନ୍ୟପକ୍ଷରେ ଅନ୍ୟତମ ଓପନର ଜନ୍ନି ବେୟାରଷ୍ଟୋ ୫୦ଟି ବଲ୍‌ରେ ୫୧ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ସେ ଆଉ ହେବା ପୂର୍ବରୁ ରୟଙ୍କ ସହ ମିଶି ପ୍ରଥମ ୱିକେଟ୍‌ ପାଇଁ ୧୨୮ ରନ୍‌ ଯୋଡ଼ିଥିଲେ। ତାଙ୍କୁ ବାଂଲାଦେଶ ଅଧିନାୟକ ମର୍ଶଫେ ମୋର୍ତାଜା ଆଉଟ୍‌ କରି ବାଂଲାଦେଶକୁ ପ୍ରଥମ ଝଟ୍‌କା ଦେଇଥିଲେ। ତେବେ ବେୟାରଷ୍ଟୋଙ୍କ ଆଉଟ୍‌ ରୟଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା।

ସେ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ନିଜର ଶତକ ହାସଲ କରିଥିଲେ। ୩୧ ଓଭର୍‌ ଶେଷ ସୁଦ୍ଧା ୧୨୬ ରନ୍‌ କରିଥିବା ରୟ ୧୪ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଏହା ଦିନିକିଆରେ ରୟଙ୍କ ୯ମ ଶତକ। ସେହିପରି ଗତବର୍ଷ କାରଡିଫ୍‌ରେ ରୟ ଅଷ୍ଟ୍ରେଲିଆ ବିପକ୍ଷରେ ୧୨୦ ରନ୍‌ କରିଥିଲେ। ଏ ବର୍ଷ ମଧ୍ୟ ସେହି କାରଡିଫ୍‌ରେ ଶତକ ହାସଲ କରିଛନ୍ତି।

Related story