ଚାଇନା ଓପନ: ପ୍ରଥମ ରାଉଣ୍ଡ ଜିତିଲେ ସିନ୍ଧୁ, ପ୍ରଣୟ ଓ ଜୟରାମ

ଫୁଜ୍‌ହୁ: ଚାଇନା ଓପନ୍‌ ବ୍ୟାଡମିଣ୍ଟନରେ ଆଜି ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ପିଭି ସିନ୍ଧୁ, ଏଚ୍‌ଏସ୍‌ ପ୍ରଣୟ ଏବଂ ଅଜୟ ଜୟରାମ ନିଜ ନିଜ ମ୍ୟାଚ୍‌ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସିନ୍ଧୁ ତାଇବାନର ଚିଆ ହିସ୍‌ନି ଲିଙ୍କୁ ୨୧-୧୨, ୨୧-୧୬ ସେଟ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁରୁଷ ବର୍ଗରେ ପ୍ରଣୟ ହଂକଂର କା ଲଙ୍ଗ ଆଙ୍ଗୁସ୍‌ ନିଗ୍‌ଙ୍କୁ ସିଧାସଳଖ ୨୧-୧୩, ୨୧-୧୩ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ […]

pv.sindhu

Rakesh Mallick
  • Published: Wednesday, 16 November 2016
  • , Updated: 24 November 2016, 05:12 PM IST

ଫୁଜ୍‌ହୁ: ଚାଇନା ଓପନ୍‌ ବ୍ୟାଡମିଣ୍ଟନରେ ଆଜି ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ପିଭି ସିନ୍ଧୁ, ଏଚ୍‌ଏସ୍‌ ପ୍ରଣୟ ଏବଂ ଅଜୟ ଜୟରାମ ନିଜ ନିଜ ମ୍ୟାଚ୍‌ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସିନ୍ଧୁ ତାଇବାନର ଚିଆ ହିସ୍‌ନି ଲିଙ୍କୁ ୨୧-୧୨, ୨୧-୧୬ ସେଟ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପୁରୁଷ ବର୍ଗରେ ପ୍ରଣୟ ହଂକଂର କା ଲଙ୍ଗ ଆଙ୍ଗୁସ୍‌ ନିଗ୍‌ଙ୍କୁ ସିଧାସଳଖ ୨୧-୧୩, ୨୧-୧୩ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜୟରାମ୍‌ ଚାଇନାର ଝୁ ସିୟୁଆନଙ୍କୁ ପରାସ୍ତ କରିଛନ୍ତି। ସେ ଝୁଙ୍କୁ ୨୧-୧୯, ୨୦-୨୨, ୨୧-୧୭ ସେଟ୍‌ରେ ପରାସ୍ତ କରିଥିଲେ।

ଅନ୍ୟପକ୍ଷରେ ସାଇନା ନେହୱାଲ ପ୍ରଥମ ରାଉଣ୍ଡରେ ପରାଜୟର ସମ୍ମୁଖୀନ ହୋଇଛନ୍ତି।

Related story