ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପହଞ୍ଚିବାକୁ ଆଜି ପଡ଼ିଆରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ

ଭୁବନେଶ୍ୱର: ଚାମ୍ପିଅନ୍ସ ଟ୍ରଫିରେ ଆଜି ଦ୍ୱିତୀୟ ସେମିଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ।  ବର୍ମିଂହାମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।  ଚାମ୍ପିଅନ୍ସ ଟ୍ରଫିରେ ସେମିରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିବା ବାଂଲାଦେଶ ଭାରତକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିବାକୁ ପୂରା ଚେଷ୍ଟା କରିବ।  ଅନ୍ୟପକ୍ଷରେ ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଏବଂ ଓ୍ୱାର୍ମଅପ୍ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିବାରୁ ଭାରତର ମନୋବଳ ଦୃଢ଼ ରହିବ ବୋଲି […]

india

Rakesh Mallick
  • Published: Thursday, 15 June 2017
  • , Updated: 15 June 2017, 08:04 AM IST

ଭୁବନେଶ୍ୱର: ଚାମ୍ପିଅନ୍ସ ଟ୍ରଫିରେ ଆଜି ଦ୍ୱିତୀୟ ସେମିଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ।  ବର୍ମିଂହାମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।  ଚାମ୍ପିଅନ୍ସ ଟ୍ରଫିରେ ସେମିରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିବା ବାଂଲାଦେଶ ଭାରତକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିବାକୁ ପୂରା ଚେଷ୍ଟା କରିବ।  ଅନ୍ୟପକ୍ଷରେ ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଏବଂ ଓ୍ୱାର୍ମଅପ୍ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିବାରୁ ଭାରତର ମନୋବଳ ଦୃଢ଼ ରହିବ ବୋଲି ଆଶା କରାଯାଉଛି।

ଗତକାଲି ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୪ ରନ୍‌ରେ ପରାସ୍ତ କରି ଫାଇନାଲକୁ ଯାଇଛି ପାକିସ୍ତାନ।  ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ କରିଥିଲା ୨୧୧ ରନ୍।  ଜବାବରେ ପାକିସ୍ତାନ ୮ ୱିକେଟ୍ ବିନିମୟରେ ୩୭.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଆଜି ଯଦି ଭାରତ ଜିତିବ, ତା’ହେଲେ ଟାଇଟଲ ପାଇଁ ପାକିସ୍ତାନ ସହ ଖେଳିବ।

Related story