ଚେନ୍ନାଇ-ହାଇଦ୍ରାବାଦ ଫାଇନାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ ଟିମ୍ ଭାବେ ଫାଇନାଲ୍‌ରେ ପହଞ୍ଚି ଯାଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ଦଳ ଆଜି କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ରବିବାର ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା। ଦଳ ପକ୍ଷରୁ […]

rashid1

rashid1

Rakesh Mallick
  • Published: Friday, 25 May 2018
  • Updated: 25 May 2018, 10:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ ଟିମ୍ ଭାବେ ଫାଇନାଲ୍‌ରେ ପହଞ୍ଚି ଯାଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ଦଳ ଆଜି କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ରବିବାର ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା। ଦଳ ପକ୍ଷରୁ ରିଦ୍ଧିମାନ ଶାହା ୩୫ ରନ୍ କରିଥିବା ବେଳେ ଶିଖର ଧାୱନ ୩୪ ରନ୍ କରିଥିଲେ। ଶକିବ ଅଲ ହାସନ ୨୮ ରନ୍ କରିଥିବା ବେଳେ ରଶିଦ ଖାନ ୩୪ ରନ୍ କରି ନଟ୍ ଆଉଟ୍ ରହିଥିଲେ। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ଦୁଇଟି ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା।  ଦଳ ପକ୍ଷରୁ କ୍ରୀସ୍ ଲିନ୍ ୪୮ ରନ୍ କରିଥିବା ବେଳେ ସୁନୀଲ ନାରିନ୍ ୨୬ ଓ ନୀତୀଶ ରାଣା ୨୨ ରନ୍ କରିଥିଲେ।

ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ ୩ଟି ୱିକେଟ୍ ନେଇଥିବା ବେଳେ ସିଦ୍ଧାର୍ଥ କାଉଲ ୨ଟି ୱିକେଟ୍ ନେଇଥିଲେ। କାର୍ଲୋସ୍ ଦୁଇଟି ଓ ଶକିବ୍ ଗୋଟିଏ ୱିକେଟ୍ ନେଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos