ଧୋନିଙ୍କୁ ଦେଖିବାକୁ ଗାର୍ଲଫ୍ରେଣ୍ଡ ସହ ଡେଟିଂରେ ଗଲେନି

ଦିଲ୍ଲୀ: ଦିଲ୍ଲୀର ଫିରୋଜଶାହା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସ, ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୪ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ଦେଇଥିବା ୧୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୬ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପଡ଼ିଆରେ ଦଳ ନୈରାଶଜନକ ପ୍ରଦର୍ଶନ କରିଥିଲେ ବି ଷ୍ଟାଡିୟମରେ ଫ୍ୟାନ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା। ଦିଲ୍ଲୀ ହୋମ୍‌ ଗ୍ରାଉଣ୍ଡରେ ଖେଲୁଥିଲେ ବି ଚେନ୍ନାର ସମର୍ଥକ କିଛି କମ ନଥିଲେ। […]

csk1

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 06:07 AM IST

ଦିଲ୍ଲୀ: ଦିଲ୍ଲୀର ଫିରୋଜଶାହା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସ, ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୪ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ଦେଇଥିବା ୧୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୬ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପଡ଼ିଆରେ ଦଳ ନୈରାଶଜନକ ପ୍ରଦର୍ଶନ କରିଥିଲେ ବି ଷ୍ଟାଡିୟମରେ ଫ୍ୟାନ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା।

ଦିଲ୍ଲୀ ହୋମ୍‌ ଗ୍ରାଉଣ୍ଡରେ ଖେଲୁଥିଲେ ବି ଚେନ୍ନାର ସମର୍ଥକ କିଛି କମ ନଥିଲେ। ହେଲେ ମ୍ୟାଚ୍‌ ପୂର୍ବରୁ ଏମିତି ଜଣେ ସମର୍ଥକ ସମସ୍ତଙ୍କ ନଜରକୁ ଆସିଥିଲେ, ଯିଏ ଏକ ପୋଷ୍ଟର ଧରି ଚେନ୍ନାଇର ଜର୍ସି ପିନ୍ଧି ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ଏହି ପୋଷ୍ଟରରେ ସେ ଯାହା ଲେଖିଥିଲେ ଯିଏ ଦେଖୁଥିଲେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ।

ଏହି ଯୁବକ ଜଣଙ୍କ ଧୋନିଙ୍କ ପାଇଁ ପ୍ରେମିକାଙ୍କ ସହ ଡେଟିଂରେ ଯିବା କ୍ୟାନସଲ କରି ଦେଇଥିଲେ ଓ ପୋଷ୍ଟରରେ ଏହା ଲେଖି ଜଣାଇଥିଲେ। ଏଥିର ସେ ଲେଖିଛନ୍ତି, “ମୋ ସାଙ୍ଗ ଧୋନୀଙ୍କୁ ଦେଖିବାକୁ ଆଜି ମୁଁ ଡେଟ୍‌ ମିସ୍‌ କରିଦେଲି।”

ଯୁବକ ଜଣଙ୍କ ପୋଷ୍ଟର ଧରି ଛିଡା ହୋଇଥିବାର ଏହି ଫଟୋ ଚେନ୍ନାଇ ସୁପର କିଙ୍ଗସ୍‌ ଅଫିସିଆଲ ଟ୍ୱିଟରରେ ମଧ୍ୟ ପୋଷ୍ଟ କରାଯାଇଛି। ଏଥିରେ କ୍ୟାପସନ୍‌ ଲେଖାଯାଇଛି, “କ୍ୟା ବାତ୍‌ ହେ! ଆଶା କରୁଛୁ, ତୁମ ପ୍ରେମିକା ତୁମକୁ ଓ ଏହି ଟ୍ୱିଟ୍‌କୁ ଆଜି ରାତିରେ ଟିଭିରେ ଦେଖି ନ ଦେଖନ୍ତୁ।”

Related story