ଟସ୍ ଜିତିଲା ସୁପର୍ କିଙ୍ଗସ୍, ପ୍ରଥମେ ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲସ ବିପକ୍ଷ ଚଳିତ ସିଜନର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଚସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଗତ ମ୍ୟାଚରେ ଟାର୍ଗେଟକୁ ପିଛା କରି ଦଳ ସଫଳ ହୋଇଥିବାରୁ ଆଜିର ମ୍ୟାଚରେ ମଧ୍ୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସମାନ ରଣନୀତି ଆପଣାଇଛନ୍ତି। ତେବେ ସିଏସକେ ପକ୍ଷରୁ ଗତ ମ୍ୟାଚରେ ବିଜୟୀ ଇନିଂସ ଖେଳିଥିବା ଅମ୍ବାତି ରାୟୁଡୁ ଶତ ପ୍ରତଶତ ଫିଟ୍ ନଥିବାରୁ ଶେଷ ମୁହୂର୍ତ୍ତରେ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ […]

dhoni

dhoni

Manoranjan Sial
  • Published: Tuesday, 22 September 2020
  • Updated: 22 September 2020, 07:34 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲସ ବିପକ୍ଷ ଚଳିତ ସିଜନର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଚସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଗତ ମ୍ୟାଚରେ ଟାର୍ଗେଟକୁ ପିଛା କରି ଦଳ ସଫଳ ହୋଇଥିବାରୁ ଆଜିର ମ୍ୟାଚରେ ମଧ୍ୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସମାନ ରଣନୀତି ଆପଣାଇଛନ୍ତି।

ତେବେ ସିଏସକେ ପକ୍ଷରୁ ଗତ ମ୍ୟାଚରେ ବିଜୟୀ ଇନିଂସ ଖେଳିଥିବା ଅମ୍ବାତି ରାୟୁଡୁ ଶତ ପ୍ରତଶତ ଫିଟ୍ ନଥିବାରୁ ଶେଷ ମୁହୂର୍ତ୍ତରେ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାର୍ଡ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଋତୁରାଜ ସମ୍ଭବତଃ ତିନି ନମ୍ବରରେ ବ୍ୟାଟିଂ କରିବେ।

ଅନ୍ୟପକ୍ଷରେ ରାଜସ୍ଥାନ ପକ୍ଷରୁ ଷ୍ଟିଭ୍ ସ୍ମିଥ ଓ ଯୁବ ଇଲରାଉଣ୍ଡର୍ ଯଶସ୍ୱୀ ଜୟସ୍ୱାଲ୍ ପାଳି ଆରମ୍ଭ କରିବେ ବୋଲି ସୂଚନା ମିଶିଛି। ସେହିପରି ଅଧିନାୟକର ଷ୍ଟିଭ୍ ସ୍ମିଥଙ୍କ ସମେତ ଡେଭିଡ୍ ମିଲର୍, ଟମ୍ କୁରାନ୍ ଓ ଜେଫ୍ରା ଆର୍ଚର ବିଦେଶୀ ଖେଳାଳି ଭାବେ ଚୂଡ଼ାନ୍ତ ଏକାଦଶରେ ଅଛନ୍ତି।

ତେବେ ଆଜିର ରୋଚକ ମୁକାବିଲାରେ ଦୁଇ ଇଂଲିଶ ଅଲରାଉଣ୍ଡର୍ ଭ୍ରାତା ସାମ୍ କୁରାନ୍ ଓ ଟମ୍ କୁରାନ୍ ପରସ୍ପର ବିରୋଧରେ ପଡ଼ିଆକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos