ରାଜଧାନୀରେ ଏସଆର୍ ଚେସ୍‌ ସେଣ୍ଟର୍‌ର ନୂଆ ଶାଖା

ଭୁବନେଶ୍ୱର: ଆଇଆର୍‌ସି ଭିଲେଜ୍‌ରେ ଏସଆର୍ ଚେସ୍‌ ସେଣ୍ଟର୍‌ର ଅନ୍ୟ ଏକ ନୂଆ ଶାଖା ଉଦ୍‌ଘାଟିତ୍‌ ହୋଇଛି । ଆନ୍ତର୍ଯ୍ୟାତିୟ ଚେସ୍‌ ଖେଳାଳୀ ସୃଷ୍ଟି କରାଇଥିବା ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ଚେସ୍‌ ପ୍ରଶିକ୍ଷଣ କେନ୍ଦ୍ର ଏସ୍‌ଆର୍‌ ଚେସ୍‌ ସେଣ୍ଟରକୁ ରବିବାର ଖୋର୍ଦ୍ଦା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ସୁଭାଶିଷ ପଟ୍ଟନାୟକ ଫିତା କାଟି ଉଦଘାଟନ କରିଛନ୍ତି। ଏହି ଅବସରରେ ୫୨ ଜଣ ବଛା ବଛା ଚେସ୍‌ ଖେଳାଳିଙ୍କୁ ନେଇ ୬ରାଉଣ୍ଡ ଭିତ୍ତିକ ଏକ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା […]

chess

Rakesh Mallick
  • Published: Tuesday, 14 March 2017
  • , Updated: 14 March 2017, 08:30 PM IST

ଭୁବନେଶ୍ୱର: ଆଇଆର୍‌ସି ଭିଲେଜ୍‌ରେ ଏସଆର୍ ଚେସ୍‌ ସେଣ୍ଟର୍‌ର ଅନ୍ୟ ଏକ ନୂଆ ଶାଖା ଉଦ୍‌ଘାଟିତ୍‌ ହୋଇଛି । ଆନ୍ତର୍ଯ୍ୟାତିୟ ଚେସ୍‌ ଖେଳାଳୀ ସୃଷ୍ଟି କରାଇଥିବା ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ଚେସ୍‌ ପ୍ରଶିକ୍ଷଣ କେନ୍ଦ୍ର ଏସ୍‌ଆର୍‌ ଚେସ୍‌ ସେଣ୍ଟରକୁ ରବିବାର ଖୋର୍ଦ୍ଦା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ସୁଭାଶିଷ ପଟ୍ଟନାୟକ ଫିତା କାଟି ଉଦଘାଟନ କରିଛନ୍ତି। ଏହି ଅବସରରେ ୫୨ ଜଣ ବଛା ବଛା ଚେସ୍‌ ଖେଳାଳିଙ୍କୁ ନେଇ ୬ରାଉଣ୍ଡ ଭିତ୍ତିକ ଏକ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯୋଉଁଥିରେ ୬ ପଏଣ୍ଟ ସହ ଆରିନ୍‌ ଅନ୍ୱେଷ ସ୍ୱାଇଁ ଚାମ୍ପିୟନ ହୋଇଥିବା ବେଳେ କୌଶିକ୍‌ ପାଣିଗ୍ରାହୀ ୫ପଏଣ୍ଟ ସହ ୨ୟ ଓ ଶୁଭମ ଜ୍ୟୋତି ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟପଟେ ୭ବର୍ଷରୁ କମ ବୟସର ଚେସ୍ ପ୍ରତିଯୋଗିତାରେ ଆୟୁଷ ଆରିଆନ୍‌ ଓ ସାଇ ସଂପ୍ରଦା ମାହାନ୍ତି ଯୁଗ୍ମଭାବେ ବିଜେତା ହୋଇଛନ୍ତି ।

Related story