୯୦ ବର୍ଷର ରେକର୍ଡ ଭାଙ୍ଗିଲେ ପୂଜାରା

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଚେତେଶ୍ୱର ପୂଜାରା ୧୯୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଗତକାଲି ୨୫୦ ବଲ୍‌ରୁ ୧୩୦ ରନ୍ କରି ଅପରାଜିତ ଥିବା ପୂଜାରା ଆଜି ୧୯୩ ରନ୍ (୩୭୩ ବଲ୍, ୨୨ ଚୌକା) କରି ଆଉଟ୍ ହୋଇଯାଇଛନ୍ତି। ତାଙ୍କର ଏହି ଦମ୍‌ଦାର ଇନିଂସ୍ ବଳରେ ଭାରତ ଏକ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ଚା’ ପାନ ବିରତି ସୁଦ୍ଧା […]

pujara

Jitendra Garnayak
  • Published: Friday, 04 January 2019
  • , Updated: 04 January 2019, 02:29 PM IST

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଚେତେଶ୍ୱର ପୂଜାରା ୧୯୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଗତକାଲି ୨୫୦ ବଲ୍‌ରୁ ୧୩୦ ରନ୍ କରି ଅପରାଜିତ ଥିବା ପୂଜାରା ଆଜି ୧୯୩ ରନ୍ (୩୭୩ ବଲ୍, ୨୨ ଚୌକା) କରି ଆଉଟ୍ ହୋଇଯାଇଛନ୍ତି। ତାଙ୍କର ଏହି ଦମ୍‌ଦାର ଇନିଂସ୍ ବଳରେ ଭାରତ ଏକ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ଚା’ ପାନ ବିରତି ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୪୯୧ ରନ୍ ସଂଗ୍ରହ କରି ନେଇଛି। ଋଷଭ ପନ୍ଥ ଓ ରବୀନ୍ଦ୍ର ଜାଡେଜା କ୍ରିଜ୍‌ରେ ଅଛନ୍ତି।

ଏହି ସିରିଜ୍‌ରେ ଉଭୟ ଦେଶର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସବୁଠୁ ଭଲ ଖେଳିଥିବା ପୂଜାରା ୯୦ ବର୍ଷର ଏକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ରେକର୍ଡ ଇଂଲଣ୍ଡର ହର୍ବର୍ର୍ଟ ସଟ୍‌କ୍ଲିଫ୍‌ଙ୍କ ନାଁରେ ଥିଲା। ସେ ଏକ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ ଭାବେ ଅଷ୍ଟ୍ରେଲିଆରେ ୪ ଅବା ଏହାଠାରୁ କମ୍ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ସବୁଠୁ ଅଧିକ ୧୨୩୭ଟି ବଲ୍‌ର ସାମ୍ନା କରିଥିଲେ। ୧୯୨୮-୨୯ରେ ଆଶେସ୍ ସିରିଜ୍‌ରେ ସେ ଏତେ ସଂଖ୍ୟକ ବଲ୍‌ର ସମ୍ମୁଖୀନ ହୋଇଥିଲେ। ତେବେ ପୂଜାର ତାଙ୍କର ଏହି ରେକର୍ଡ ଭାଙ୍ଗି ଦେଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟେଷ୍ଟ୍ ସିରିଜ୍‌ର ୪ଟି ମ୍ୟାଚ୍‌ରେ ୭ଟି ଇନିଂସ୍ ଖେଳି ସାରିଥିବା ପୂଜାରା ଏଯାବତ୍‌ ୧୨୫୮ଟି ବଲ୍‌ର ସାମ୍ନା କରିଛନ୍ତି। ଏଥିରୁ ସେ ୫୨୧ ରନ୍ ସଂଗ୍ରହ କରିଛନ୍ତି।

ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ପୂଜାରା ୨୪୬ ବଲ୍‌ର ସାମ୍ନା କରି ୧୨୩ ରନ୍ କରିଥିଲେ। ସେହିପରି ଦ୍ୱିତୀୟ ଇନିଂସ୍‌ରେ ସେ ୨୦୪ ବଲ୍‌ର ସାମ୍ନା କରି ୭୧ ରନ୍ ସଂଗ୍ରହ କରିଥିଲେ।

ପର୍ଥରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ପୂଜାରାଙ୍କ ପ୍ରଦର୍ଶନ ଭଲ ନ ଥିଲା। ଏହି ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ୧୦୩ଟି ବଲ୍‌ର ସାମ୍ନା କରି ୨୪ ରନ୍ କରିଥିଲେ। ଦ୍ୱିତୀୟ ଇନିଂସ୍‌ରେ ସେ ମାତ୍ର ୧୧ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ଓ ୪ ରନ୍ କରି ଆଉଟ୍ ହୋଇଥିଲେ।

ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୩୧୯ ବଲ୍‌ରୁ ସେ ୧୦୬ ରନ୍ ସଂଗ୍ରହ କରିଥିଲେ। ଏହି ଧୀମା ଇନିଂସ୍ ପାଇଁ ତାଙ୍କୁ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡ଼ିଥିଲା। ଏହି ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ସେ ଶୂନରେ ଆଉଟ୍ ହୋଇଥିଲେ। ସେ ମାତ୍ର ଦୁଇଟି ବଲ୍‌ର ସାମ୍ନା କରିଥିଲେ।

Related story