ଏସିଆନ୍‌ ଗେମ୍ସ: ଜାଣନ୍ତୁ କେଉଁ ଦେଶ ଜିତିଛି କେତୋଟି ମେଡାଲ୍‌ 

ଜାକର୍ତ୍ତା: ଇଣ୍ଡୋନେସିଆର ଦୁଇ ସହର ଜାକର୍ତ୍ତା ଓ ପାଲେମ୍ବାଙ୍ଗଠାରେ ଆରମ୍ଭ ହୋଇଥିବା ୧୮ ତମ ଏସିଆନ୍‌ ଗେମ୍ସ ଜୋରସୋରରେ ଆଗେଇ ଚାଲିଛି। ସେପ୍ଟେମ୍ବର ୨ରେ ଉଦ୍‌ଯାପନ ହେବାକୁ ଥିବା ଏହି ସର୍ବବୃହତ କ୍ରୀଡ଼ା ମହାକୁମ୍ଭକୁ ଇତି ମଧ୍ୟରେ ୬ ଦିନ ବିତିଯାଇଛି। ଏସିଆନ୍‌ ଗେମ୍ସର ୬ ଦିନର ଖେଳ ଶେଷ ସୁଦ୍ଧା ଚୀନ୍‌ ମେଡାଲ୍‌ ତାଲିକାର ଏକ ନମ୍ବର ସ୍ଥାନରେ ଦୃଢ଼ ଭାବେ ରହିଛି। ଚୀନ୍‌ ଖେଳାଳିମାନେ ବିଭିନ୍ନ ଇଭେଣ୍ଟରେ ୧୩୯ଟି ପଦକ ଜିତି ସାରିଲେଣି। ଏହା ମଧ୍ୟରେ […]

ass

Hemant Lenka
  • Published: Friday, 24 August 2018
  • , Updated: 24 August 2018, 03:33 PM IST

ଜାକର୍ତ୍ତା: ଇଣ୍ଡୋନେସିଆର ଦୁଇ ସହର ଜାକର୍ତ୍ତା ଓ ପାଲେମ୍ବାଙ୍ଗଠାରେ ଆରମ୍ଭ ହୋଇଥିବା ୧୮ ତମ ଏସିଆନ୍‌ ଗେମ୍ସ ଜୋରସୋରରେ ଆଗେଇ ଚାଲିଛି। ସେପ୍ଟେମ୍ବର ୨ରେ ଉଦ୍‌ଯାପନ ହେବାକୁ ଥିବା ଏହି ସର୍ବବୃହତ କ୍ରୀଡ଼ା ମହାକୁମ୍ଭକୁ ଇତି ମଧ୍ୟରେ ୬ ଦିନ ବିତିଯାଇଛି।

ଏସିଆନ୍‌ ଗେମ୍ସର ୬ ଦିନର ଖେଳ ଶେଷ ସୁଦ୍ଧା ଚୀନ୍‌ ମେଡାଲ୍‌ ତାଲିକାର ଏକ ନମ୍ବର ସ୍ଥାନରେ ଦୃଢ଼ ଭାବେ ରହିଛି। ଚୀନ୍‌ ଖେଳାଳିମାନେ ବିଭିନ୍ନ ଇଭେଣ୍ଟରେ ୧୩୯ଟି ପଦକ ଜିତି ସାରିଲେଣି। ଏହା ମଧ୍ୟରେ ୬୬ଟି ସ୍ୱର୍ଣ୍ଣ, ୪୬ଟି ରୌପ୍ୟ ଓ ୨୭ଟି କାଂସ୍ୟ ପଦକ ରହିଛି।

ମେଡାଲ୍‌ ତାଲିକାର ଦ୍ୱିତୀୟ ସ୍ଥାନରେ ଜାପାନ ରହିଛି। ଜାପାନର ମେଡାଲ୍‌ ସଂଖ୍ୟା ୧୦୩। ଏହା ମଧ୍ୟରେ ୨୯ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୪୩ଟି କାଂସ୍ୟ ପଦକ ରହିଛି।

୭୮ଟି ପଦକ ସହ ରିପବ୍ଲିକ୍‌ ଅଫ୍‌ କୋରିଆ ତାଲିକାର ତୃତୀୟ ସ୍ଥାନରେ ରହିଛି। ରିପବ୍ଲିକ୍‌ ଅଫ୍‌ କୋରିଆର ଖେଳାଳିମାନଆ ୨୩ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୨୯ଟି କାଂସ୍ୟ ପଦକ ଜିତିଛନ୍ତି।

ମେଡାଲ୍‌ ତାଲିକାରେ ଭାରତର ସ୍ଥାନ ୮ ନଂରେ ରହିଛି। ଭାରତ ୬ଷ୍ଠ ଦିନ ଖେଳ ଶେଷ ସୁଦ୍ଧା ୨୫ଟି ପଦକ ଜିତିଛି। ଭାରତୀୟ ଖେଳାଳିମାନେ ବିଭିନ୍ନ ଇଭେଣ୍ଟ୍‌ରେ ୬ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧୪ଟି କାଂସ୍ୟ ପଦକ ଜିତିଛନ୍ତି। ଆହୁରି ଅନେକ ଖେଳାଳି ବିଭିନ୍ନ ଇଭେଣ୍ଟ୍‌ରେ ଆଗକୁ ବଢ଼ୁଥିବାରୁ ଟୁର୍ଣ୍ଣାମେଣ୍ଟ ଶେଷ ସୁଦ୍ଧା ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇବ ବୋଲି ସମସ୍ତେ ଆଶା କରିଛନ୍ତି।

ଭାରତ ଉପରେ ଇରାନ୍‌ ଏବଂ ଡିପିଆର୍‌ କୋରିଆ ଓ ଚାଇନିଜ୍‌ ତାଇପେଇ ଭଳି କ୍ଷୁଦ୍ର ରାଷ୍ଟ୍ର ମେଡାଲ୍‌ ତାଲିକାରେ ଉପରେ ରହିଛନ୍ତି।

ତାଲିକାର ସର୍ବଶେଷରେ କାତାର ରହିଛି। ଏହି ଦେଶର ପଦକ ସଂଖ୍ୟା ୧ ରହିଛି। ସେହିପରି ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମଧ୍ୟ ଏଯାବତ ମାତ୍ର ଗୋଟିଏ ଲେଖାଏ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

Related story