ଚାଇନା ମାଷ୍ଟର୍ସ: ପ୍ରଣୟ ଆଗୁଆ, ଶ୍ରୀକାନ୍ଥ ବାଦ୍‌

ଝିଆନ୍‌ସୁ (ଚୀନ୍): ଚାଇନା ମାଷ୍ଟର୍ସର ପ୍ରଥମ ରାଉଣ୍ଡରେ ଭଲ ପ୍ରଦର୍ଶନ କରି ଦ୍ୱିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଏଚ୍‌ଏସ୍‌ ପ୍ରଣୟ। ସେ ମାଲେସିଆର ଜୋ ଭେନ୍‌ ସୁଙ୍ଗଙ୍କୁ ୧୯-୨୧, ୨୧-୧୪, ୨୧-୧୮ରେ ପରାସ୍ତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଦୀର୍ଘ ୫୪ ମିନିଟ୍‌ ଧରି ମ୍ୟାଚ୍‌ ହୋଇଥିଲା। ପ୍ରାରମ୍ଭରୁ ଧୀମା ଆରମ୍ଭ କରିଥିବା ପ୍ରଣୟ ଶେଷ ଆଡକୁ ମାଲେସିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଭାରି ପଡିଥିଲେ। ଅନ୍ୟପକ୍ଷରେ ତୃତୀୟ ସିଡ୍‌ କେ. ଶ୍ରୀକାନ୍ଥ ଚାଇନୀଜ୍‌ ତାଇପେଇର […]

hs-prannoy-file

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 12:40 PM IST

ଝିଆନ୍‌ସୁ (ଚୀନ୍): ଚାଇନା ମାଷ୍ଟର୍ସର ପ୍ରଥମ ରାଉଣ୍ଡରେ ଭଲ ପ୍ରଦର୍ଶନ କରି ଦ୍ୱିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଏଚ୍‌ଏସ୍‌ ପ୍ରଣୟ। ସେ ମାଲେସିଆର ଜୋ ଭେନ୍‌ ସୁଙ୍ଗଙ୍କୁ ୧୯-୨୧, ୨୧-୧୪, ୨୧-୧୮ରେ ପରାସ୍ତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଦୀର୍ଘ ୫୪ ମିନିଟ୍‌ ଧରି ମ୍ୟାଚ୍‌ ହୋଇଥିଲା। ପ୍ରାରମ୍ଭରୁ ଧୀମା ଆରମ୍ଭ କରିଥିବା ପ୍ରଣୟ ଶେଷ ଆଡକୁ ମାଲେସିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଭାରି ପଡିଥିଲେ।

ଅନ୍ୟପକ୍ଷରେ ତୃତୀୟ ସିଡ୍‌ କେ. ଶ୍ରୀକାନ୍ଥ ଚାଇନୀଜ୍‌ ତାଇପେଇର ଲିନ୍‌ ୟୁ ହେଇସେନ୍‌ଙ୍କ ଠାରୁ ୨୧-୧୨, ୨୧-୧୭ରେ ପରାସ୍ତ ହୋଇଯାଇଛନ୍ତି।

Related story