ଯୁବି ଓ ଧୋନିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ? ବୁମ୍ରାଙ୍କ ଜବାବ ଶୁଣି ସମସ୍ତେ ଖୁସ୍

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହି ସଙ୍କଟ ସମୟରେ ଭାରତୀୟ କ୍ରିକେଟର୍ ନିଜ ନିଜର ଘରେ ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ଅଛନ୍ତି। ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ସୋଶାଲ ମିଡିଆରେ ନିଜ ସାଥୀ ଖେଳାଳି କିମ୍ବା ଦର୍ଶକଙ୍କ ସହ କଥା ଚାଟ୍ କରିବାରେ ବ୍ୟସ୍ତ ଅଛନ୍ତି। ବୁମ୍ରା ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ସହ ଇନଷ୍ଟାଗ୍ରାମରେ ଲାଇଭ୍ ଚାଟ୍ କରିଛନ୍ତି। ତେବେ ଏହା […]

dhoni-and-yuvraj

Ranjit Kumar Jena
  • Published: Monday, 27 April 2020
  • , Updated: 27 April 2020, 12:55 PM IST

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହି ସଙ୍କଟ ସମୟରେ ଭାରତୀୟ କ୍ରିକେଟର୍ ନିଜ ନିଜର ଘରେ ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ଅଛନ୍ତି। ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ସୋଶାଲ ମିଡିଆରେ ନିଜ ସାଥୀ ଖେଳାଳି କିମ୍ବା ଦର୍ଶକଙ୍କ ସହ କଥା ଚାଟ୍ କରିବାରେ ବ୍ୟସ୍ତ ଅଛନ୍ତି। ବୁମ୍ରା ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ସହ ଇନଷ୍ଟାଗ୍ରାମରେ ଲାଇଭ୍ ଚାଟ୍ କରିଛନ୍ତି।

ତେବେ ଏହା ଭିତରେ ଯୁବରାଜ ବୁମ୍ରାଙ୍କୁ ଏଭଳି ଏକ କଷ୍ଟସାଧ୍ୟ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ଏହି ଡାହାଣହାତୀ ପେସର ଦ୍ୱିଧାରେ ପଡ଼ିଯାଇଥିଲେ। ଭାରତର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିବା ଅଲରାଉଣ୍ଡର ବୁମ୍ରାଙ୍କୁ ପଚାରିଥିଲେ ଯେ ଯୁବରାଜ ଓ ମହେନ୍ଦ୍ର ସିଂ ଧୋନିଙ୍କ ମଧ୍ୟରୁ କିଏ ଉନ୍ନତ ମ୍ୟାଚ୍ ୱିନର୍ ଥିଲେ। ଏହାର ଜବାବରେ ବୁମ୍ରା କହିଥିଲେ, ମୋ ପକ୍ଷେ କୌଣସି ଜଣଙ୍କୁ ଚୟନ କରିବା ସମ୍ଭବ ନୁହେଁ।

ଯୁବରାଜ ଓ ଧୋନିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାର ଅର୍ଥ ଯେ ମୁଁ ମୋ ବାପା-ମା'ଙ୍କ ମଧ୍ୟରୁ ଜଣେ କାହାକୁ ଚୟନ କରିବି। ବୁମ୍ରା ଏହି ପ୍ରଶ୍ନର ଜବାବ ଦେବାକୁ ସବୁ ପ୍ରୟାସ କରିଥିଲେ, କିନ୍ତୁ ଯୁବରାଜ ବାରମ୍ବାର ଏହି ପ୍ରଶ୍ନ କରିଚାଲିଥିଲେ। ଶେଷରେ ଯୁବରାଜ କହିଥିଲେ, ଯଦି ତୁମେ ଧୋନିଙ୍କୁ ଚୟନ କରିଥାନ୍ତ, ତାହେଲେ ମୋତେ ଆଦୌ ଖରାପ ଲାଗିନଥାନ୍ତା।

ସେହିପରି ଯୁବି ଆଉ ଏକ ପ୍ରଶ୍ନ ପଚାରିଥିଲେ ଯେ ସଚିନ ତେନ୍ଦୁଲକର ଓ ବିରାଟ୍‌ କୋହଲିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ? ଏହାର ଜବାବ ମଧ୍ୟ ବୁମ୍ରା ଦେଇନଥିଲେ। ବୁମ୍ରା କହିଥିଲେ ଯେ ଏହି ଦୁଇ ମହାନ୍ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାର ଅଭିଜ୍ଞତା ମୋ ପାଖରେ ନାହିଁ।

Related story