ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ପାଇଁ ଲକି: ଦୂତି ଚାନ୍ଦ

ଭୁବନେଶ୍ୱର:ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ ମହିଳା ଶହେ ମିଟର ରେସ୍‌ର ଫାଇନାଲରେ ପହଞ୍ଚିଛନ୍ତି ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ।  ୧୦୦ ମିଟର ସେମିଫାଇନାଲରେ ଦୂତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୧୧.୫୬ ସେକେଣ୍ଡରେ ଦୂତି ଏହି ଦୂରୁତ୍ୱ ଅତିକ୍ରମ କରିଥିଲେ। ଆଜି ରାତିରେ ମହିଳା ୧୦୦ ମିଟର ଦୌଡ଼ର ଫାଇନାଲ୍ ଅନୁଷ୍ଠିତ ହେବ। ୧୦୦ମିଟରରେ ସ୍ୱର୍ଣ୍ଣପଦକ ଜିତିବା ପାଇଁ ଲକ୍ଷ୍ୟ ନେଇ ଟ୍ରାକ୍‌କୁ ଓହ୍ଲାଇଥିବା କହିଛନ୍ତି ଦୂତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୂତି ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଲକି ବୋଲି ସେ କହଛନ୍ତି।