ଗାଙ୍ଗୁଲି ହେବେ ବିସିସିଆଇର ୩୯ତମ ଅଧ୍ୟକ୍ଷ

ମୁମ୍ବାଇ: ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି ବୁଧବାର ବାର୍ଷିକ ସାଧାରଣ ବୈଠକରେ ବିସିସିଆଇର ୩୯ତମ ଅଧ୍ୟକ୍ଷ ହେବେ। ଫଳରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଯିବ। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ସେହିପରି ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ନୂଆ ସମ୍ପାଦକ ହେବେ। ଉତ୍ତରାଖଣ୍ଡର ମହିମ୍ ବର୍ମା ବିସିସିଆଇର […]

ganguly

Ranjit Kumar Jena
  • Published: Tuesday, 22 October 2019
  • , Updated: 22 October 2019, 08:46 PM IST

ମୁମ୍ବାଇ: ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି ବୁଧବାର ବାର୍ଷିକ ସାଧାରଣ ବୈଠକରେ ବିସିସିଆଇର ୩୯ତମ ଅଧ୍ୟକ୍ଷ ହେବେ। ଫଳରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଯିବ। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି।

ସେହିପରି ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ନୂଆ ସମ୍ପାଦକ ହେବେ। ଉତ୍ତରାଖଣ୍ଡର ମହିମ୍ ବର୍ମା ବିସିସିଆଇର ନୂଆ ଉପାଧ୍ୟକ୍ଷ ହେବେ। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏବଂ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୂମାଲ କୋଷାଧ୍ୟକ୍ଷ ହେବାକୁଥିବା ବେଳେ କେରଳର ଜୟେଶ ଜର୍ଜ ଯୁଗ୍ମ ସମ୍ପାଦକ ହେବେ।

ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୯ମାସ ହେବ ଏବଂ ତାଙ୍କୁ ଜୁଲାଇ ମାସରେ ପଦ ଛାଡ଼ିବାକୁ ପଡ଼ିବ, କାରଣ ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ଯ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ । ଗାଙ୍ଗୁଲି ବିସିସିଆଇରେ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନ୍ (ସିଏବି)ର ସମ୍ପାଦକ ଏବଂ ପରେ ଅଧ୍ୟକ୍ଷ ପଦ ଭାବେ ପାଇଥିବା ଅଭିଜ୍ଞତାର ବ୍ୟବହାର କରିବେ।

ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଗାଙ୍ଗୁଲି କିଛି ଏଜେଣ୍ଡା ସେଟ୍ କରିଛନ୍ତି, ଯେଉଁଥିରେ ପ୍ରଶାସନକୁ ବାଟକୁ ଆଣିବା ଏବଂ ପ୍ରଥମଶ୍ରେଣୀ କ୍ରିକେଟରଙ୍କ ବେତନ ବଢ଼ାଇବା ସାମିଲ୍ ଅଛି। ତେବେ ଦ୍ୱୈତ ସ୍ୱାର୍ଥ ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ନିୟମ ଆଧାରରେ ଗାଙ୍ଗୁଲିଙ୍କ ଉପରେ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଓ ଜାତୀୟ ଚୟନ କମିଟିରେ ସ୍ୱଚ୍ଛ କ୍ରିକେଟରଙ୍କୁ ସାମିଲ କରିବା ନେଇ ବଡ଼ ଚ୍ୟାଲେଞ୍ଜ ରହିବ।

Related story