ଏସିଆ କପ୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ, ମାଲିଙ୍ଗା ଅଧିନାୟକ

କୋଲମ୍ବୋ:  ବହୁ ବିଳମ୍ବ ପରେ ଶେଷରେ ଗୁରୁବାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏସିଆ କପ୍ ୨୦୧୬ ଓ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି। ଆଘାତ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ କିଛି ଦିନ ପାଇଁ ବିରତି ନେଇ ଥିବା ଲାସିଥ ମାଲିଙ୍ଗାଙ୍କୁ ଉଭୟ ଟୁର୍ଣ୍ଣାମେଣ୍ଟ୍ ପାଇଁ ଅଧିନାୟକ ଘୋଷଣା କରାଯାଇଛି। ଆଞ୍ଜେଲୋ ମାଥ୍ୟୁସ୍, ନୂୱାନ କୁଲସେକାରା ଓ ରଙ୍ଗନା ହେରାଥ ପ୍ରମୁଖ ଟିମ୍‌କୁ ଫେରିଛନ୍ତି। ଭାରତ ବିପକ୍ଷ ଚଳିତ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି […]

Lasith-Malinga

Lasith-Malinga

Rakesh Mallick
  • Published: Thursday, 18 February 2016
  • Updated: 19 February 2016, 04:57 AM IST

Sports

Latest News

କୋଲମ୍ବୋ:  ବହୁ ବିଳମ୍ବ ପରେ ଶେଷରେ ଗୁରୁବାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏସିଆ କପ୍ ୨୦୧୬ ଓ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି। ଆଘାତ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ କିଛି ଦିନ ପାଇଁ ବିରତି ନେଇ ଥିବା ଲାସିଥ ମାଲିଙ୍ଗାଙ୍କୁ ଉଭୟ ଟୁର୍ଣ୍ଣାମେଣ୍ଟ୍ ପାଇଁ ଅଧିନାୟକ ଘୋଷଣା କରାଯାଇଛି। ଆଞ୍ଜେଲୋ ମାଥ୍ୟୁସ୍, ନୂୱାନ କୁଲସେକାରା ଓ ରଙ୍ଗନା ହେରାଥ ପ୍ରମୁଖ ଟିମ୍‌କୁ ଫେରିଛନ୍ତି। ଭାରତ ବିପକ୍ଷ ଚଳିତ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ରୁ ଏମାନେ ବାଦ୍ ପଡ଼ି ଥିଲେ। ଅନ୍ୟପକ୍ଷରେ ଦିଲାରା ଫର୍ଣ୍ଣାଡୋ, ଦାନୁଷ୍କା ଗୁନତିଲାକା, ସିକୁଜେ ପ୍ରସନ୍ନା, ଆସେଲା ଗୁଣରତ୍ନେ, କସୁନ ରଜିତା ଓ ବିନୁରା ଫର୍ଣ୍ଣାଡୋ ଦଳରୁ ବାଦ୍ ପଡ଼ିଛନ୍ତି।

ଶ୍ରୀଲଙ୍କର ୧୫ ଜଣିଆ ଟିମ୍: ଲସିଥ ମାଲିଙ୍ଗା (ଅଧିନାକୟ), ଆଞ୍ଜେଲୋ ମାଥ୍ୟୁସ(ଉପ-ଅଧିନାୟକ), ଦୀନେଶ ଚାଣ୍ଡିଲା, ତିଲକରତ୍ନେ ଦିଲସାନ୍, ନିରୋଶାନ୍ ଡିକ୍‌ୱେଲ୍, ଶେହାନ୍ ଜୟସୂରିୟା, ମିଳିନ୍ଦ ସିରିୱର୍ଦ୍ଦନା, ଦାସୁନ ଶନାକା, ଚାମରା କାପୁଗେଦରା, ନୂୱାନ କୁଲସେକାରା, ଦୁଃଶ୍ମନ୍ତ ଚାମୀରା, ତିସାରା ପେରେରା, ସଚିତ୍ରା ସେନାନାୟକେ, ହେରେଥ ଓ ଜେଫେରି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos