କୋଲମ୍ବୋ ଟେଷ୍ଟର ଶେଷ ଦିନ: ସିରିଜ୍ ବରାବର କରିବାକୁ ଟିମ୍ ଇଣ୍ଡିଆର ପ୍ରାୟାସ

କୋଲମ୍ବୋ: ଭାରତ-ଶ୍ରୀଲଙ୍କ। ଦ୍ୱିତୀୟ ଟେଷ୍ଟର ଆଜି ଶେଷ ଦିନ। ଏହି ମ୍ୟାଚ ଜିତି ସିରିଜ୍ ବରାବର କରିବାକୁ ଟିମ୍ ଇଣ୍ଡିଆକୁ ଦରକାର ଆଉ ୮ଟି ୱିକେଟ୍ ।  ୪୧୩ ରନ୍ ଟାର୍ଗେଟର ପିଛା କରୁଥିବା ଶ୍ରୀଲଙ୍କ। ଦଳ ଗତକାଲି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୭୨ ରନ୍ କରିଛି । ମ୍ୟାଚ୍ ଜିତିବାକୁ ଦଳକୁ ଆହୁରି ୩୪୧ ରନ୍ ଦରକାର ।  ପୂର୍ବରୁ ଆଜିଙ୍କ୍ୟ ରାହାଣେଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ୮ […]

colombo test

colombo test

Rakesh Mallick
  • Published: Monday, 24 August 2015
  • Updated: 24 August 2015, 04:13 AM IST

Sports

Latest News

କୋଲମ୍ବୋ: ଭାରତ-ଶ୍ରୀଲଙ୍କ। ଦ୍ୱିତୀୟ ଟେଷ୍ଟର ଆଜି ଶେଷ ଦିନ। ଏହି ମ୍ୟାଚ ଜିତି ସିରିଜ୍ ବରାବର କରିବାକୁ ଟିମ୍ ଇଣ୍ଡିଆକୁ ଦରକାର ଆଉ ୮ଟି ୱିକେଟ୍ ।  ୪୧୩ ରନ୍ ଟାର୍ଗେଟର ପିଛା କରୁଥିବା ଶ୍ରୀଲଙ୍କ। ଦଳ ଗତକାଲି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୭୨ ରନ୍ କରିଛି । ମ୍ୟାଚ୍ ଜିତିବାକୁ ଦଳକୁ ଆହୁରି ୩୪୧ ରନ୍ ଦରକାର ।  ପୂର୍ବରୁ ଆଜିଙ୍କ୍ୟ ରାହାଣେଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ୮ ୱିକେଟରେ ୩୨୫ ରନ୍ କରି ଇନିଂସ ସମାପ୍ତି ଘୋଷଣା କରିଥିଲା ।ସେପଟେ ଆହତ କାରଣରୁ ମୁରଲୀ ବିଜୟ ଏବଂ ୱିକେଟ୍ କିପର ରିଦ୍ଧିମାନ ଶାହ ଶ୍ରୀଲଙ୍କ। ସିରିଜରୁ ବାଦ୍ ପଡିଛନ୍ତି । ସେମାନଙ୍କ ସ୍ଥାନରେ କରୁଣ ନାୟାର ଓ ୱିକେଟକିପର୍ ନମନ୍ ଓଝାଙ୍କୁ ସାମିଲ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos