କରୋନା ପ୍ରଭାବ: ଆଇପିଏଲ-୧୩ରେ ହୋଇପାରେ ବ୍ୟାପକ ପରିବର୍ତ୍ତନ

ମୁମ୍ବାଇ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଉପରେ ଏବେ କରୋନାର ଗ୍ରହଣ ଲାଗିଛି। କରୋନା କାରଣରୁ ଆଇପିଏଲକୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଛି। ତେବେ ଶନିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଓ ୮ଟି ଯାକ ଫ୍ରାଞ୍ଚାଇଜିର ମାଲିକ ଶନିବାର ମୁମ୍ବାଇରେ ଆଇପିଏଲର ୧୩ଶ ସଂସ୍କରଣକୁ ନେଇ ଆଲୋଚନା କରିଛନ୍ତି। ଏହି ବୈଠକରେ ଉଭୟ ବିସିସିଆଇ ଓ ଫ୍ରାଞ୍ଚାଇଜି ମାଲିକମାନେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ଖେଳାଳିମାନଙ୍କ ସୁରକ୍ଷାକୁ […]

bcci

bcci

Ranjit Kumar Jena
  • Published: Saturday, 14 March 2020
  • Updated: 14 March 2020, 07:13 PM IST

Sports

Latest News

ମୁମ୍ବାଇ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଉପରେ ଏବେ କରୋନାର ଗ୍ରହଣ ଲାଗିଛି। କରୋନା କାରଣରୁ ଆଇପିଏଲକୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଛି। ତେବେ ଶନିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଓ ୮ଟି ଯାକ ଫ୍ରାଞ୍ଚାଇଜିର ମାଲିକ ଶନିବାର ମୁମ୍ବାଇରେ ଆଇପିଏଲର ୧୩ଶ ସଂସ୍କରଣକୁ ନେଇ ଆଲୋଚନା କରିଛନ୍ତି।

ଏହି ବୈଠକରେ ଉଭୟ ବିସିସିଆଇ ଓ ଫ୍ରାଞ୍ଚାଇଜି ମାଲିକମାନେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ଖେଳାଳିମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ସରକାରଙ୍କ ଦ୍ୱାରା ବିଦେଶୀ ଭିସା ଉପରେ ପ୍ରତିବନ୍ଧ ଓ ତିନି ରାଜ୍ୟରେ ମ୍ୟାଚ୍ ଆୟୋଜନ ବନ୍ଦ ହେବା ପରେ ଶୁକ୍ରବାର ବିସିସିଆଇ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ୍ କରିଛି। ଆଇପିଏଲର ୧୩ଶ ସଂସ୍କରଣ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ଭାଇରସ୍ ଯୋଗୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ। ବୋର୍ଡ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜକୁ ମଧ୍ୟ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା।

ଏହି ବୈଠକରେ ବିଭିନ୍ନ ବିକଳ୍ପ ଉପରେ ମଧ୍ୟ ଆଲୋଚନା କରାଯାଇଛି। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ଟିମର ମାଲିକ ଓ ବିସିସିଆଇ ମଧ୍ୟରେ ହୋଇଥିବା ବୈଠକରେ କିଛି ବିକଳ୍ପ ଉପରେ ଆଲୋକପାତ କରାଯାଇଛି, ଯେଉଁଥିରେ ଆଇପିଏଲରେ ମ୍ୟାଚ୍ କମ୍ କରିବା ମଧ୍ୟ ସାମିଲ୍ ଥିଲା। ଦ୍ୱିତୀୟ ବିକଳ୍ପ ହେଉଛି ଟିମକୁ ଦୁଇ ଗ୍ରୁପରେ ବିଭକ୍ତ କରିବ, ଯେଉଁଥିରେ ପ୍ରତି ଗ୍ରୁପରେ ୪ଟି ଲେଖାଏ ଟିମ୍ ରହିବେ ଏବଂ ଏହା ପରେ ଶୀର୍ଷରେ ରହିଥିବା ଚାରୋଟି ଯାକ ଟିମ୍ ପ୍ଲେ-ଅଫ୍‌ରେ ପହଞ୍ଚିବେ।

ତୃତୀୟ ବିକଳ୍ପ ହେଉଛି, ଅନ୍ୟ ଦିନ ଗୁଡ଼ିକରେ ଦୁଇଟି ଲେଖାଏ ମ୍ୟାଚ୍ କରାଇବା। ଚତୁର୍ଥ ବିକଳ୍ପ ହେଉଛି ସବୁ ମ୍ୟାଚର ଆୟୋଜନ କେବଳ ଦୁଇଟି ଭେନ୍ୟୁରେ କରାଯିବ ଏବଂ ଖେଳାଳି, ସହଯୋଗୀ ଷ୍ଟାଫ୍ ଏବଂ ଟିଭି ପ୍ରସାରଣ ଟିମ୍ ଉପରେ କିଛିଟା କଟକଣା ମଧ୍ୟ ରହିବ। ଅନ୍ୟଏକ ବିକଳ୍ପ ହେଉଛି, ଖାଲି ଷ୍ଟାଡିୟମରେ କମ୍ ସମୟ ଭିତରେ ସମସ୍ତ ୬୦ଟି ଯାକ ମ୍ୟାଚ୍ ଆୟୋଜନ କରାଯିବ, ଯଦ୍ଦ୍ୱାରା ଷ୍ଟେକ୍ ହୋଲ୍ଡରଙ୍କୁ ଯେପରି କମ୍ କ୍ଷତି ହେବ। ଏହା ସହ ବୈଠକରେ ଟୁର୍ଣ୍ଣାମେଣ୍ଟକୁ ବିଦେଶରେ ଆୟୋଜନ କରିବା ଉପରେ କୌଣସି ଚର୍ଚ୍ଚା କରାଯାଇ ନାହିଁ।

ଶନିବାର ହୋଇଥିବା ଆଇପିଏଲ୍ ଗଭର୍ଣ୍ଣିଂ ବୈଠକରେ ଯୋଗ ଦେଇଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବର ସହମାଲିକ ନେସ୍ ୱାଡିଆ କହିଛନ୍ତି, ଯଦି ଆମେ ବର୍ତ୍ତମାନ ପରିସ୍ଥିତି (ମହାମାରୀ କରୋନା)କୁ ଦେଖିବା, ତାହେଲେ ଆଇପିଏଲ୍ କେବେ ଆରମ୍ଭ ହେବ କିଛି କହି ହେବ ନାହିଁ। ଆମେ ଦୁଇ କିମ୍ବା ତିନି ସପ୍ତାହ ପରେ ସ୍ଥିତିର ସମୀକ୍ଷା କରିବୁ। ଆଶା କରୁଛୁ ସେତେବେଳକୁ ମାମଲା ସାମାନ୍ୟ କମି ଯାଇଥିବ। ବର୍ତ୍ତମାନ ଆମ ପାଇଁ ସମସ୍ତଙ୍କ ସ୍ୱାସ୍ଥ୍ୟ ହେଉଛି ମୁଖ୍ୟ ପ୍ରାଥମିକତା।

ବୈଠକ ପରେ ୱାଡିଆ ଆହୁରି କହିଥିଲେ, ବିସିସିଆଇ, ଆଇପିଏଲ୍ ଓ ଅଫିସିଆଲ୍ ବ୍ରଡକାଷ୍ଟର ଷ୍ଟାର୍ (ସ୍ପୋର୍ଟ୍ସ) ଆର୍ଥିକ କ୍ଷତିକୁ ନେଇ ଆଦୌ ଚିନ୍ତା ପ୍ରକଟ କରିନାହାନ୍ତି। ବୈଠକରେ ସମସ୍ତ ଗୋଟିଏ କଥାରେ ସହମତ ହୋଇଥିଲେ ଯେ ପ୍ରଥମେ ମଣିଷର ସ୍ୱାସ୍ଥ୍ୟ ଏବଂ ପରେ ଆର୍ଥିକ ମାମଲା। ଆମେ ସମସ୍ତେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବୁ। ମୋତେ ଲାଗୁନି ଯେ ଚଳିତ ମାସ ଶେଷ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯିବ। ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ଏବଂ ପରିସ୍ଥିତିକୁ ଦେଖିବା ପରେ କୌଣସି ନିଷ୍ପତ୍ତି ନିଆଯିବ। ଯେପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ନଆସିଛି, ସେଯାଏ କିଛି ବି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ।

ବିଦେଶୀ ଖେଳାଳିଙ୍କ ଭାରତ ଆସିବା ସମ୍ବନ୍ଧରେ ଆମେ କିଛି ଜାଣିନାହୁଁ। ସରକାର ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ଭାରତ ଆସିବା ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ଯଦି ଆଇପିଏଲ୍ ପୁଣିଥରେ ଆରମ୍ଭ ହୁଏ, ତାହେଲେ ଏହା ନିଶ୍ଚିତ ସମସ୍ତଙ୍କ ପାଇଁ ଭଲ ହେବ। ଯଦିଓ ଆଇପିଏଲ୍ ନହୁଏ, ସେଥିରେ କୌଣସି ଅସୁବିଧା ନହୁଏ। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି, ଆଗାମୀ ଦିନରେ ବିସିସିଆଇ ଅନ୍ୟ ବିକଳ୍ପ ଉପରେ ଚର୍ଚ୍ଚା କରିବା ପାଇଁ ଆଉ ଏକ ବୈଠକ ଡକାଇବ। ଆଜିର ବୈଠକରେ ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, କରୋନା ଭାଇରସ୍ କାରଣରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ଏପର୍ଯ୍ୟନ୍ତ ୧ଲକ୍ଷ ୪୦ହଜାରରୁ ଅଧିକ ଲୋକ ଏହି ମହାମାରୀ ରୋଗରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଭାରତରେ ମଧ୍ୟ ଏହାର ପ୍ରଭାବ ଧିରେ ଧୀରେ ପଡ଼ିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ୮୪ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି, ଯେଉଁଥିରୁ ଦୁଇଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story