'କରୋନା'ର ପ୍ରଭାବ: ଦିଲ୍ଲୀ ଶୁଟିଂ ବିଶ୍ୱକପ୍ ସ୍ଥଗିତ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କିତ କରିଛି ‘କରୋନା’ ଭାଇରସ୍। ଏହାର ପ୍ରଭାବରେ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପକୁ ଶୁକ୍ରବାର ସ୍ଥଗିତ କରିଦିଆଯାଇଛି। ଏହାସହ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟକୁ ମଧ୍ୟ ବାତିଲ କରିଦିଆଯାଇଛି। ଅନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ମହାସଂଘ (ଆଇଏସଏସଏଫ୍‌) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଚଳିତ ମାସ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଡ. କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ କରାଯିବା ପାଇଁ ଧାର୍ଯ୍ୟ ହୋଇଥିଲା। ସେହିପରି ଅଲିମ୍ପିକ୍ସ ଟେଷ୍ଟ […]

shooting

shooting

Ranjit Kumar Jena
  • Published: Friday, 06 March 2020
  • Updated: 06 March 2020, 09:59 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କିତ କରିଛି 'କରୋନା' ଭାଇରସ୍। ଏହାର ପ୍ରଭାବରେ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପକୁ ଶୁକ୍ରବାର ସ୍ଥଗିତ କରିଦିଆଯାଇଛି। ଏହାସହ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟକୁ ମଧ୍ୟ ବାତିଲ କରିଦିଆଯାଇଛି। ଅନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ମହାସଂଘ (ଆଇଏସଏସଏଫ୍‌) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଚଳିତ ମାସ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଡ. କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ କରାଯିବା ପାଇଁ ଧାର୍ଯ୍ୟ ହୋଇଥିଲା।

ସେହିପରି ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟର ଆୟୋଜନ ଏପ୍ରିଲ୍ ୧୬ ତାରିଖରେ ହେବା ପାଇଁ ସ୍ଥିର ହୋଇଥିଲା। ଏ ନେଇ ଭାରତୀୟ ଜାତୀୟ ରାଇଫଲ୍ ଆସୋସିଏସନ (ଏନଆରଏଆଇ)ର ଅଧିକାରୀ କହିଛନ୍ତି, ଦିଲ୍ଲୀରେ ଏବେ ଏହି ଟୁର୍ଣ୍ଣାମେଣ୍ଟ ଅଲିମ୍ପିକ୍ସ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ କରାଯିବ। ରାଇଫଲ୍ ଓ ପିସ୍ତଲ୍ ଇଭେଣ୍ଟ ମେ' ୫ରୁ ୧୨ ତାରିଖ ଏବଂ ଶଟଗନ୍ ଇଭେଣ୍ଟ ଜୁନ୍ ୨ରୁ ୯ ତାରିଖ ପର୍ଯ୍ୟନ୍ତ ହୋଇପାରେ।

କରୋନା ଭାଇରସରେ ଅଧିକ ପ୍ରଭାବିତ ହୋଇଥିବା ଦେଶ ଯଥା ଚାଇନା, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ ଓ ଇରାନର ଯାତ୍ରୀଙ୍କ ପ୍ରବେଶ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଏନଆରଏଆଇ ପକ୍ଷରୁ କୁହାଯାଇଛି ଯେ ଏହି ଇଭେଣ୍ଟରୁ ୨୨ଟି ଦେଶ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶଗୁଡ଼ିକ ଭିସା ପାଇଁ ପୁଣିଥରେ ଆବେଦନ ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos