Advertisment

ଯଦି ଆଇପିଏଲ୍ ନହୁଏ, ତାହେଲେ କ'ଣ ହେବ?

ମୁମ୍ବାଇ: କରୋନା ଭାଇରସ୍ ମହାମାରୀ ଘୋଷିତ ହେବା ପରେ କ୍ରୀଡ଼ା ଜଗତ ସମ୍ପୂର୍ଣ୍ଣ ଶୂନଶାନ୍ ହୋଇଯାଇଛି। ଏହି ଭାଇରସ୍ ଭୟରେ ଅନ୍ତର୍ଜାତୀୟ ସ୍ତରରେ ସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କିମ୍ବା ବାତିଲ୍ କରାଯାଇଛି। ଠିକ୍ ସେହିପରି କରୋନା ଭାଇରସର ପ୍ରଭାବ ଦୁନିଆର ସବୁଠାରୁ ମହଙ୍ଗା ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ ଉପରେ ମଧ୍ୟ ପଡ଼ିଛି। ଏହି ମହାମାରୀ କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଏପ୍ରିଲ୍ ୧୫ ତାରିଖ ପରେ ଆଇପିଏଲ୍ ଆରମ୍ଭ ହେବ […]

author-image
Ranjit Kumar Jena
ଯଦି ଆଇପିଏଲ୍ ନହୁଏ, ତାହେଲେ କ'ଣ ହେବ?

ipl-2020

ମୁମ୍ବାଇ: କରୋନା ଭାଇରସ୍ ମହାମାରୀ ଘୋଷିତ ହେବା ପରେ କ୍ରୀଡ଼ା ଜଗତ ସମ୍ପୂର୍ଣ୍ଣ ଶୂନଶାନ୍ ହୋଇଯାଇଛି। ଏହି ଭାଇରସ୍ ଭୟରେ ଅନ୍ତର୍ଜାତୀୟ ସ୍ତରରେ ସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କିମ୍ବା ବାତିଲ୍ କରାଯାଇଛି। ଠିକ୍ ସେହିପରି କରୋନା ଭାଇରସର ପ୍ରଭାବ ଦୁନିଆର ସବୁଠାରୁ ମହଙ୍ଗା ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ ଉପରେ ମଧ୍ୟ ପଡ଼ିଛି। ଏହି ମହାମାରୀ କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି।

Advertisment

ଏପ୍ରିଲ୍ ୧୫ ତାରିଖ ପରେ ଆଇପିଏଲ୍ ଆରମ୍ଭ ହେବ କି ନାହିଁ, ତାହା କେହି ଜାଣନ୍ତି ନାହିଁ। ଏଭଳି ପରିସ୍ଥିତିରେ ଯଦି ଆଇପିଏଲର୍ ଆୟୋଜନ ନହୁଏ, ତାହେଲେ ବିସିସିଆଇ ସମେତ ୮ଟି ଯାକ ଫ୍ରାଞ୍ଚାଇଜିକୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ବିଶେଷକରି ବିସିସିଆଇକୁ ସିଧାସଳଖ ୪ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଉଛି। ତେବେ କ'ଣ ହେବ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ, କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଉଭୟ ବିସିସିଆଇ ଓ ଫ୍ରାଞ୍ଚାଇଜିକୁ କ୍ଷତି ହେବା ଏକପ୍ରକାର ନିଶ୍ଚିତ। ଆସନ୍ତୁ ଜାଣିବା ଆଇପିଏଲ୍ ବାତିଲ୍ ହେଲେ, କାହାକୁ କେତେ କ୍ଷତି ସହିବାକୁ ପଡ଼ିବ।

ଆଇପିଏଲ୍ ପାଇଁ ଏହି ତିନୋଟି ସମ୍ଭାବନା: ପ୍ରଥମତଃ- ଯଦି ସବୁକିଛି ଠିକ୍ ଠାକ୍ ରହିଲା, ତାହେଲେ ଏପ୍ରିଲ୍ ମଧ୍ୟ ଭାଗରେ ୬୦ ମ୍ୟାଚର ଟୁର୍ଣ୍ଣାମେଣ୍ଟ ହୋଇପାରେ। ଦ୍ୱିତୀୟତଃ- ବିସିସିଆଇ ଯଦି ଚାହିଁବ, ତାହେଲେ ମିନି ଆଇପିଏଲ୍ ଆୟୋଜନ କରିପାରେ ଅର୍ଥାତ୍ ମ୍ୟାଚଗୁଡ଼ିକରେ କାଣ୍ଟଛାଣ୍ଟ କରିପାରେ, ଯେଉଁଥିରେ ଦିନ ସଂଖ୍ୟା କମ୍ ହେବ, କିନ୍ତୁ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ତୃତୀୟତଃ- ଯଦି ମାମଲା (କରୋନା ଭାଇରସର ପ୍ରଭାବ) ଏମିତି ଜାରି ରୁହେ, ତାହେଲେ ଟୁର୍ଣ୍ଣାମେଣ୍ଟ ବାତିଲ୍ ହେବ। ତେବେ ଯାହାବି ହେଉ ପଛେ, ସମସ୍ତଙ୍କୁ କ୍ଷତି ହେବା ତ ଥୟ।

Advertisment

ଯଦି ପ୍ରଥମ ବିକଳ୍ପ ଲାଗୁ କରାଯାଏ, ତାହେଲେ କ୍ଷତି କମ୍ ହେବ। ବିଶେଷକରି ପର୍ଯ୍ୟାପ୍ତ ପ୍ରାଇମ-ଟାଇମ୍ ସ୍ପେଶର ଅଭାବ କାରଣରୁ ବ୍ରଡକାଷ୍ଟର୍ସର ବିଜ୍ଞାପନ ରାଜସ୍ୱ ସାମାନ୍ୟ ପ୍ରଭାବିତ ହେବ। ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଦର୍ଶକଙ୍କ ଆଶା କମିଯିବା ଦ୍ୱାରା ବହୁତ ବଡ଼ କ୍ଷତି ହେବ। ବିସିସିଆଇ, ଫ୍ରାଞ୍ଚାଇଜି, କ୍ରିକେଟର୍ସ, ମ୍ୟାଚ୍ ଅଧିକାରୀ, ସହଯୋଗୀ ଷ୍ଟାଫ୍‌, ଗ୍ରାଉଣ୍ଡସମ୍ୟାନ୍ ଓ ଅନ୍ୟ କାମ ପ୍ରତିରକ୍ଷିତ ରହିବ।

ଯଦି ଦ୍ୱିତୀୟ ବିକଳ୍ପ ଲାଗୁ କରାଯାଏ, ତାହେଲେ କ୍ଷତି ସାମାନ୍ୟରୁ ଅଧିକ ହେବ ଏବଂ କ୍ରିକେଟରଙ୍କ ସମେତ ଅନେକ ଷ୍ଟେକ୍ ହୋଲ୍ଟରକୁ ଏହା ପ୍ରଭାବିତ କରିବ। ମିଳିଥିବା ସୂଚନା ଅନୁଯାୟୀ, ବ୍ରଡକାଷ୍ଟର୍ସ ପୂର୍ବରୁ ହିଁ ଚଳିତ ସିଜନ୍ ପାଇଁ ୯୦% ବିଜ୍ଞାପନ ବିକ୍ରି କରିସାରିଛି। ଏଭଳି ସ୍ଥିତିରେ ଏହାକୁ ଫେରାଇବାକୁ ପଡ଼ିବ। ସିନେମା ହଲ୍ ଓ ଅନ୍ୟ ସାର୍ବଜନିନ ସ୍ଥାନ ବନ୍ଦ ଏବଂ ଷ୍ଟାଡିୟମ ବି ଖାଲି ରହିବା ଦ୍ୱାରା ତାହେଲେ ପ୍ରାୟୋଜକ କେନ୍ଦ୍ରୀୟ ଓ ସ୍ଥାନୀୟ ସମାନ୍ତର କ୍ଷେତ୍ରରେ ଉପଲବ୍ଧ ସ୍ଲଟକୁ ଆପଣାଇବାକୁ ପ୍ରୟାସ କରିବେ, ଯେପରିକି ଟେଲିଭିଜନ ଓ ଇଣ୍ଟରନେଟ୍।

ତୃତୀୟ ବିକଳ୍ପ ଲାଗୁ ହେବା ଦ୍ୱାରା ସମସ୍ତଙ୍କୁ କ୍ଷତି ସହିବାକୁ ପଡ଼ିବ। ଏହାକୁ ନେଇ କିଛି ଷ୍ଟେକହୋଲ୍ଟର କହିଛନ୍ତି, ବର୍ତ୍ତମାନ ଏହି ଭାଇରସ୍ ଅଧିକ ବଢ଼ିବାରେ ଲାଗିଛି। ସମସ୍ତଙ୍କୁ ଜଣା ଯେ ଆଇପିଏଲ୍ ବାତିଲ ହେଲେ, କାହାକୁ କେତେ କ୍ଷତି ହେବ। ଯଦି ଟୁର୍ଣ୍ଣାମେଣ୍ଟ ଆୟୋଜନ ନହୁଏ, ତାହେଲେ ସମସ୍ତେ ଘରକୁ ଯାଇ ବର୍ଷତମାମ କ'ଣ ହାସଲ କଲେ, ତାହାର ହିସାବ କରିବେ ଏବଂ କୋଭିଡ୍‌-୧୯ ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ।

ପ୍ରଥମ ବିକଳ୍ପ: ବ୍ରଡକାଷ୍ଟର୍ସ ଷ୍ଟାର୍ ଇଣ୍ଡିଆ ଓ ପ୍ରାୟୋଜକର କେନ୍ଦ୍ରୀୟ ପୁଲ୍ ସାମୂହିକ ଭାବେ ପ୍ରତିବର୍ଷ ପ୍ରାୟ ୪ହଜାର କୋଟି(ଷ୍ଟାର୍ ୩,୩୦୦ କୋଟି ଟଙ୍କା, ଭିଭୋ ୪୩୯ କୋଟି ଟଙ୍କା ଓ ଅନ୍ୟ କେନ୍ଦ୍ରୀୟ ପ୍ରାୟୋଜକ ୨୫୦-୩୦୦ କୋଟି ଟଙ୍କା ସଂଗ୍ରହ କରନ୍ତି। ଯଦି ପୂରା ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ, ତାହେଲେ କେନ୍ଦ୍ରୀୟ ପୁଲକୁ ଅଧିକ କ୍ଷତି ହେବ ନାହିଁ। ବିସିସିଆଇ ଓ ଫ୍ରାଞ୍ଚାଇଜି ଚୁକ୍ତି ଅନୁଯାୟୀ ୫୦-୫୦ ଅନୁପାତ ଶେଆର୍ କରିବେ। ଟୁର୍ଣ୍ଣାମେଣ୍ଟ ହେବା ଦ୍ୱାରା ଖେଳାଳିଙ୍କୁ ଫ୍ରାଞ୍ଚାଇଜି ପୂରା ପ୍ରାପ୍ୟ ଦେବେ (ପ୍ରତି ଫ୍ରାଞ୍ଚାଇଜି ପାଖରେ ୮୫ କୋଟି ଟଙ୍କା ରହିଛି)। ମ୍ୟାଚ୍ ଅଫିସିଆଲ୍ସ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପୂରା ପ୍ରାପ୍ୟ ପ୍ରଦାନ କରାଯିବ। ଏହାବ୍ୟତୀତ ଫ୍ରାଞ୍ଚାଇଜିଙ୍କୁ ଲୋକାଲ୍ ରେଭିନ୍ୟୁ ପୁଲ୍ (ଗେଟ୍ ମନିକୁ ଛାଡ଼ି ପ୍ରତି ମ୍ୟାଚ୍ ପିଛା ୨.୫କୋଟିରୁ ୪ କୋଟି ଟଙ୍କା ଭେନ୍ୟୁ ହିସାବରେ କ୍ଷତି ହୋଇପାରେ) ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଭଳି ଆଇଏମଜି (ପ୍ରାୟ ୨୫ କୋଟି ଟଙ୍କା) ଦେବାକୁ ପଡ଼ିବ।

ଦ୍ୱିତୀୟ ବିକଳ୍ପ:ଯଦି ଆଇପିଏଲ୍ ମ୍ୟାଚ୍ ସଂଖ୍ୟା କମ୍ ହୁଏ, ତାହେଲେ ବ୍ରଡକାଷ୍ଟର୍ସ ଓ ବିସିସିଆଇ ଦେଖିବେ ଟୁର୍ଣ୍ଣାମେଣ୍ଟର ପରିଚାଳନା କେତେ ହେଉଛି। ଏହାଛଡ଼ା କେତେ ମ୍ୟାଚ୍ ଖେଳାଯାଉଛି ଏବଂ ଏହା ଆଧାରରେ ସମସ୍ତ ଷ୍ଟେକହୋଲ୍ଡରଙ୍କୁ ଏହାର ଭରଣ କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଖେଳାଳିଙ୍କୁ ପ୍ରୋ-ରେଟ୍ ମିଳିବ।

ତୃତୀୟ ବିକଳ୍ପ:ଯଦି ଟୁର୍ଣ୍ଣାମେଣ୍ଟ ବାତିଲ ହୁଏ, ତାହେଲେ ବିସିସିଆଇକୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ବ୍ରଡକାଷ୍ଟର୍ସ ଷ୍ଟାର୍ ଇଣ୍ଡିଆକୁ ବିଜ୍ଞାପନ ଓ ଡିଷ୍ଟ୍ରିବ୍ୟୁଶନରୁ କୌଣସି ଆମଦାନୀ ହେବ ନାହିଁ। ଯାହାର ଅର୍ଥ ବ୍ରଡକାଷ୍ଟର୍ସ ପ୍ରାୟ ୩୩୦୦ କୋଟି ଟଙ୍କାର ପ୍ରାପ୍ୟ ବିସିସିଆଇକୁ ଦେବ ନାହିଁ। ଏଭଳି ସ୍ଥିତିରେ ଭିଭୋ ମଧ୍ୟ ୪୩୯ କୋଟି ଟଙ୍କାର ଭରଣା କରିବ ନାହିଁ, କେନ୍ଦ୍ରୀୟ ପ୍ରାୟୋଜକ ୨୫୦-୩୦୦ କୋଟି ଟଙ୍କାର ଭରଣା କରିବ ନାହିଁ। ବିସିସିଆଇ ଓ ଫ୍ରାଞ୍ଚାଇଜିକୁ କେନ୍ଦ୍ରୀୟ ରାଜସ୍ୱ ପୁଲରୁ କିଛି ବି ହାସଲ ହେବ ନାହିଁ, ଯାହାର ଅର୍ଥ ଖେଳାଳିଙ୍କ (୮ଟି ଟିମ୍ ବାବଦରେ ୮୫ କୋଟି ଟଙ୍କାର ୮ଗୁଣା)ର ପ୍ରାପ୍ୟ ଫ୍ରାଞ୍ଚାଇଜିଙ୍କ ଦ୍ୱାରା କରାଯିବ ନାହିଁ। ବିସିସିଆଇ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ, ମ୍ୟାଚ୍‌- ଅଫିସିଆଲ୍ସ ଓ ବିଦେଶୀ ଖେଳାଳିଙ୍କ ବୋର୍ଡ (୧୦ ଭାଗିଦାରୀ ଶୁଳ୍କ)ର ପ୍ରାପ୍ୟ ମଧ୍ୟ କରିବ ନାହିଁ। ଫ୍ରାଞ୍ଚାଇଜି ସ୍ଥାନୀୟ ରାଜସ୍ୱ ପୁଲରୁ କିଛି ବି ଆୟ କରିପାରିବ ନାହିଁ, ଯେପରିକି ଜର୍ସି ପ୍ରାୟୋଜନ ଓ ବିଜ୍ଞାପନ।