କରୋନା ପାଇଁ ଚାଲିଗଲା ଏହି ଫୁଟବଲରଙ୍କ ଜୀବନ

ଲଣ୍ଡନ: କରୋନା ନେଲା ଆଉଜଣେ ଫୁଟବଲରଙ୍କ ଜୀବନ। ସୋମାଲିଆର ମହାନ ଫୁଟବଲର ମହମ୍ମଦ ଫାରାଙ୍କ ୫୯ ବର୍ଷ ବୟସରେ ମୃତ୍ୟୁବରଣ ହୋଇଛି। କୋଭିଡ୍‌-୧୯ ମହାମାରୀରେ ଆକ୍ରାନ୍ତ ଥିବା ଫାରା ଲଣ୍ଡନ ହସ୍ପିଟାଲରେ ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଆଫ୍ରିକାନ୍ ଫୁଟବଲ୍ କନଫେଡେରେସନ୍ (ସିଏଏଫ୍‌) ଓ ସୋମାଲିଆନ୍ ଫୁଟବଲ୍ ଫେଡେରେସନ୍ (ଏସଏଫଏଫ୍‌) ସ୍ପଷ୍ଟ କରିଛି। କରୋନାଭାଇରସରେ ମୃତ୍ୟୁବରଣ କରିବାରେ ସେ ପ୍ରଥମ ଆଫ୍ରିକୀୟ ଫୁଟବଲର ହୋଇଛନ୍ତି। ଫାରା ସୋମାଲିଆନ୍ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା […]

farah

Ranjit Kumar Jena
  • Published: Thursday, 26 March 2020
  • , Updated: 26 March 2020, 08:08 PM IST

ଲଣ୍ଡନ: କରୋନା ନେଲା ଆଉଜଣେ ଫୁଟବଲରଙ୍କ ଜୀବନ। ସୋମାଲିଆର ମହାନ ଫୁଟବଲର ମହମ୍ମଦ ଫାରାଙ୍କ ୫୯ ବର୍ଷ ବୟସରେ ମୃତ୍ୟୁବରଣ ହୋଇଛି। କୋଭିଡ୍‌-୧୯ ମହାମାରୀରେ ଆକ୍ରାନ୍ତ ଥିବା ଫାରା ଲଣ୍ଡନ ହସ୍ପିଟାଲରେ ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଆଫ୍ରିକାନ୍ ଫୁଟବଲ୍ କନଫେଡେରେସନ୍ (ସିଏଏଫ୍‌) ଓ ସୋମାଲିଆନ୍ ଫୁଟବଲ୍ ଫେଡେରେସନ୍ (ଏସଏଫଏଫ୍‌) ସ୍ପଷ୍ଟ କରିଛି।

କରୋନାଭାଇରସରେ ମୃତ୍ୟୁବରଣ କରିବାରେ ସେ ପ୍ରଥମ ଆଫ୍ରିକୀୟ ଫୁଟବଲର ହୋଇଛନ୍ତି। ଫାରା ସୋମାଲିଆନ୍ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଭାବେ କାମ କରୁଥିଲେ। ଫେବୃଆରୀ ୧୫, ୧୯୬୧ରେ ବେଲେଡ୍ୱେନ୍ ଜନ୍ମିତ ଫାରା ୪୪ ବର୍ଷ ପୂର୍ବେ ଅର୍ଥାତ୍ ୧୯୭୬ରେ ଜାତୀୟ ଦଳ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ।

ଏହା ପରେ ୧୯୭୯ରେ ସେ ନିଜ ଆଞ୍ଚଳିକ ଟିମ୍ ହିରାନ୍ ପକ୍ଷରୁ ରିଜିଓନାଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ବାଟ୍ରୁଲକା ଏଫସି ପକ୍ଷରୁ ତାଙ୍କର କ୍ୟାରିୟରର ଜବରଦସ୍ତ ରହିଥିଲା। ସୂଚନାଯୋଗ୍ୟ, କରୋନାଭାଇରସ୍ ଯୋଗୁ ସାରା ବିଶ୍ୱରେ ପ୍ରାୟ ୫ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ୨୧ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।

Related story