'କରୋନା' ପାଇଁ ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ!

ଟୋକିଓ: କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଉପରେ ଏବେ ‘କରୋନା’ ଭାଇରସର ସାୟା ପଡିଛି। ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଜାପାନର ରାଜଧାନୀ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସ ଗେମ୍ସକୁ ସ୍ଥଗିତ କରାଯିବା ନେଇ ଜାପାନର ଅଲିମ୍ପିକ୍ସ ମନ୍ତ୍ରୀ ସିକୋ ହାଶିମୋତୋ ମଙ୍ଗଳବାର ସୂଚନା ଦେଇଛନ୍ତି। ଯଦି ଏହି କ୍ରୀଡ଼ା ଜୁଲାଇରେ ଆୟୋଜିତ ନହୁଏ, ତାହେଲେ ଏହା ଚଳିତ ବର୍ଷ ଶେଷଭାଗରେ ଅନୁଷ୍ଠିତ ହୋଇପାରେ। ସିକୋ ହାଶିମୋତୋ ସଂସଦରେ ଏକ ପ୍ରଶ୍ନର ଜବାବରେ କହିଛନ୍ତି, ଅଲିମ୍ପିକ୍ସ ଯଦି ନିର୍ଦ୍ଧାରିତ ସମୟ […]

olympics

olympics

Ranjit Kumar Jena
  • Published: Tuesday, 03 March 2020
  • Updated: 03 March 2020, 08:07 PM IST

Sports

Latest News

ଟୋକିଓ: କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଉପରେ ଏବେ 'କରୋନା' ଭାଇରସର ସାୟା ପଡିଛି। ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଜାପାନର ରାଜଧାନୀ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସ ଗେମ୍ସକୁ ସ୍ଥଗିତ କରାଯିବା ନେଇ ଜାପାନର ଅଲିମ୍ପିକ୍ସ ମନ୍ତ୍ରୀ ସିକୋ ହାଶିମୋତୋ ମଙ୍ଗଳବାର ସୂଚନା ଦେଇଛନ୍ତି। ଯଦି ଏହି କ୍ରୀଡ଼ା ଜୁଲାଇରେ ଆୟୋଜିତ ନହୁଏ, ତାହେଲେ ଏହା ଚଳିତ ବର୍ଷ ଶେଷଭାଗରେ ଅନୁଷ୍ଠିତ ହୋଇପାରେ। ସିକୋ ହାଶିମୋତୋ ସଂସଦରେ ଏକ ପ୍ରଶ୍ନର ଜବାବରେ କହିଛନ୍ତି, ଅଲିମ୍ପିକ୍ସ ଯଦି ନିର୍ଦ୍ଧାରିତ ସମୟ ଅନୁସାରେ ଅର୍ଥାତ୍ ଜୁଲାଇ ୨୪ରେ ଆରମ୍ଭ ନହୁଏ, ତାହେଲେ ଏହାକୁ ବର୍ଷର ଶେଷରେ ମଧ୍ୟ ଆୟୋଜନ କରାଇପାରେ।

ହାଶିମୋତୋ ସଂସଦରେ ଆହୁରି କହିଛନ୍ତି, "ଯଦି କ୍ରୀଡ଼ାର ଆୟୋଜନ ୨୦୨୦ ଭିତରେ ନହୁଏ, ତାହେଲେ ଆଇଓସି ଏହି କ୍ରୀଡ଼ାକୁ ସ୍ଥଗିତ କରିବା ଉପରେ ବିଚାର କରିପାରେ। ଜାପାନ ସରକାର ଏବଂ ଟୋକିଓ ଏହି ମହାକୁମ୍ଭର ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଅଲିମ୍ପିକ୍ସ ପାଇଁ ମଧ୍ୟ ଆମର ପ୍ରସ୍ତୁତି ସଠିକ୍ ଦିଶାରେ ଚାଲିଛି ଏବଂ ଏହାକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ଆମେ ପ୍ରସ୍ତୁତ ଅଛୁ।"

ସାରା ବିଶ୍ୱକୁ ଏବେ କରୋନା ଭାଇରସ୍ ଆତଙ୍କିତ କରିଛି। ଟୋକିଓ ଅଲିମ୍ପିକ୍ସ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ଦେଖା ଦେଇଛି। ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ କାରଣରୁ ଜାପାନରେ ଏପର୍ଯ୍ୟନ୍ତ ୧୨ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହାସହ କରୋନା କାରଣରୁ ଏକାଧିକ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ସ୍ଥଗିତ କିମ୍ବା ବାତିଲ କରିଦିଆଯାଇଛି।

ସୂଚନାଯୋଗ୍ୟ, ଆଇଓସି ଅଧିକାରୀ ଓ ଟୋକିଓ ଅଲିମ୍ପିକ୍ସର ଆୟୋଜକ ଲଗାତର କହିଆସୁଛନ୍ତି ଯେ, ଅଲିମ୍ପିକ୍ସ କ୍ରୀଡ଼ା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ହେବ। ତେବେ କେତେକଙ୍କ ମତରେ, ତୀବ୍ର ଗତିରେ ବ୍ୟାପିଥିବା କରୋନା ଭାଇରସ୍ କାରଣରୁ ଏହି ମହାକୁମ୍ଭକୁ ବାତିଲ କିମ୍ବା ସ୍ଥଗିତ କରାଯାଇପାରେ କିମ୍ବା ଏହାକୁ ଅନ୍ୟ କୌଣସି ସହରରେ ଆୟୋଜିତ କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story