କର୍ଟନୀ ୱାଲ୍ସ ଇଣ୍ଡିଜ୍ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ଫାଷ୍ଟ ବୋଲର୍ କର୍ଟନୀ ୱାଲ୍ସ ୱେଷ୍ଟ ଇଣ୍ଡିଜ୍ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ୨୦୨୨ ଯାଏ ସେ ଏହି ପଦରେ କାର୍ଯ୍ୟ କରିବାକୁ ଚୁକ୍ତିବଦ୍ଧ ହୋଇଥିବା କ୍ରିକେଟ୍ ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୱେଷ୍ଟ ଇଣ୍ଡିଜ ପକ୍ଷରୁ ସର୍ବାଧିକ ଟେଷ୍ଟ ୱିକେଟ୍ ଦଖଲ କରିଥିବା କର୍ଟନୀ ପୂର୍ବରୁ ଜାତୀୟ ମହିଳା ଦଳ ସହ ଅଷ୍ଟ୍ରେଲିଆରେ ଆୟୋଜିତ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ କାମ କରିଥିଲେ। ଏହା ପରେ ସେ […]

walsh

Ranjit Kumar Jena
  • Published: Friday, 02 October 2020
  • , Updated: 02 October 2020, 06:43 PM IST

ନୂଆଦିଲ୍ଲୀ: ପୂର୍ବତନ ଫାଷ୍ଟ ବୋଲର୍ କର୍ଟନୀ ୱାଲ୍ସ ୱେଷ୍ଟ ଇଣ୍ଡିଜ୍ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ୨୦୨୨ ଯାଏ ସେ ଏହି ପଦରେ କାର୍ଯ୍ୟ କରିବାକୁ ଚୁକ୍ତିବଦ୍ଧ ହୋଇଥିବା କ୍ରିକେଟ୍ ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ୱେଷ୍ଟ ଇଣ୍ଡିଜ ପକ୍ଷରୁ ସର୍ବାଧିକ ଟେଷ୍ଟ ୱିକେଟ୍ ଦଖଲ କରିଥିବା କର୍ଟନୀ ପୂର୍ବରୁ ଜାତୀୟ ମହିଳା ଦଳ ସହ ଅଷ୍ଟ୍ରେଲିଆରେ ଆୟୋଜିତ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ କାମ କରିଥିଲେ। ଏହା ପରେ ସେ ବାଂଲାଦେଶ ପୁରୁଷ ଦଳର ବୋଲିଂ କୋଚ୍ ଦାୟିତ୍ୱ ତୁଲାଇଥିଲେ। ୱାଲ୍ସ ମଧ୍ୟ ଇଣ୍ଡିଜ୍ କ୍ରିକେଟ୍‌ର ଚୟନକର୍ତ୍ତା ଭାବେ କାର୍ଯ୍ୟ କରି ସାରିଛନ୍ତି।

ୱାଲ୍ସଙ୍କ ପୂର୍ବରୁ ଗସ୍ ଲୋଗି ଜାତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ୱରେ ଥିଲେ। ଏବେ କର୍ଟନୀଙ୍କ ପ୍ରଶିକ୍ଷଣରେ ଜାତୀୟ ମହିଳା ଦଳ ୨୦୨୨ ମଧ୍ୟରେ ହେବାକୁ ଥିବା ଆଇସିସିର ଦୁଇଟି ବୃହତ୍ ଟୁର୍ଣ୍ଣାମେଣ୍ଟରେ ସଫଳ ପ୍ରଦର୍ଶନ କରିବ ବୋଲି କ୍ରିକେଟ୍ ୱେଷ୍ଟ ଇଣ୍ଡିଜର ନିର୍ଦ୍ଦେଶକ ଜିମ୍ମି ଆଡାମ୍ସ ଆଶା କରିଛନ୍ତି।

Related story