ଘରୋଇ ମ୍ୟାଚ୍ ଉପରେ ରୋକ୍ ଲଗାଇଲା ବିସିସିଆଇ

ମୁମ୍ବାଇ: ମହାମାରୀ କରୋନା ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଏପରିକି କ୍ରୀଡ଼ା ଜଗତ ମଧ୍ୟ ଏଥିରୁ ନିସ୍ତାର ପାଇ ନାହିଁ। ଅନେକ ଅନ୍ତର୍ଜାତୀୟ ହେଉ କି କ୍ଲବସ୍ତରୀୟ କ୍ରୀଡ଼ା, ଏପରିକି କ୍ରିକେଟ୍‌, ସବୁଥିରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ଦୁଇଟି ଦିନିକିଆ ମ୍ୟାଚକୁ ମଧ୍ୟ ବାତିଲ୍ କରିଦେଇଛି। ଏବେ ବିସିସିଆଇ ଘରୋଇ କ୍ରିକେଟ୍ ଉପରେ ମଧ୍ୟ ରୋକ୍ ଲଗାଇଛି। କରୋନା […]

domestic

domestic

Ranjit Kumar Jena
  • Published: Saturday, 14 March 2020
  • Updated: 14 March 2020, 05:56 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଏପରିକି କ୍ରୀଡ଼ା ଜଗତ ମଧ୍ୟ ଏଥିରୁ ନିସ୍ତାର ପାଇ ନାହିଁ। ଅନେକ ଅନ୍ତର୍ଜାତୀୟ ହେଉ କି କ୍ଲବସ୍ତରୀୟ କ୍ରୀଡ଼ା, ଏପରିକି କ୍ରିକେଟ୍‌, ସବୁଥିରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ଦୁଇଟି ଦିନିକିଆ ମ୍ୟାଚକୁ ମଧ୍ୟ ବାତିଲ୍ କରିଦେଇଛି। ଏବେ ବିସିସିଆଇ ଘରୋଇ କ୍ରିକେଟ୍ ଉପରେ ମଧ୍ୟ ରୋକ୍ ଲଗାଇଛି।

କରୋନା ଭାଇରସ୍ ଦ୍ରୁତଗତିରେ ବ୍ୟାପୁଥିବାର ଦେଖି ବିସିସିଆଇ ଶନିବାର ଘରୋଇ ମ୍ୟାଚର ଆଗାମୀ ସବୁ ଟୁର୍ଣ୍ଣାମେଣ୍ଟକୁ ନିଲମ୍ବନ କରିଦେଇଛି। ରଣଜୀ ଚାମ୍ପିୟନ୍ ସୌରାଷ୍ଟ୍ର ଏବଂ ଅବଶିଷ୍ଟ ଭାରତ ଏକାଦଶ ମଧ୍ୟରେ ହେବାକୁଥିବା ଇରାପ କପ୍ ମୁକାବିଲା ବର୍ତ୍ତମାନ ପରିସ୍ଥିତିରେ ଆୟୋଜିତ ହେବା ଅସମ୍ଭବ।

ଇରାନୀ କପ୍ ବ୍ୟତୀତ ମହିଳା ସିନିୟର ଦିନିକିଆ ନକଆଉଟ୍ ଟୁର୍ଣ୍ଣାମେଣ୍ଟ, ଭିଜି ଟ୍ରଫି, ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର୍‌, ମହିଳା ଅଣ୍ଡର୍‌-୧୯ ଦିନିକିଆ ନକଆଉଟ୍‌, ମହିଳା ଅଣ୍ଡର୍‌-୧୯ ଟି-୨୦ ଲିଗ୍‌, ସୁପର୍ ଲିଗ୍ ଓ ନକଆଉଟ୍‌, ମହିଳା ଅଣ୍ଡର୍‌-୧୯ ଟି-୨୦ ଚ୍ୟାଲେଞ୍ଜର ଟ୍ରଫି, ମହିଳା ଅଣ୍ଡର୍‌-୨୩ ନକଆଉଟ୍‌, ମହିଳା ଅଣ୍ଡର୍‌-୨୩ ଦିନିକିଆ ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟକୁ ଆଗାମୀ ନୋଟିସ୍ ସୁଦ୍ଧା ସ୍ଥଗିତ କରିଦେଇଛି।

ଅନ୍ୟପକ୍ଷରେ ଶନିବାର ମୁମ୍ବାଇ ସ୍ଥିଗତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ବୋର୍ଡ ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ ବୈଠକ କରିଛି। କରୋନା ଭାଇରସର ବଢ଼ୁଥିବା ପ୍ରକୋପ ଏବଂ ପରବର୍ତ୍ତୀ ସିଜନ୍ ଉପରେ ଏହାର ପ୍ରଭାବକୁ ନେଇ ଆଇପିଏଲ୍ ଟିମ୍ ମାଲିକ ଓ ବିସିସିଆଇ ମଧ୍ୟରେ ଆଲୋଚନା ହୋଇଛି। ସମସ୍ତ ଆଇପିଏଲ୍ ଫ୍ରାଞ୍ଚାଇଜି ପ୍ରଶଂସକ, ଖେଳାଳି ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ପଦକ୍ଷେପ ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos