ଲକଡାଉନ୍ ସତ୍ତ୍ୱେ ୱାର୍କଆଉଟ୍ ଜାରି ରଖିବେ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଭାରତ ସରକାର ପୂରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟର୍ ନିଜ ନିଜର ଘରେ ପରିବାର ସହ ସମୟ ବିତାଉଛନ୍ତି। ଯେହେତୁ ବର୍ତ୍ତମାନ ସବୁ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇସାରିଛି, ଏହି ସମୟରେ ଖେଳାଳିମାନେ ନିଜର ଫିଟନେସ୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ନିକ୍ ୱେବ୍ ଫିଜିଓ ନୀତୀନ ପଟେଲଙ୍କ ସହ ମିଶି ଭାରତୀୟ ଟିମର ଖେଳାଳିମାନଙ୍କ ପାଇଁ ଇନଡୋର୍ ୱାର୍କଆଉଟ୍ ପ୍ଲାନ୍ […]

india-team

india-team

Ranjit Kumar Jena
  • Published: Wednesday, 25 March 2020
  • Updated: 25 March 2020, 05:52 PM IST

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଭାରତ ସରକାର ପୂରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟର୍ ନିଜ ନିଜର ଘରେ ପରିବାର ସହ ସମୟ ବିତାଉଛନ୍ତି। ଯେହେତୁ ବର୍ତ୍ତମାନ ସବୁ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇସାରିଛି, ଏହି ସମୟରେ ଖେଳାଳିମାନେ ନିଜର ଫିଟନେସ୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ନିକ୍ ୱେବ୍ ଫିଜିଓ ନୀତୀନ ପଟେଲଙ୍କ ସହ ମିଶି ଭାରତୀୟ ଟିମର ଖେଳାଳିମାନଙ୍କ ପାଇଁ ଇନଡୋର୍ ୱାର୍କଆଉଟ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି, ଯଦ୍ଦ୍ୱାରା ସବୁ ଖେଳାଳି ଯେପରି ଫିଟ୍ ରହିବେ।

ଟିମ୍ ମ୍ୟାନେଜମେଣ୍ଟ୍ ସହ ଜଡ଼ିତ ଏକ ସୂତ୍ରରୁ କୁହାଯାଇଛି ଯେ ୱେବ୍ ଓ ପଟେଲ୍ ସମସ୍ତ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ପାଇଁ ରୁଟିନ୍ ପ୍ରସ୍ତୁତ କରିଛନ୍ତି, ଯଦ୍ଦ୍ୱାରା ଖେଳାଳିମାନେ ଘରେ ରହି ନିଜକୁ ଫିଟ୍ ରଖିପାରିବେ। ଟେଷ୍ଟ ଓ ସୀମିତ ଓଭର କ୍ରିକେଟ୍ ଖେଳୁଥିବା ସବୁ ଖେଳାଳିଙ୍କୁ ଗୋଟିଏ ବିଶେଷ ଫିଟନେସ୍ ରୁଟିନ୍ ଦିଆଯାଇଛି, ଯାହାକୁ ସେମାନେ ମାନିବାକୁ ବାଧ୍ୟ ଏବଂ ପଟେଲ୍ ଓ ୱେବ୍ ଏହାର ସୂଚନା ନିୟମିତ ଦେବେ। ଏହି ରୁଟିନ୍ ଖେଳାଳିଙ୍କ ଦାବିକୁ ଦେଖି ପ୍ରସ୍ତୁତ କରାଯାଇଛି। ଉଦାହରଣ ସ୍ୱରୂପ ବୋଲରଙ୍କୁ ସେହି ଏକସରସାଇଜ୍ ଦିଆଯାଇଛି, ଯେଉଁଥିରେ ସେମାନଙ୍କର କୋର୍ ଏବଂ ଲୋୟର୍ ବଡ଼ି ମଜଭୁତ୍ ହେବ। ଏହିପରି ଭାବେ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଯେଉଁ ଏକସରସାଇଜ୍ ଦିଆଯାଇଛି, ସେଥିରେ ସେମାନଙ୍କର କାନ୍ଧ ଓ ରିଷ୍ଟ ମଜଭୁତ୍ ହେବ।

ଖେଳାଳିଙ୍କ ୱାର୍କଆଉଟ୍ ପ୍ୟାଟର୍ନକୁ ଦୃଷ୍ଟିରେ ରଖି ଏହି ରୁଟିନ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଆହୁରି କୁହାଯାଇଛି, ଯେପରି କୋହଲି ଓଜନ ସହ ଅଭ୍ୟାସ କରିବା ପସନ୍ଦ କରନ୍ତି, ସେଥିପାଇଁ ତାଙ୍କ ୱାର୍କଆଉଟରେ ଓଜନ ଉଠାଇବା ଏକସରସାଇଜ୍ ଭଳି କ୍ଲିନ୍ ଆଣ୍ଡ୍ ଜକୟ, ଡେଡଲିଫ୍ଟସ ଏବଂ ଅନ୍ୟାନ୍ୟ ସାମଗ୍ରୀ ସାମିଲ୍ ରହିବ। ଅନ୍ୟପକ୍ଷରେ ଯଦି ବାକି ଖେଳାଳିମାନେ ଖାଲି ହାତରେ ଏକସରସାଇଜ୍ କରିବାକୁ ଚାହିଁବେ, ତାହେଲେ ତାଙ୍କୁ ସେହିଭଳି ଏକସରସାଇଜ୍ ପ୍ୟାଟର୍ନ ଦିଆଯିବ, ଯେଉଁଥିରେ ସେମାନଙ୍କୁ ଓଜନ ଯେପରି ନଉଠାଇବାକୁ ପଡିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶରେ ଲକଡାଉନ୍ ଘୋଷଣା କରିଥିଲେ । ଏହି ଲକଡାଉନ୍ ମାର୍ଚ୍ଚ ୨୫ ତାରିଖରୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶରେ ଜାରି ରହିବ। ମହାମାରୀ କରୋନାଭାଇରସର ପ୍ରଭାବ ସାରା ବିଶ୍ୱର କ୍ରୀଡ଼ା ଇଭେଣ୍ଟରେ ପଡ଼ିଛି। ଏହାର ପ୍ରଭାବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଆୟୋଜନ ଉପରେ ମଧ୍ୟ ପଡ଼ିଛି, ଯାହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଯଦି କରୋନା ଭାଇରସର ପ୍ରକୋପ ନିୟନ୍ତ୍ରଣକୁ ନଆସେ, ତାହେଲେ ଆଇପିଏଲକୁ ହୁଏତ ବାତିଲ୍ କରିଦିଆଯିବ। ଏପରିକି ଯଦି ଆଇପିଏଲ୍ ଏପ୍ରିଲ୍ ମାସରେ ଆୟୋଜିତ ନହୁଏ, ତାହେଲେ ଏହାକୁ ମେ' ପ୍ରଥମ ସପ୍ତାହରେ ପୂର୍ଣ୍ଣ ରୂପେ ଆୟୋଜନ କରିବା ନେଇ ବିସିସିଆଇ ଯୋଜନା କରୁଛି।

ବର୍ତ୍ତମାନ ପରିସ୍ଥିତିକୁ ଦେଖି ଲାଗୁଛି ଯେ ଆଇପିଏଲ୍ ବୋଧ ହୁଏ ଏପ୍ରିଲରେ ଆୟୋଜିତ ହୋଇନପାରେ, କାରଣ ଭାରତ ସରକାର ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ବିଦେଶୀଙ୍କ ଭିସା ଉପରେ କଟକଣା ଲଗାଇଛି। ଏଭଳି ସ୍ଥିତିରେ ଯଦି ବିଦେଶୀ ଖେଳାଳି ଆଇପିଏଲ୍ ନଖେଳନ୍ତି, ତାହେଲେ ଟୁର୍ଣ୍ଣାମେଣ୍ଟର ମଜା ଫିକା ପଡିଯିବ। ଅନ୍ୟପକ୍ଷରେ କ୍ରୀଡ଼ା ମନ୍ତ୍ରଣାଳୟ ସ୍ପଷ୍ଟ କରିଦେଇଛି ଯେ ଆଇପିଏଲ୍ ଉପରେ କୌଣସି ନିଷ୍ପତ୍ତି ଏପ୍ରିଲ୍ ୧୫ ତାରିଖ ପରେ ନିଆଯିବ।

ଏପରିକି କ୍ରୀଡ଼ା ମନ୍ତ୍ରଣାଳୟ ଅନ୍ୟାନ୍ୟ ଖେଳ ଉପରେ ମଧ୍ୟ ଏପ୍ରିଲ୍ ଦ୍ୱିତୀୟ ସପ୍ତାହ ପରେ ନିଷ୍ପତ୍ତି ନେବାକୁ ଘୋଷଣା କରିଛି। ଯଦି କରୋନାଭାଇରସ୍ ଯୋଗୁ ଆଇପିଏଲ୍ ବାତିଲ୍ ହୁଏ, ତାହେଲେ ବିସିସିଆଇ ସମେତ, ସବୁ ଟିମର ଫ୍ରାଞ୍ଚାଇଜି ଏବଂ ବ୍ରଡକାଷ୍ଟର୍ସଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ଆଇପିଏଲ୍ ପାଇଁ କୌଣସି ବିକଳ୍ପ ଦେଖିବାକୁ ମିଳୁନାହିଁ। ଆଇପିଏଲ୍ ଫ୍ରାଞ୍ଚାଇଜି ଟିମର ମାଲିକମାନେ ମଧ୍ୟ ବର୍ତ୍ତମାନ ପରିସ୍ଥିତି ଉପରେ ସଜାଗ ଅଛନ୍ତି ଏବଂ ସେମାନେ ସବୁ କ୍ଷତି ସହିବାକୁ ମଧ୍ୟ ପସ୍ତୁତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story