ଆକ୍ରମକ ଆଭିମୁଖ୍ୟ ନେଇ ଖେଳିବୁ: ଆଜିଙ୍କ୍ୟ ରାହାଣେ

ଧର୍ମଶାଳା: ଆକ୍ରାମକ ଆଭିମୁଖ୍ୟ ଯୋଗୁଁ ଆମେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କଲୁ। ଏହି ଆଭିମୁଖ୍ୟ ନେଇ ଆମେ ଦିନିକିଆ ସିରିଜ୍‌କୁ ଉହ୍ଲାଇବୁ ବୋଲି ଭାରତ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ ତଥା ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଆଜି କହିଛନ୍ତି। ସେ କହିଛନ୍ତି,“କ୍ରିକେଟ୍‌ରେ ଶୃଙ୍ଖଳା ଓ ଆକ୍ରାମକ ହେଉଛି ଆମର ପ୍ରମୁଖ ଅସ୍ତ୍ର। ଯାହାକୁ ଆମେ ଟେଷ୍ଟ ସିରିଜ୍‌ରେ ପ୍ରୟୋଗ କରିଥିଲୁ ଏବଂ ସଫଳ ହୋଇଥିଲୁ। ଖେଳିବା ବେଳେ ମନଧ୍ୟାନ କରି ଖେଳି ବିପକ୍ଷକୁ ନିଜର ଶକ୍ତି ପ୍ରଦର୍ଶନ […]

ajenka

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 10:14 PM IST

ଧର୍ମଶାଳା: ଆକ୍ରାମକ ଆଭିମୁଖ୍ୟ ଯୋଗୁଁ ଆମେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କଲୁ। ଏହି ଆଭିମୁଖ୍ୟ ନେଇ ଆମେ ଦିନିକିଆ ସିରିଜ୍‌କୁ ଉହ୍ଲାଇବୁ ବୋଲି ଭାରତ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ ତଥା ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଆଜି କହିଛନ୍ତି।

ସେ କହିଛନ୍ତି,“କ୍ରିକେଟ୍‌ରେ ଶୃଙ୍ଖଳା ଓ ଆକ୍ରାମକ ହେଉଛି ଆମର ପ୍ରମୁଖ ଅସ୍ତ୍ର। ଯାହାକୁ ଆମେ ଟେଷ୍ଟ ସିରିଜ୍‌ରେ ପ୍ରୟୋଗ କରିଥିଲୁ ଏବଂ ସଫଳ ହୋଇଥିଲୁ। ଖେଳିବା ବେଳେ ମନଧ୍ୟାନ କରି ଖେଳି ବିପକ୍ଷକୁ ନିଜର ଶକ୍ତି ପ୍ରଦର୍ଶନ କରିବା।”

ସେ ଆହୁରି ମଧ୍ୟ କହିଛନ୍ତି,“ଟେଷ୍ଟ ମ୍ୟାଚ ପରେ ମୋର ଦିନିକିଆ ଉପରେ ନଜର ରହିଛି। ଆରମ୍ଭ ହେଉଥିବା ଦିନିକିଆ ସିରିଜ୍‌ରେ ପ୍ରଥମ ମ୍ୟାଚ ଜିତିବାକୁ ସବୁ ପ୍ରକାର ଉଦ୍ୟମ କରିବୁ।

ସୂଚନା ଯୋଗ୍ୟ ଆସନ୍ତା ରବିବାର ଧର୍ମଶାଳାରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଏକ ଦିବସୀୟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଟେଷ୍ଟ ମ୍ୟାଚ୍‌ ହାରିବା ପରେ ନ୍ୟୁଜିଲାଣ୍ଡ ଏକ ଦିବସୀୟ ମ୍ୟାଚ୍‌ ଗୁଡ଼ିକୁ ଜିତିବାକୁ ଚେଷ୍ଟା କରିବ।

Related story