କ୍ରିକେଟ୍‌ ଅଷ୍ଟ୍ରେଲିଆର ନୂଆ ନିର୍ଦ୍ଦେଶକ ହେଲେ ଏହି ପୂର୍ବତନ ଖେଳାଳି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ମହିଳା କ୍ରିକେଟର ମେଲାନି ଜୋନ୍ସ। ୧୯୯୭ ମସିହାରେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିବା ମେଲାନ୍‌ ନିଜ ଦେଶ ପାଇଁ ୨୦୦୫ରେ ବିଶ୍ୱକପ ଜିତିଥିଲେ। ଏହାପୂର୍ବରୁ ସେ ୨୦୦୪ରେ ଅଷ୍ଟ୍ରେଲିଆ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ଡେବ୍ୟୁ ଟେଷ୍ଟରେ ସେ ୧୩୧ ରନ୍‌ର ଇନିଂସ୍‌ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ୨୦୧୯ରେ କ୍ରିକେଟ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅଷ୍ଟ୍ରେଲିଆର […]

x

Hemant Lenka
  • Published: Wednesday, 06 November 2019
  • , Updated: 06 November 2019, 04:01 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ମହିଳା କ୍ରିକେଟର ମେଲାନି ଜୋନ୍ସ। ୧୯୯୭ ମସିହାରେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିବା ମେଲାନ୍‌ ନିଜ ଦେଶ ପାଇଁ ୨୦୦୫ରେ ବିଶ୍ୱକପ ଜିତିଥିଲେ।

ଏହାପୂର୍ବରୁ ସେ ୨୦୦୪ରେ ଅଷ୍ଟ୍ରେଲିଆ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ଡେବ୍ୟୁ ଟେଷ୍ଟରେ ସେ ୧୩୧ ରନ୍‌ର ଇନିଂସ୍‌ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଥିଲେ।

୨୦୧୯ରେ କ୍ରିକେଟ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନିର୍ଦ୍ଦେଶକ ନିଯୁକ୍ତି ହେବା ପରେ ଜୋନ୍ସ କହିଛନ୍ତି, “ବୋର୍ଡ ସହ କାମ କରିବାକୁ ମୁଁ ଉତ୍ସାହିତ। ପରପିଢ଼ିମାନେ କେମିତି କ୍ରିକେଟ ପ୍ରତି ଆକୃଷ୍ଟ ହୋଇପାରିବେ, ସେ ଦିଗରେ ମୁଁ କାର୍ଯ୍ୟ କରିବି।”

Related story