ଭାରତ ବିପକ୍ଷରେ ୫ଟି ଟେଷ୍ଟ ଖେଳିବାକୁ ଯୋଜନା କରୁଛି କ୍ରିକେଟ୍ ଅଷ୍ଟ୍ରେଲିଆ

ସିଡନୀ: କରୋନାଭାଇରସ୍ ମହାମାରୀ କାରଣରୁ ହୋଇଥିବା ଆର୍ଥିକ କ୍ଷତିର ଭରଣ କରିବା ପ୍ରୟାସରେ ଲାଗିଥିବା କ୍ରିକେଟ୍ ଅଷ୍ଟ୍ରେଲିଆ ବର୍ଷର ଶେଷଭାଗରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ପରିବର୍ତ୍ତନ ଉପରେ ବିଚାର କରୁଛି। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ, କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଅତିରିକ୍ତ ଗୋଟିଏ ଟେଷ୍ଟ ଅର୍ଥାତ୍ ୫ଟି ମ୍ୟାଚ୍ କରିବା ନେଇ ବିଚାର କରୁଛି। ଭାରତ ଅକ୍ଟୋବରରେ ଟି-୨୦ ଟ୍ରାଇ-ସିରିଜ୍ ଖେଳି ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ ଏବଂ […]

ind-aus

Ranjit Kumar Jena
  • Published: Tuesday, 21 April 2020
  • , Updated: 21 April 2020, 08:30 PM IST

ସିଡନୀ: କରୋନାଭାଇରସ୍ ମହାମାରୀ କାରଣରୁ ହୋଇଥିବା ଆର୍ଥିକ କ୍ଷତିର ଭରଣ କରିବା ପ୍ରୟାସରେ ଲାଗିଥିବା କ୍ରିକେଟ୍ ଅଷ୍ଟ୍ରେଲିଆ ବର୍ଷର ଶେଷଭାଗରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ପରିବର୍ତ୍ତନ ଉପରେ ବିଚାର କରୁଛି। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ, କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଅତିରିକ୍ତ ଗୋଟିଏ ଟେଷ୍ଟ ଅର୍ଥାତ୍ ୫ଟି ମ୍ୟାଚ୍ କରିବା ନେଇ ବିଚାର କରୁଛି। ଭାରତ ଅକ୍ଟୋବରରେ ଟି-୨୦ ଟ୍ରାଇ-ସିରିଜ୍ ଖେଳି ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ ଏବଂ ଏହା ଡିସେମ୍ବରରେ ଟେଷ୍ଟ ସିରିଜ୍ ସହ ଶେଷ ହେବ। ଏହା ମଧ୍ୟରେ ଟି-୨୦ ବିଶ୍ୱକପ୍ ମଧ୍ୟ ଆୟୋଜନ ହେବ, ଯାହା ଅକ୍ଟୋବର ୧୮ରୁ ଆରମ୍ଭ ହେବ, କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଆଖି ଆଗରେ ରଖି ଏହାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି।

କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ କେଭିନ୍ ରବର୍ଟ୍ସ କହିଛନ୍ତି, "ଅନ୍ତର୍ଜାତୀୟ ସିଜନରେ ପଡ଼ିଥିବା ପ୍ରଭାବ ଦ୍ୱାରା ଆମକୁ ମିଲିୟନ୍ ଡଲାରର କ୍ଷତି ହୋଇଛି। ଏହାର ଭରଣା କରିବା ପାଇଁ ଆମେ ପୂରା ପ୍ରୟାସ କରୁଛୁ। ଆମେ ସମସ୍ତ ବିକଳ୍ପ ଉପରେ ବିଚାର କରୁଛୁ। ଆମ ପାଖରେ ଏବେବି ପର୍ଯ୍ୟାପ୍ତ ସମୟ ଅଛି। ଭାରତ ବିପକ୍ଷ ସିରିଜ୍ ବେଳେ ବିଭିନ୍ନ ବିକଳ୍ପ ଉପରେ ଫୋକସ୍ କରଯାଉଛି। ବର୍ତ୍ତମାନ ସମୟରେ ଆମେ କୌଣସି ସମ୍ଭାବନାକୁ ଏଡ଼ାଇପାରିବୁ ନାହିଁ।"

କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ବିନା ଦର୍ଶକରେ ଟି-୨୦ ବିଶ୍ୱକପ୍ ଆୟୋଜନ ଉପରେ ବିଚାର କରୁଛି। ଏ ନେଇ ରବର୍ଟ୍ସ କହିଛନ୍ତି, ଏହାଦ୍ୱାରା ହୁଏତ ଆମକୁ ଆର୍ଥିକ ଫାଇଦା ହେବ ନାହିଁ, କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍ ସିଜନ୍ ପାଇଁ ଏହା ନିହାତି ଜରୁରୀ। ପ୍ରସାରଣ ଅଧିକାରରୁ ମିଳିବାକୁ ଥିବା ରାଜସ୍ୱ ଆଇସିସି ଏବଂ ପୂରା କ୍ରିକେଟ୍ ଜଗତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମେ ଟି-୨୦ ବିଶ୍ୱକପକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ପୂରା ପ୍ରୟାସ କରିବୁ। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ କ୍ରୀଡ଼ାଜଗତ ସମ୍ପୂର୍ଣ୍ଣ ବନ୍ଦ ରହିଛି ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ଜୁନ୍ ୩୦ରେ ଶେଷ ହୋଇଥିବା ଆର୍ଥିକ ବର୍ଷର ବାକି ଅଂଶ ପାଇଁ ତା'ର ୮୦ପ୍ରତିଶତ ଷ୍ଟାଫଙ୍କୁ ଛୁଟିରେ ପଠାଇ ଦେଇଛି।

Related story