ରୋମାଞ୍ଚକର ବିଜୟ ପରେ ବିସିସିଆଇକୁ ଚିଠି ଲେଖି ଏମିତି କହିଲା କ୍ରିକେଟ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ବ୍ରିସବେନରେ ଭାରତର ଐତିହାସି ଓ ରୋମାଞ୍ଚକର ବିଜୟକୁ ଯେତେ ପ୍ରଶଂସା କଲେ ମଧ୍ୟ ସେତେ କମ। ସାରା ବିଶ୍ୱରୁ ଟିମ୍‌ ଇଣ୍ଡିଆ ପାଖକୁ ଗାବାରେ ବିଜୟ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହିକ୍ରମରେ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ବିସିସିଆଇକୁ ଚିଠି ଲେଖି ବଡ଼ ବୟାନ ଦେଇଛି। ଚିଠିରେ କ୍ରିକେଟ ଅଷ୍ଟ୍ରେଲିଆ ବିସିସିଆଇ, ଟିମ୍‌ ଇଣ୍ଡିଆର ଖେଳାଳି ଓ ମ୍ୟାଚ୍‌ ଦେଖିବାକୁ ପଡ଼ିଆକୁ ଯାଇଥିବା ଭାରତୀୟ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛି। କରୋନା କାଳରେ ମଧ୍ୟ ସମସ୍ତେ […]

g

Hemant Lenka
  • Published: Wednesday, 20 January 2021
  • , Updated: 21 January 2021, 07:29 PM IST

ମେଲବର୍ଣ୍ଣ: ବ୍ରିସବେନରେ ଭାରତର ଐତିହାସି ଓ ରୋମାଞ୍ଚକର ବିଜୟକୁ ଯେତେ ପ୍ରଶଂସା କଲେ ମଧ୍ୟ ସେତେ କମ। ସାରା ବିଶ୍ୱରୁ ଟିମ୍‌ ଇଣ୍ଡିଆ ପାଖକୁ ଗାବାରେ ବିଜୟ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହିକ୍ରମରେ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ବିସିସିଆଇକୁ ଚିଠି ଲେଖି ବଡ଼ ବୟାନ ଦେଇଛି।

ଚିଠିରେ କ୍ରିକେଟ ଅଷ୍ଟ୍ରେଲିଆ ବିସିସିଆଇ, ଟିମ୍‌ ଇଣ୍ଡିଆର ଖେଳାଳି ଓ ମ୍ୟାଚ୍‌ ଦେଖିବାକୁ ପଡ଼ିଆକୁ ଯାଇଥିବା ଭାରତୀୟ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛି। କରୋନା କାଳରେ ମଧ୍ୟ ସମସ୍ତେ ମିଳିତ ଭାବେ ଅଷ୍ଟ୍ରେଲିଆ ଟୁର ସଫଳତାର ସହ ଶେଷ କରିଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ଧନ୍ୟବାଦ ଜଣାଇଛି।

କ୍ରିକେଟ ଅଷ୍ଟ୍ରେଲିଆ କହିଛି, ବର୍ତ୍ତମାନର କରୋନା ସଙ୍କଟ ମଧ୍ୟରେ ବିସିସିଆଇ ତା’ର ପ୍ରତିଶ୍ରୁତି ରକ୍ଷା କରି ବନ୍ଧୁତା ଓ ବିଶ୍ୱାସକୁ ଠିକ୍‌ ଭାବେ ପରିଚାଳନା କରିଛି। ବିସିସିଆଇର ସହଯୋଗ ପାଇଁ ଟେଷ୍ଟ ସିରିଜ୍‌ ସଫଳତାର ସହ ଶେଷ ହୋଇଥିବାରୁ ଲକ୍ଷଲକ୍ଷ ଲୋକଙ୍କ ମୁହଁରେ ହସ ଫୁଟି ପାରିଛି। ଆଜି ଯାଏ ଆୟୋଜିତ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟରୁ ଚଳିତ ଟେଷ୍ଟ ସିରିଜ୍‌ ସବୁଠାରୁ ସ୍ମରଣୀୟ ହୋଇ ରହିବ। ଏହା ଠାରୁ ଭଲ ସିରିଜ କିଛି ବି ହୋଇ ନପାରେ।

ସିରିଜ୍‌ ବେଳେ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଲଜିଷ୍ଟିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ତଥାପି ବିସିସିଆଇ ସବୁଥିରେ ସହଯୋଗ କରିବାରୁ ବେଶ ସଫଳତାର ସହ ଦିନିକିଆ, ଟି-୨୦ ଓ ଟେଷ୍ଟ ସିରିଜ୍‌ ଆୟୋଜନ ହୋଇପାରିଛି। ବିସିସିଆଇରେ ଥିବା ଆମର ବନ୍ଧୁମାନେ ଯେଉଁ ଉର୍ତ୍ସଗ କରିଛନ୍ତି, ତା’କୁ ମଧ୍ୟ ଆମେ ଭୁଲି ପାରିବୁ ନାହିଁ। ସେମାନଙ୍କ ପାଇଁ କରୋନା କଟକଣା ମଧ୍ୟରେ ପୂରା ସିରିଜ୍‌ ସଫଳ ହୋଇପାରିଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଚିଠିରେ ଉଲ୍ଲେଖ କରିଛି।

ଏହି ଚିଠିରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ଶୁଭେଚ୍ଛା ଜଣାଇଛି। ଏଥିସହ ଅଜିଙ୍କ୍ୟ ରାହଣେ, ମ୍ୟାନ ଅଫ ଦି ସିରିଜ ହୋଇଥିବା ପ୍ୟାଟ କମିନ୍ସ, ମ୍ୟାନ ଅଫ ଦି ମ୍ୟାଚ୍‌ ପାଇଥିବା ଋଷଭ ପନ୍ତ, ଡେବ୍ୟୁଟାଣ୍ଟ ଶୁବମନ ଗିଲ ଓ କ୍ୟାମରେନ ଗ୍ରୀନଙ୍କ ଭଳି ଅନେକ ଖେଳାଳିଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରଶଂସା କରିଛି।

Related story