ଧୋନୀଙ୍କୁ କମେଣ୍ଟ କରି ଫସିଗଲେ ମୁଖ୍ୟ ଚୟନକର୍ତ୍ତା: ସୋସିଆଲ ମିଡ଼ିଆରେ ସମାଲୋଚନା

ମୁମ୍ବାଇ: ଟିମ୍‌ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତାଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ପୂର୍ବରୁ କହିଥିଲେ ଯେ ଯଦି ଟିମ୍‌ରେ ପୂର୍ବ ଅଧିନାୟକ ଭଲ ପ୍ରଦର୍ଶନ ନ କରନ୍ତି ତେବେ ଏଭଳି ସ୍ଥିତିରେ ତାଙ୍କର ବିକଳ୍ପ ଚିନ୍ତା କରାଯିବ। ଏହାପରେ ଟାର୍ଗେଟରେ ଆସିଯାଇଛନ୍ତି ମୁଖ୍ୟ ଚୟନକର୍ତ୍ତା। ଧୋନୀଙ୍କ ଅନେକ ପ୍ରଶଂସକ ଟ୍ୱିଟର୍‌ ମାଧ୍ୟମରେ ଏମ୍‌ଏସ୍‌କେ ପ୍ରସାଦଙ୍କୁ ସମାଲୋଚନା କରିଛନ୍ତି। ଜଣେ ପ୍ରଶଂସକ କହିଛନ୍ତି ଯେ ମୁଖ୍ୟ ଚୟନକର୍ତ୍ତା ଧୋନୀଙ୍କ […]

prasad

prasad

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 10:51 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତାଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ପୂର୍ବରୁ କହିଥିଲେ ଯେ ଯଦି ଟିମ୍‌ରେ ପୂର୍ବ ଅଧିନାୟକ ଭଲ ପ୍ରଦର୍ଶନ ନ କରନ୍ତି ତେବେ ଏଭଳି ସ୍ଥିତିରେ ତାଙ୍କର ବିକଳ୍ପ ଚିନ୍ତା କରାଯିବ। ଏହାପରେ ଟାର୍ଗେଟରେ ଆସିଯାଇଛନ୍ତି ମୁଖ୍ୟ ଚୟନକର୍ତ୍ତା।

ଧୋନୀଙ୍କ ଅନେକ ପ୍ରଶଂସକ ଟ୍ୱିଟର୍‌ ମାଧ୍ୟମରେ ଏମ୍‌ଏସ୍‌କେ ପ୍ରସାଦଙ୍କୁ ସମାଲୋଚନା କରିଛନ୍ତି। ଜଣେ ପ୍ରଶଂସକ କହିଛନ୍ତି ଯେ ମୁଖ୍ୟ ଚୟନକର୍ତ୍ତା ଧୋନୀଙ୍କ ପ୍ରଦର୍ଶନ କଥା କହିବା ପୂର୍ବରୁ ନିଜ କ୍ୟାରିୟରର ପ୍ରଦର୍ଶନ ବିଷୟରେ ଚିନ୍ତା କରିବା କଥା। ଆଉ ଜଣେ ପ୍ରଶଂସକ ମୁଖ୍ୟ ଚୟନକର୍ତ୍ତାଙ୍କୁ ‘କିଏ ତମେ’ ବୋଲି ପ୍ରଶ୍ନ କରିଛନ୍ତି।

ସେପଟେ ଜଣେ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ ଦିନ ଥିଲା ଏମ୍‌ଏସ୍‌କେ ପ୍ରସାଦ ଖରାପ ପ୍ରଦର୍ଶନ ପାଇଁ ଟିମ୍‌ ଇଣ୍ଡିଆରେ ସୁଯୋଗ ପାଉନଥିଲେ ହେଲେ ଆଜି ମୁଖ୍ୟ ଚୟନକର୍ତ୍ତା କିପରି ହୋଇଗଲେ। କେବଳ ଏତିକି  ନୁହେଁ ଧୋନୀଙ୍କ ଅନେକ ପ୍ରଶଂସକ ଆହୁରି କେତେ କଣ କହି ଟ୍ୱିଟର୍‌ରେ ମୁଖ୍ୟ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos