ମୁମ୍ବାଇ: ରବିବାର ମୁମ୍ବାଇର ୱେଙ୍ଖେଡ ଷ୍ଟାଡିୟମରେ ଖେଳାଯିବ ଗାନ୍ଧି-ମେଣ୍ଡେଲା ସିରିଜର ଶେଷ ଦିନିକିଆ। ଏହି ଶୃଙ୍ଗଳାରେ ଭାରତ-ଦକ୍ଷିଣ ଆଫ୍ରିକା ୨-୨ରେ ବରାବର ସ୍ଥିତିରେ ରହିଛନ୍ତି । ଏହି ମ୍ୟାଚ ଜିତି ଉଭୟ ଦଳ ସିରିଜ ହାତେଇକୁ ଚେଷ୍ଟା କରିବେ। ଏଥିପାଇଁ ଉଭୟ ଦଳ ସ୍ୱତନ୍ତ୍ର ରଣ କୌଶଳ ଆପଣେଇଛନ୍ତି। ଭାରତ ଗତ ମ୍ୟାଚର ବିଜୟକୁ ଏହି ମ୍ୟାଚରେ ବଳବତ୍ତର ରଖିବାକୁ ଚେଷ୍ଟା କରିବ । ଫର୍ମକୁ ଫେରିଥିବା ବ୍ୟାଟ୍ସମ୍ୟାନ କୋହଲି, ରାଇନା ଓ ଶିଖର ଧୱାନ ଆସନ୍ତାକାଲି ତାଙ୍କ ପୂର୍ବ ପ୍ରଦର୍ଶନ ଜାରି ରଖିବେ ବୋଲି ଅଧିନାୟକ ଧୋନି ଆଶାବାଦୀ ଥିବା କହିଛନ୍ତି । ଜବରଦସ୍ତ ଫର୍ମରେ ଥିବା ଦକ୍ଷିଣ ଆଫ୍ରିକା ଦଳ ଗତ ମ୍ୟାଚରେ କରିଥିବା ତ୍ରୁଟି ସୁଧାରି ସିରିଜ ହାତେଇବା ଯୋଜନାରେ ରହିଛି । ଆସନ୍ତାକାଲି ଅପରାହ୍ନ ସାଢେ ଗୋଟାଏରେ ମ୍ୟାଚ ଆରମ୍ଭ ହେବ । ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ୩ଟିକିଆ ଟି-ଟ୍ୱେଣ୍ଟି ସିରିଜକୁ ୨-୦ରେ ଭାରତକୁ ପରାସ୍ତ କରିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।
National
ଜୀବନ ନେଲା ଗୁଗୁଲ ମ୍ୟାପ୍, ଅଧା ଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ।
National
ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ
ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
National
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ
ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି।
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।