ଭାରତୀୟ କ୍ରିକେଟ୍‌’ରେ ରବି ଶାସ୍ତ୍ରୀ ମନମୋହନ ସିଂହ ଓ କୋହଲି ସୋନିଆ ଗାନ୍ଧୀଙ୍କ ସହ ସମାନ: ଜାଣନ୍ତୁ କିଏ ଓ କାହିଁକି କହିଲେ

ମୁମ୍ବାଇ:ପୂର୍ବତନ କ୍ରିକେଟର୍‌ ରବିଶାସ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଥମିବାକୁ ନାଁ ଧରୁନି। ରବି ଶାସ୍ତ୍ରୀଙ୍କ ଅନୁଗତ ବିରାଟ କୋହଲି ରବି ସାସ୍ତ୍ରୀଙ୍କୁ କୋଚ୍ ଭାବେ ନିଯୁକ୍ତି ଦିଆଯାଉ ବୋଲି ସଂକେତ ଦେବାପରେ ବିବାଦ ଦେଖାଦେଇଛି। ଅନ୍ୟପଟେ କୋହଲିଙ୍କ ସହ ମତାନ୍ତର ଫଳରେ କୁମ୍ବଲେ ଇସ୍ତଫା ଦେଇଥିବା କଥା ପ୍ରକାଶ ପାଇବାପରେ ଚର୍ଚ୍ଚା ବଢିଯାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ପସନ୍ଦର କୋଚ ଚାହୁଁଥିବା ନେଇ ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ କୁହାଯାଉଛି କୋହଲି ରବି ଶାସ୍ତ୍ରୀଙ୍କୁ କୋଚ୍ ଭାବେ […]

shastri-and-virat_650x400_81498725924

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 07:52 PM IST

ମୁମ୍ବାଇ:ପୂର୍ବତନ କ୍ରିକେଟର୍‌ ରବିଶାସ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଥମିବାକୁ ନାଁ ଧରୁନି। ରବି ଶାସ୍ତ୍ରୀଙ୍କ ଅନୁଗତ ବିରାଟ କୋହଲି ରବି ସାସ୍ତ୍ରୀଙ୍କୁ କୋଚ୍ ଭାବେ ନିଯୁକ୍ତି ଦିଆଯାଉ ବୋଲି ସଂକେତ ଦେବାପରେ ବିବାଦ ଦେଖାଦେଇଛି। ଅନ୍ୟପଟେ କୋହଲିଙ୍କ ସହ ମତାନ୍ତର ଫଳରେ କୁମ୍ବଲେ ଇସ୍ତଫା ଦେଇଥିବା କଥା ପ୍ରକାଶ ପାଇବାପରେ ଚର୍ଚ୍ଚା ବଢିଯାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ପସନ୍ଦର କୋଚ ଚାହୁଁଥିବା ନେଇ ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ କୁହାଯାଉଛି କୋହଲି ରବି ଶାସ୍ତ୍ରୀଙ୍କୁ କୋଚ୍ ଭାବେ ଦେଖିବାକୁ ଚାହୁଁଛନ୍ତି। ଏହାକୁ ନେଇ କ୍ରୀଡାପ୍ରେମୀ, କୋହଲି ଓ ରବିଶାସ୍ତ୍ରୀଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ସୋସିଆଲ ମିଡିଆରେ ଅନେକ କହିଛନ୍ତି ଯେ ରବିଶାସ୍ତ୍ରୀ ହେଉଛନ୍ତି କ୍ରିକେଟ୍‌ର ମନମୋହନ ସିଂହ ଓ ବିରାଟ କୋହଲି ହେଉଛନ୍ତି ସୋନିଆ ଗାନ୍ଧୀ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ୟୁପିଏ-୧ ଓ ୟୁପିଏ-୨ ରେ ମନମୋହନ ସିଂହ ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ। ଏବଂ ସମସ୍ତ ନିଷ୍ପତ୍ତି ନେବା ବେଳେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ  ଅନୁମତି ନେଉଥିଲେ। ଏହାକୁ ନେଇ କ୍ରିକେଟ୍‌ ପ୍ରେମୀ କୋହଲି ଓ ଶାସ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି ଯାହା ଏବେ ଭାଇରାଲ୍‌ ହୋଇଛି।

Courtesy-ndtv

Related story