ତେନ୍ଦୁଲକରଙ୍କ ଡେବ୍ୟୁ ମ୍ୟାଚ୍‌ ଟିଭିରେ ଦେଖିଛନ୍ତି କି !

ନୂଆଦିଲ୍ଲୀ: ‘କ୍ରିକେଟର ଭଗବାନ’ ତଥା ଭାରତର କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକର ଦୀର୍ଘ ୨୪ ବର୍ଷ ଧରି କ୍ରିକେଟ୍‌ ଖେଳିଛନ୍ତି। ହେଲେ ଆଜିର ଦିନଟି ତାଙ୍କ ପାଇଁ ଏବଂ ସମଗ୍ର ଦେଶ ପାଇଁ ବେଶ ଖାସ୍‌। କାରଣ ଆଜିର ଦିନରେ ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ୧୯୮୯ ମସିହା ନଭେମ୍ବର ୧୫ରେ ମାତ୍ର ୧୬ ବର୍ଷ ବୟସରେ ସଚିନ୍‌ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ କରାଚୀରେ ପହଞ୍ଚିଥିଲେ। ତେବେ […]

s

Hemant Lenka
  • Published: Thursday, 15 November 2018
  • , Updated: 15 November 2018, 07:18 PM IST

ନୂଆଦିଲ୍ଲୀ: 'କ୍ରିକେଟର ଭଗବାନ' ତଥା ଭାରତର କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକର ଦୀର୍ଘ ୨୪ ବର୍ଷ ଧରି କ୍ରିକେଟ୍‌ ଖେଳିଛନ୍ତି। ହେଲେ ଆଜିର ଦିନଟି ତାଙ୍କ ପାଇଁ ଏବଂ ସମଗ୍ର ଦେଶ ପାଇଁ ବେଶ ଖାସ୍‌।

କାରଣ ଆଜିର ଦିନରେ ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ୧୯୮୯ ମସିହା ନଭେମ୍ବର ୧୫ରେ ମାତ୍ର ୧୬ ବର୍ଷ ବୟସରେ ସଚିନ୍‌ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ କରାଚୀରେ ପହଞ୍ଚିଥିଲେ। ତେବେ ଏହି ମ୍ୟାଚ୍‌ଟିର ନା ଟିଭିରେ ପ୍ରସାରଣ ହୋଇଥିଲା ନା ରେଡିଓ ଏହାର ଧାରା ବିବରଣୀ ଲୋକଙ୍କୁ ଜଣାଇଥିଲା।

ସଚିନ୍‌ ଯେଉଁଦିନ ଡେବ୍ୟୁ କରିଥିଲେ ସେଦିନ ଭାରତରେ ୯ମ ଲୋକସଭା ପାଇଁ ଜୋରସୋରରେ ପ୍ରଚାର ପ୍ରସାର ଚାଲିଥିଲା। ତେଣୁ ଦୂରଦର୍ଶନ ଏ ସମୟରେ ଭାରତ-ପାକ୍‌ ମ୍ୟାଚ୍‌କୁ ଦେଖାଇ ନଥିଲା। କେବଳ ଏହି ମ୍ୟାଚ୍‌ ନୁହେଁ ଏହାର ପରବର୍ତ୍ତୀ ମ୍ୟାଚ୍‌ର ମଧ୍ୟ ସିଧା ପ୍ରସାରଣ କରି ନଥିଲା। ଫଳରେ ଏହି ମହାନ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ଙ୍କ ଡେବ୍ୟୁ ମ୍ୟାଚ୍‌କୁ କେହି ଦେଖି ପାରି ନଥିଲେ।

ସଚିନ୍‌ ଡେବ୍ୟୁ ମ୍ୟାଚ୍‌ରେ ମାତ୍ର ୧୫ ରନ୍‌ କରିଥିଲେ। ତାଙ୍କୁ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରୁଥିବା ୱାକର ୟୁନିସ୍‌ ଆଉଟ୍‌ କରିଥିଲେ। ଏହି ମ୍ୟାଚ୍‌ଟି ଡ୍ର ହୋଇଥିଲା। ପାକିସ୍ତାନ ୪୦୯ ଓ ୩୦୫/୫ରେ ପାଳି ଘୋଷଣା କରିଥିବା ବେଳେ ଭାରତ ପ୍ରଥମ ଇନିଂସ୍‌ରେ ୨୬୨ ଏବଂ ଦ୍ୱିତୀୟ ଇନିଂସ୍‌ରେ ୩୦୩/୩ କରିଥିଲା।

ଅନ୍ୟପକ୍ଷରେ ସଚିନ୍‌ ଦୀର୍ଘ ୨୪ ବର୍ଷ ଧରି ଜାରି ରଖିଥିବା କ୍ରିକେଟ୍‌ କ୍ୟାରିୟରକୁ ୨୦୧୩ରେ ଅଲବିଦା କହିଥିଲେ। ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ୍‌ ପରେ ଅବସର ନେଇଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା,୧୯୮୯ ମସିହା ନଭେମ୍ବର ୧୫ରେ ଡେବ୍ୟୁ କରିଥିବା ସଚିନ୍‌ ୨୦୧୩ର ସେହି ତାରିଖରେ ଅର୍ଥାତ ନଭେମ୍ବର ୧୫ରେ ନିଜର କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

Related story