Advertisment

ଆଇପିଏଲ୍‌ ପାଇଁ ୨୫ ହଜାର କରୋନା ଟେଷ୍ଟ, ୧୦୦ ମେଡିକାଲ୍ ଟିମ୍

ନୂଆଦିଲ୍ଲୀ: ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ ତାରିଖ ଅର୍ଥାତ୍ ରବିବାର ଠାରୁ ଆରମ୍ଭ ହେବ। ଲିଗର ପ୍ରଥମ ହାଫରେ ବାୟୋ-ବବଲ୍ ପରିବେଶରେ କରୋନାର ଏଣ୍ଟ୍ରୀ ହୋଇଥିଲା। ଯେଉଁ କାରଣରୁ ୨୯ ମ୍ୟାଚ୍ ପରେ ଆଇପିଏଲକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଏବେ ବାକି ୩୧ ମ୍ୟାଚ୍ ୟୁଏଇରେ ଖେଳାଯିବ। କରୋନା ଯୋଗୁ ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜିବ, ସେଥିପାଇଁ ବିସିସିଆଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ବିସିସିଆଇ ଲଗାତର ଦ୍ୱିତୀୟ ବର୍ଷ ଲାଗି ବିପିଏସ୍ ହେଲଥକେୟାରକୁ […]

ଆଇପିଏଲ୍‌ ପାଇଁ ୨୫ ହଜାର କରୋନା ଟେଷ୍ଟ, ୧୦୦ ମେଡିକାଲ୍ ଟିମ୍

ipl-2021

Advertisment

ନୂଆଦିଲ୍ଲୀ: ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ ତାରିଖ ଅର୍ଥାତ୍ ରବିବାର ଠାରୁ ଆରମ୍ଭ ହେବ। ଲିଗର ପ୍ରଥମ ହାଫରେ ବାୟୋ-ବବଲ୍ ପରିବେଶରେ କରୋନାର ଏଣ୍ଟ୍ରୀ ହୋଇଥିଲା। ଯେଉଁ କାରଣରୁ ୨୯ ମ୍ୟାଚ୍ ପରେ ଆଇପିଏଲକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଏବେ ବାକି ୩୧ ମ୍ୟାଚ୍ ୟୁଏଇରେ ଖେଳାଯିବ। କରୋନା ଯୋଗୁ ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜିବ, ସେଥିପାଇଁ ବିସିସିଆଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି।

Advertisment

ବିସିସିଆଇ ଲଗାତର ଦ୍ୱିତୀୟ ବର୍ଷ ଲାଗି ବିପିଏସ୍ ହେଲଥକେୟାରକୁ ତା’ର ପାର୍ଟନର୍ କରିଛି। ଏହି କମ୍ପାନୀ ଲିଗ୍ ବେଳେ ଆମ୍ବୁଲାନ୍ସ, ଏମରଜେନ୍ସି ମେଡିକାଲ୍ ସର୍ଭିସ୍ ଓ କରୋନା ଟେଷ୍ଟ ବ୍ୟତୀତ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବାକି ସମସ୍ତ ବନ୍ଦୋବସ୍ଥ ଉପରେ ନଜର ରଖିବ।

ଆଇପିଏଲର ଦ୍ୱିତୀୟ ସେସନରେ ମୋଟ ୩୧ଟି ମ୍ୟାଚ୍ ହେବ। ବାୟୋ-ବବଲରେ କିପରି କରୋନାର ଏଣ୍ଟ୍ରୀ ନହେବ, ସେଥିଲାଗି ବିଶେଷ ବ୍ୟବସ୍ଥା କରାଯାଇଛି। ସମସ୍ତ ୮ଟି ଟିମର ଖେଳାଳି, କୋଚ୍ ଓ ସପୋର୍ଟ ଷ୍ଟାଫଙ୍କ ସଦସ୍ୟ ୟୁଏଇରେ ପହଞ୍ଚିବା ପୂର୍ବରୁ ଦୁବାଇ ଓ ଆବୁଧାବିର ୧୪ଟି ହୋଟେଲ ଓ ରିସର୍ଟରେ ରହିବେ। ହୋଟେଲ ଓ ରିସର୍ଟର ଷ୍ଟାଫଙ୍କର କରୋନା ଟେଷ୍ଟ ହୋଇଛି। ଏମାନେ ସମସ୍ତେ ପୂର୍ବରୁ ବାୟୋ-ବବଲରେ ଅଛନ୍ତି। ସେମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ନାହିଁ।

Advertisment

ଏହାବ୍ୟତୀତ ବାୟୋ-ବବଲର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନର୍ସ ଓ ଅନ୍ୟ ମେଡିକାଲ୍ ଷ୍ଟାଫଙ୍କୁ ଲିଗ୍ ଶେଷ ଯାଏ ସେହି ୧୪ ହୋଟେଲରେ ରହିବାକୁ କୁହାଯାଇଛି, ଯେଉଁଠାରେ ଖେଳାଳିମାନେ ଅଛନ୍ତି। ଆଇପିଏଲ୍ ପାଇଁ ମୋଟ ୧୪ ବାୟୋ-ସିକ୍ୟୋର୍ ବବଲ୍ ପ୍ରସ୍ତୁତ କରାଯାଇଛି। ୮ଟି ଟିମ୍ ସମେତ ୩ ମ୍ୟାଚ୍ ଅଫିସିଆଲ୍ସ ଏବଂ ଅନ୍ୟ ତିନୋଟି ବ୍ରଷ୍ଟକାଷ୍ଟର୍ସ ଓ କମେଣ୍ଟେଟର୍ସଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଛି।

ଏକ ରିପୋର୍ଟ ମୁତାବକ, ବିପିଲସ୍ ହେଲଥକେୟାର କୋଭିଡ୍-୧୯ ମ୍ୟାନେଜମେଣ୍ଟ ପାଇଁ ୧୦୦ ସଦସ୍ୟ ବିଶିଷ୍ଟ ଟିମ୍ ଗଠନ କରିଛି। ଏମାନେ ଖେଳାଳି ଓ ଲିଗ୍ ସହ ଜଡ଼ିତ ବାକି ଲୋକଙ୍କର ସହାୟତା କରିବେ। ପ୍ରତି ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଅଲଗା ଅଲଗା ମେଡିକାଲ୍ ଟିମ୍ ରହିବେ। ଏଥିରେ ଡାକ୍ତର, ନର୍ସଙ୍କ ବ୍ୟତୀ ଲ୍ୟାବ୍ ଟେକ୍ନିସିଆନ୍ ମଧ୍ୟ ରହିବେ। ଏମାନେ ସମସ୍ତେ ଆବଶ୍ୟକ ପଡ଼ିଲେ କରୋନାର ସାମ୍ପଲ ନେବେ। ଏହାଛଡ଼ା ଏୟାର ଆମ୍ବୁଲାନ୍ସ, ସ୍ପେଶାଲିଷ୍ଟ ଟେଲିକନସଲଟେସନ୍ ଓ ଖେଳାଳିଙ୍କ ପାଇଁ ସ୍ପୋର୍ଟ୍ସ ମେଡିସିନ୍ ସପୋର୍ଟ ମଧ୍ୟ ରହିବ।

ଲିଗର ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ କରାଯାଇଥିବା ନୂଆ କରୋନା ପ୍ରୋଟୋକଲ୍ ଅନୁଯାୟୀ, ସମସ୍ତ ଖେଳାଳି ଓ ଅଫିସିଆଲ୍ସଙ୍କର ତିନି ଦିନରେ ଥରେ ଟେଷ୍ଟ ହେବ। ଟୁର୍ଣ୍ଣାମେଣ୍ଟ ବେଳେ ୨୫ ହଜାରରୁ ଅଧିକ କରୋନା ଟେଷ୍ଟ କରାଯିବ। ଏଥର ଆଇପିଏଲରେ ଦର୍ଶକଙ୍କୁ ଦେଖିବାକୁ ମିଳିବ। ତେବେ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକ ବସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe