୪୫ ଓଭରରେ ଇଂଲଣ୍ଡ ଟିମ୍ ଧରାଶାୟୀ

ମଞ୍ଚେଷ୍ଟର: ଭାରତର ଚମତ୍କାର ବୋଲିଂ ଆଗରେ ଇଂଲଣ୍ଡ ଟିମ୍ ଧରାଶାୟୀ। ଆଜି ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ ଦଳ। ଇଂଲଣ୍ଡର ମଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୫.୫ ଓଭରରେ ସମସ୍ତ ୱିକେଟ ହରାଇ ଇଂଲଣ୍ଡ ମାତ୍ର ୨୫୯ ରନ କରିପାରିଥିଲା। ଇଂଲଣ୍ଡ ପ୍ରାରମ୍ଭରୁ ଲଗାଦାର ଦୁଇଟି ୱିକେଟ ହରାଇ ସଂଙ୍କଟରେ ପଡ଼ିଥିଲା। […]

sports

sports

Niranjan Mishra
  • Published: Sunday, 17 July 2022
  • Updated: 18 July 2022, 08:11 AM IST

Sports

Latest News

ମଞ୍ଚେଷ୍ଟର: ଭାରତର ଚମତ୍କାର ବୋଲିଂ ଆଗରେ ଇଂଲଣ୍ଡ ଟିମ୍ ଧରାଶାୟୀ। ଆଜି ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ ଦଳ। ଇଂଲଣ୍ଡର ମଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୫.୫ ଓଭରରେ ସମସ୍ତ ୱିକେଟ ହରାଇ ଇଂଲଣ୍ଡ ମାତ୍ର ୨୫୯ ରନ କରିପାରିଥିଲା।

ଇଂଲଣ୍ଡ ପ୍ରାରମ୍ଭରୁ ଲଗାଦାର ଦୁଇଟି ୱିକେଟ ହରାଇ ସଂଙ୍କଟରେ ପଡ଼ିଥିଲା। ଦ୍ୱିତୀୟ ଓଭର ଖେଳ ଚାଲିଥିବା ବେଳେ ମହମ୍ମଦ ସିରାଜଙ୍କ ତୃତୀୟ ବଲର ପ୍ରଥମ ଶିକାର ହୋଇଥିଲେ ବେୟାରଷ୍ଟୋ। ଏହି ଓଭରର ଶେଷ ବଲ୍‌ରେ ସେ ରୁଟ୍‌ଙ୍କୁ ଆଉଟ କରି ଖେଳ ମୋଡ଼ ବଦଳାଇ ଦେଇଥିଲେ। ଦଳୀୟ ସ୍କୋର ୧୨ରେ ୨ଟି ୱିକେଟ ଯାଇଥିଲା।

ଓପନର ଜନି ବେୟାର‌ଷ୍ଟୋ ଓ ତାଙ୍କ ପରେ ଆସିଥିବା ଜୋଏ ରୁଟ୍ ଶୂନରେ ଆଉଟ୍ ହୋଇଥିଲେ। ଓପନର ଜାସନ୍ ରୟ ୩୧ ବଲ୍‌ ଖେଳି ୪୧ ରନ୍ କରିଥିଲେ। ଏହା ଭିତରେ ସେ ୭ଟି ଚୌକା ମାରିଥିଲେ। ଏମାନଙ୍କ ପରେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ବେନ୍‌ ଷ୍ଟୋକ୍ସ ୨୭ ରନ୍‌ରେ ଓ କ୍ୟାପଟେନ୍ ଜୋସ୍ ବଟଲର୍ ୬୦ ରନ୍ କରି ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପରେ ମଇନ୍ ଅଲି ୩୪ ରନ୍ କରି ଜାଡେଜାଙ୍କ ବଲରେ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨୭ ରନ୍ କରି ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇଥିଲେ। ତିନିହେଁ ୨ଟି ଲେଖାଏଁ ଛକା ମାରି ଖେଳରେ ରୋମାଞ୍ଚ ବଢ଼ାଇଥିଲେ। ଡେଭିଡ ୱିଲି ୧୮ ରନ୍, କ୍ରାଇଗ୍‌ ଓଭରଟନ୍ ୩୨ ରନ୍, ରିସ୍ ଟୋପଲି ଶୂନ୍ୟରେ ଆଉଟ୍ ହୋଇଥିଲେ। ବ୍ରେଡନ୍‌ କର୍ସ ୩ ରନ୍ କରି ଅପରାଜିତ ଥିଲେ।

ଭାରତ ପକ୍ଷରୁ ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ବୋଲିଂ ଭାର ସମ୍ଭାଳି ଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି, ୟୁଜବେନ୍ଦ୍ର ଚହଲ ୩ଟି, ମହମ୍ମଦ ସିରାଜ ୨ଟି ଓ ଜାଡେଜା ଗୋଟିଏ ୱିକେଟ ନେଇଥିଲେ। ସୂଚନା ଥାଉକି ଏହି ମ୍ୟାଚ୍‌ରେ ଆହତ ସମସ୍ୟା କାରଣରୁ ବୁମରାଙ୍କୁ ବାଦ୍ ଦିଆଯାଇଛି। ଏହି ମ୍ୟାଚ୍ ଜିତି ପାରିଲେ ଟିମ୍ ଇଂଣ୍ଡିଆ ସରିଜ୍‌କୁ ୨-୧ରେ କବ୍‌ଜା କରିନେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story