Advertisment

ଆଜିବି ଅତୁଟ ଆଇପିଏଲର ସେହି ୫ ରେକର୍ଡ

ସାଧାରଣତଃ କ୍ରିକେଟରେ ରେକର୍ଡ ଭାଙ୍ଗିବା ପାଇଁ ହୋଇଥାଏ। ଯେଉଁ ରେକର୍ଡ ଆଜି ହୋଇଛି, ତାହା କେବେ ନା କେବେ ନିଶ୍ଚୟ ଭାଙ୍ଗିବ। କିନ୍ତୁ ଏବେ ଦିନକୁ ଦିନ କ୍ରିକେଟ୍ ଦୁନିଆରେ ଯେଉଁଭଳି ପ୍ରତିଭା ସାମ୍ନାକୁ ଆସୁଛନ୍ତି, ତାକୁ ଦେଖି ଲାଗୁଛି ଯେ କ୍ରିକେଟରେ କୌଣସି ରେକର୍ଡ ତିଷ୍ଠିବା କଷ୍ଟକର। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ଅନେକ ରେକର୍ଡ ହୋଇଛି, ଯେଉଁଥିରୁ କିଛି ଭାଙ୍ଗିଥିବା ବେଳେ ଆଉ କିଛି ଭାଙ୍ଗିବା କଷ୍ଟକର। ୨୦୨୧ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଜିବି ଅତୁଟ ଆଇପିଏଲର ସେହି ୫ ରେକର୍ଡ

AB,-Kohli-and-gayle

ସାଧାରଣତଃ କ୍ରିକେଟରେ ରେକର୍ଡ ଭାଙ୍ଗିବା ପାଇଁ ହୋଇଥାଏ। ଯେଉଁ ରେକର୍ଡ ଆଜି ହୋଇଛି, ତାହା କେବେ ନା କେବେ ନିଶ୍ଚୟ ଭାଙ୍ଗିବ। କିନ୍ତୁ ଏବେ ଦିନକୁ ଦିନ କ୍ରିକେଟ୍ ଦୁନିଆରେ ଯେଉଁଭଳି ପ୍ରତିଭା ସାମ୍ନାକୁ ଆସୁଛନ୍ତି, ତାକୁ ଦେଖି ଲାଗୁଛି ଯେ କ୍ରିକେଟରେ କୌଣସି ରେକର୍ଡ ତିଷ୍ଠିବା କଷ୍ଟକର। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ଅନେକ ରେକର୍ଡ ହୋଇଛି, ଯେଉଁଥିରୁ କିଛି ଭାଙ୍ଗିଥିବା ବେଳେ ଆଉ କିଛି ଭାଙ୍ଗିବା କଷ୍ଟକର। ୨୦୨୧ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଏମିତି କିଛି ରେକର୍ଡ ଉପରେ ନଜର ପକାଇବା, ଯାହାକୁ ଭାଙ୍ଗିବା ପାଇଁ ଖେଳାଳିମାନଙ୍କୁ ଅଧିକ ଦମ୍ ଦେଖାଇବାକୁ ପଡ଼ିବ। ଆସନ୍ତୁ ସେହି ରେକର୍ଡ ଗୁଡ଼ିକ ଉପରେ ନଜର ପକାଇବା।

Advertisment

[caption id="" align="alignleft" width="1393"]Virat Kohli ବିରାଟ୍‌ କୋହଲି[/caption]

ଗୋଟିଏ ସଂସ୍କରଣରେ ୪ ଶତକ:ବିରାଟ୍ କୋହଲିଙ୍କୁ ଆଧୁନିକ କ୍ରିକେଟରେ ଶ୍ରେଷ୍ଠ କ୍ରିକେଟର୍ କୁାହାଯାଉଛି। ତାଙ୍କ ପାଇଁ ଅନେକ ରେକର୍ଡ ରହିଛି, ଯାହାକୁ ଭାଙ୍ଗିବା ସହଜ ନୁହେଁ। ତେବେ ସେଥିମଧ୍ୟରୁ କିଛି ରେକର୍ଡ ଭବିଷ୍ୟତରେ ଭାଙ୍ଗିପାରେ। କିନ୍ତୁ ଆଇପିଏଲରେ କୋହଲିଙ୍କର ଏମିତି ଏକ ରେକର୍ଡ ଅଛି, ଯାହା ଭାଙ୍ଗିବା କଷ୍ଟକର ହେବ। ଆଇପିଏଲର ଗୋଟିଏ ସିଜନରେ କୋହଲି ୪ ଶତକ ମାରିବାର ରେକର୍ଡ କରିଛନ୍ତି, ଯାହାକୁ ଭାଙ୍ଗିବା ସହଜ ହେବନି। ୨୦୧୬ରେ କୋହଲି ୧୬ ମ୍ୟାଚ୍ ଖେଳି ୮୧.୦୮ ହାର ଓ ୧୫୨.୦୩ ଷ୍ଟ୍ରାଇକରେଟ୍ ୯୭୩ ରନ୍ କରିଥିଲେ। ଏହି ସିଜନରେ ସେ ୪ଟି ଶତକ ଓ ୭ଟି ଅର୍ଦ୍ଧଶତକ ମାରିଥିଲେ। ବ୍ୟକ୍ତିଭାବେ କୋହଲିଙ୍କର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

[caption id="" align="alignleft" width="700"]Chris Gayle କ୍ରିସ୍ ଗେଲ୍[/caption]

କ୍ରିସ୍ ଗେଲଙ୍କ ୧୭୫*:ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍ନର ଟି-୨୦ର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍। ତାଙ୍କୁ ଟି-୨୦ କ୍ରିକେଟର ଅଲ୍ ଟାଇମ୍ ଗ୍ରେଟ୍ ମଧ୍ୟ କୁହାଯାଏ। ସେ ଆଇପିଏଲରେ ବହୁ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। କିନ୍ତୁ ତାଙ୍କର ଏକ ଇନିଂସ୍ ଇତିହାସ ସୃଷ୍ଟି କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳିଥିବା ଗେଲ୍ ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷ ମ୍ୟାଚରେ ୧୭୫ ରନର ମାରାଇନ୍ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୩ ଚୌକା ଓ ୧୭ ଛକା ସାମିଲ୍ ଥିଲା। ଏହି ଇନିଂସ୍ ବଳରେ ଆରସିବି ୨୬୩ ରନ୍ କରିଥିଲା, ଯାହା ଆଇପିଏଲ୍ ଇତିହାସର ସର୍ବୋଚ୍ଚ ସ୍କୋର। ୨୦୧୩ର ଏହି ସିଜନରେ ଆରସିବିର ପୂର୍ବତନ ଖେଳାଳି ଗେଲ୍ ଜବରଦସ୍ତ ଫର୍ମରେ ଥିଲେ। ସେ ୧୬ ମ୍ୟାଚରେ ୭୦୮ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ।

Advertisment

[caption id="" align="alignleft" width="800"]Chris Gayle and P Parameswaran କ୍ରିସ୍ ଗେଲ୍ ଓ ପି. ପରମେଶ୍ୱରନ୍[/caption]

ଗୋଟିଏ ଓଭରରେ ୩୭ ରନ୍:ଅନେକ ସମୟରେ ଗୋଟିଏ ଓଭରରେ ୨୦-୨୫ ରନ୍ ହୋଇଥାଏ। ଏପରିକି ଗୋଟିଏ ଓଭରରେ ସର୍ବାଧିକ ୩୬ ରନ୍ ହୋଇପାରିବ। ଯୁବରାଜ ସିଂହ, କାଇରନ୍ ପୋଲାର୍ଡ, ହର୍ସେଲ୍ ଗିବ୍ସ ହିଁ ଗୋଟିଏ ଓଭରରେ ୩୬ ରନ୍ କରିସାରିଛନ୍ତି। ହେଲେ ଗୋଟିଏ ଓଭରରେ ୩୭ ରନ୍ କରିବା ବହୁତ ଖାସ୍। ଏହି ରେକର୍ଡ ହୁଏତ କେବେ ଭାଙ୍ଗି ହେବ ନାହିଁ ୨୦୧୧ ଆଇପିଏଲରେ ଆରସିବି ଓ କୋଚି ଟସ୍କର୍ସ କେରଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଗୋଟିଏ ଓଭରରେ ୩୭ ରନ୍ ହୋଇଥିଲା। କୋଚି ଟସ୍କର୍ସର ପ୍ରଶାନ୍ତ ପରମେଶ୍ୱରନଙ୍କ ଏକ ଓଭରରେ କ୍ରିସ୍ ଗେଲ୍ ୩୭ ରନ୍ କରିଥିଲେ। ଗେଲ୍ ଏହି ଓଭରରେ ୩ ଚୌକା, ୪ ଛକା ମାରିଥିଲେ। ଗୋଟିଏ ରନ୍ ନୋ' ବଲରୁ ଆସିଥିଲା। ମ୍ୟାଚରେ କୋଚି ୧୨୫ ରନ୍ କରିଥିଲା। ଗେଲ୍ ୧୬ ବଲରେ ୪୪ ରନ୍ କରିଥିଲେ। ଏହି ସିଜନରେ ଗେଲ୍ ୧୨ ମ୍ୟାଚରେ ୬୦୮ ରନ୍ ଅରେଞ୍ଜ୍ କ୍ୟାପ୍ ଜିତିଥିଲେ।

[caption id="" align="alignleft" width="1200"]Virat Kohli and AB de Villiers ବିରାଟ୍‌ କୋହଲି ଓ ଏବି ଡିଭିଲିୟର୍ସ[/caption]

କୋହଲି ଓ ଡି'ଭିଲିୟର୍ସ ମଧ୍ୟରେ ୨୨୯ ରନର ପାର୍ଟନରଶିପ୍:ଆରସିବି ପକ୍ଷରୁ ଖେଳୁଥିବା ବିରାଟ୍ କୋହଲି ଓ ଏବି ଡି'ଭିଲିୟର୍ସ ୨୦୧୬ ଆଇପିଏଲରେ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚରେ ଚତୁର୍ଥ ୱିକେଟ୍ ପାଇଁ ୨୨୯ ରନର ଭାଗିଦାରୀ କରିଥିଲେ। ଏହା ଆଇପିଏଲରେ କୌଣସି ୱିକେଟ୍ ପାଇଁ ସର୍ବାଧିକ ରନର ପାର୍ଟନରଶିପ୍, ଯାହା ଆଜି ବି ଅତୁଟ ରହିଛି। ଏହି ମ୍ୟାଚରେ କୋହଲି ୧୦୯ ଓ ଡି'ଭିଲିୟର୍ସ ୫୨ ବଲରେ ୧୨୯ ରନର ଇନିଂସ୍ ଖେଳିଥିଲେ। ଆଇପିଏଲରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ପାର୍ଟନରଶିପର ରେକର୍ଡ ମଧ୍ୟ କୋହଲି ଓ ଡି'ଭିଲିୟର୍ସ (୨୧୫ ରନ୍)ଙ୍କ ନାମରେ ରହିଛି।

[caption id="" align="alignleft" width="1296"]Alzarri Joseph ଅଲଜାରୀ ଜୋସେଫ୍‌[/caption]

୧୨ ରନ୍ ଦେଇ ୬ ୱିକେଟ୍ (ଅଲଜାରୀ ଜୋସେଫ୍): ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଅଲଜାରୀ ଜୋସେଫ୍ ନିଜର ଡେବ୍ୟୁ ମ୍ୟାଚରେ ୧୨ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ଏହା ଆଇପିଏଲ୍ ଇତିହାସ ସହ କୌଣସି ଡେବ୍ୟୁ ଖେଳାଳିଙ୍କର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ୨୦୧୯ ସଂସ୍କରଣର ୧୯ତମ ମ୍ୟାଚରେ ଅଲଜାରୀ ଜୋସେଫ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏହି ଯାଦୁଗରୀ ସ୍ପେଲ୍ ପକାଇ ଥିଲେ। ଉକ୍ତ ମ୍ୟାଚରେ ମୁମ୍ବାଇର ୧୩୬ ରନ୍ ଜବାବରେ ହାଇଦ୍ରାବାଦ ୯୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପୂର୍ବରୁ ସୋହେଲ ତନବୀର୍ ଉଦଘାଟନୀ ସିଜନରେ ୧୪ ରନ୍ ଦେଇ ୬ ୱିକେଟ୍ ନେଇଥିଲେ।

IPL 2021