ଏଜାଜ ପଟେଲଙ୍କ ରେକର୍ଡ, ଭାରତର ସମସ୍ତ ୧୦ ୱିକେଟ ନେଲେ

ମୁମ୍ବାଇ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ତର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ରେକର୍ଡ କରିଛନ୍ତି। ସେ ବିଶ୍ୱର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ପରଫେକ୍ଟ ଟେନ୍‌ ଅର୍ଥାତ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି। ଏଜାଜ ପଟେଲଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ଭାରତ ତା’ର ପ୍ରଥମ ଇନିଂସ୍‌ରେ ୩୨୫ ରନ୍‌ର ଅଲଆଉଟ ହୋଇଯାଇଛି। ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୧୫୦ ରନ୍‌ କରିଥିବା […]

Patel

Hemant Lenka
  • Published: Saturday, 04 December 2021
  • , Updated: 04 December 2021, 02:08 PM IST

ମୁମ୍ବାଇ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ତର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ରେକର୍ଡ କରିଛନ୍ତି। ସେ ବିଶ୍ୱର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ପରଫେକ୍ଟ ଟେନ୍‌ ଅର୍ଥାତ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି।

ଏଜାଜ ପଟେଲଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ଭାରତ ତା’ର ପ୍ରଥମ ଇନିଂସ୍‌ରେ ୩୨୫ ରନ୍‌ର ଅଲଆଉଟ ହୋଇଯାଇଛି। ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୧୫୦ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୫୨ ରନ୍‌ ଇନିଂସ୍‌ ଖେଳିଛନ୍ତି।

ଭାରତର ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଏଜାଜ ପଟେଲ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଖେଳୁଛନ୍ତି। ୧୯୯୬ରୁ ତାଙ୍କ ବାପା ମା’ ଭାରତ ଛାଡ଼ି ନ୍ୟୁଜିଲ୍ୟାଣ୍ଡ ଚାଲି ଯାଇଥିଲେ। ସେବେଠାରୁ ଏଜାଜ ସେହିଠାରେ ହିଁ କ୍ରିକେଟ ଖେଳୁଛନ୍ତି। ଏବେ ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟର ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି।

ଗତକାଲି ସେ ୪ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିବା ବେଳେ ଆଜି ବାକି ୬ ଜଣଙ୍କ ୱିକେଟ ହାସଲ କରିଛନ୍ତି। ସେ ମୋଟ ୪୭.୫ ଓଭର ବୋଲିଂ କରି ୧୧୯ ରନ୍ ବ୍ୟୟ କରିଛନ୍ତି। ଏଥିରେ ୧୨ଟି ମେଡେନ ଓଭର ରହିଛି। ଏଜାଜ ପ୍ରଥମ ନ୍ୟୁଜିଲ୍ୟାଣ୍ଡ ବୋଲର ଭାବେ ୧୦ ୱିକେଟ ସଫଳତା ପାଇଥିବା ବେଳେ ବିଶ୍ୱର ୩ୟ ଖେଳାଳି ଭାବେ ଏପରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ତାଙ୍କ ପୂର୍ବରୁ ଇଂଲିଶ କ୍ରିକେଟ ଜିମ ଲାକେର ଓ ଭାରତର ଅନୀଲ କୁମ୍ବଲେ ଗୋଟିଏ ଟେଷ୍ଟ ଇନିଂସରେ ପରଫେକ୍ଟ ଟେନ୍‌ ହାସଲ କରିଥିଲେ। ଲାକେର ୧୯୫୬ ମସିହାରେ ୧୦ ୱିକେଟ ସଫଳତା ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ। ଓଲ୍ଡ ଟ୍ରାଫୋର୍ଡରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସେ ମାତ୍ର ୫୩ ରନ୍‌ ବ୍ୟୟର ପରଫେକ୍ଟ ଟେନ୍‌ ହାସଲ କରିଥିଲେ।

ସେହିପରି ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ୧୦ ୱିକେଟ ହାସଲ କରିଥିଲେ। କୁମ୍ବଲେ ମାତ୍ର ୨୬.୩ ଓଭର୍‌ରେ ୭୪ ରନ୍‌ ବ୍ୟୟ କରି ଏହି ସଫଳତା ହାସଲ କରିଥିଲେ।

ଏଜାଜ ପଟେଲ ଭାରତର ଶୁବମନ ଗିଲଙ୍କୁ ଆଉଟ କରି ଏହି ମ୍ୟାଚରେ ନିଜର ପ୍ରଥମ ସଫଳତା ପାଇଥିଲେ। ତାଙ୍କର ୧୦ ନମ୍ବର ଶିକାର ମହମ୍ମଦ ସିରାଜ ବନିଛନ୍ତି। ଶେଷ ୱିକେଟରେ ଏଜାଜ ପଟେଲଙ୍କୁ ରାଚିନ ରବୀନ୍ଦ୍ର ସହଯୋଗ କରିଥିଲେ। ସିରାଜ ଲେଗ ସାଇଡ୍‌ରେ ବ୍ୟାଟ ବୁଲାଇଥିଲେ ମଧ୍ୟ ଟପ୍‌ ଏଜ୍‌ ହୋଇଥିଲା। ଏହି ସମୟରେ ମିଡ୍‌ ଅନ୍‌ରେ ଥିବା ରବୀନ୍ଦ୍ର ଏହାକୁ କ୍ୟାଚ୍‌ କରି ନେଇଥିଲେ। ରାଚିନ ରବୀନ୍ଦ୍ର ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭୋବ।

Related story